୮ ମିନିଟରେ ୨ କିଲୋମିଟର ନଦୌଡ଼ିଲେ କଟିବ ଦରମା, ଫିଟନେସ ଉପରେ ବୋର୍ଡ ନେଲା ବଡ଼ ଫଇସଲା!

ଶ୍ରୀଲଙ୍କା କ୍ରିକେଟ ବୋର୍ଡ ଏବେ ଖେଳାଳିଙ୍କ ଫିଟନେସକୁ ନେଇ କୌଣସି ବୁଝାମଣା କରିବା ମୁଡରେ ନାହିଁ। ଆଗାମୀ ବର୍ଷରୁ ଖେଳାଳିଙ୍କୁ କଠିନ ପଦକ୍ଷେପର ସାମ୍ନା କରିବାକୁ ପଡିବ। ଶ୍ରୀଲଙ୍କା କ୍ରିକେଟ ବୋର୍ଡ ଏହା ପାଇଁ ଗାଇଡ଼ଲାଇନ ଜାରି କରିଦେଇଛି। ଏଥିପାଇଁ ୨ କିଲୋମିଟର ଦୌଡ ପାଇଁ ଯେଉଁ ସମୟ ସୀମା ରଖାଯାଇଥିଲା ତାହା ଆହୁରୀ କମ କରିଦିଆଯାଇଛି। ନୂଆ ଗାଇଡ଼ଲାଇନ ଅନୁସାରେ ଯଦି କୌଣସି ଖେଳାଳି ୨ କିଲୋମିଟର ଦୌଡ଼ ପାଇଁ ୮.୫୫ ମିନିଟରୁ ଅଧିକ ସମୟ ନେବେ ତେବେ ତାର ଟିମରେ ସିଲେକ୍ସନ ହେବ ନାହିଁ।

Google

ଶ୍ରୀଲଙ୍କା କ୍ରିକେଟ ବୋର୍ଡ ଖେଳାଳିଙ୍କ ଫିଟନେସକୁ ବଢ଼ାଇବା ପାଇଁ ୟୋ-ୟୋ ଟେଷ୍ଟକୁ ହଟାଇ ଏହି ବର୍ଷର ଆରମ୍ଭରେ ୨ କିଲୋମିଟର ଦୌଡର ଟେଷ୍ଟ ଆରମ୍ଭ କରିଦେଇଥିଲା। ଏହି ଟେଷ୍ଟ ଅନୁସାରେ ଖେଳାଳିଙ୍କୁ ୨ କିଲୋମିଟର ଦୌଡ଼ ୮.୩୫ ମିନିଟ ମଧ୍ୟରେ ଶେଷ କରିବାର ଥିଲା।କିନ୍ତୁ କ୍ରିକେଟ ସମିତିର ଅନୁରୋଧ ପରେ ଏହି ସମୟ।ସୀମାକୁ ବଢାଯାଇ ୮.୫୫ ମିନିଟ କରିଦିଆଯାଇଛି।

ଏବେ ଚୟନକର୍ତା ଚାହୁଁଛନ୍ତିକି ଶ୍ରୀଲଙ୍କା ତରଫରୁ ଖେଳୁଥିବା ଖେଳାଳି ୨ କିଲୋମିଟର ଦୌଡ ମାତ୍ର ୮.୧୦ ମିନିଟ ମଧ୍ୟରେ ଶେଷ କରନ୍ତୁ। ଯେଉଁ ଖେଳାଳି ୮.୩୫ ସମୟ ସୀମା ମଧ୍ୟରେ ପହଞ୍ଚିବ ସେ ଚୟନତ ହେବ କିନ୍ତୁ ତାଙ୍କ ଦରମା କଟାଯିବ।

Google

ଫିଟନେସକୁ ନେଇ କୌଣସି ବୁଝାମଣା ନାହିଁ:ଏସଏଲସି:ଶ୍ରୀଲଙ୍କା କ୍ରିକେଟ ବୋର୍ଡର ଚୟନକାମିଟିର ଚେୟାରମ୍ୟାନ ପ୍ରମୋଦୟା ବିକ୍ରମସିନ୍ଧେ କହିଛନ୍ତି,”ଯଦି କୌଣସି ଖେଳାଳି ବର୍ଷ ଆରମ୍ଭରୁ ୨ କିଲୋମିଟର ଦୌଡ଼ ୮.୩୫ ମିନିଟରେ ଶେଷ କରୁଛି ତେବେ ତାକୁ ଏବେ ଏହି ଦୂରତା ୮.୧୦ ମିନିଟରେ ଶେଷ କରିବାକୁ ହେବ। ଆମେ ଚାହୁଁଛୁକି ଖେଳାଳି ନିଜ ଫିଟନେସ ଉପରେ କଠିନ ପରିଶ୍ରମ କରନ୍ତୁ ଓ ଏବେ ଆମେ ଏହି ମାମଲାରେ କୌଣସି କୋହଳ କରିବାକୁ ଚାହୁଁନୁ”।

ସେ ଆଗକୁ କହିଛନ୍ତି ପୂର୍ଵ କିଛି ମାସରୁ ଖେଳାଳିଙ୍କ ଫିଟନେସରେ ବହୁତ ଉନ୍ନତି ଆସିଛି। କିନ୍ତୁ ଆମେ ଚାହୁଁଛୁ କି ଖେଳାଳି ଅନ୍ତରାଷ୍ଟ୍ରୀୟ ସ୍ତରର ନିଜକୁ ଆହୁରି ମଜବୁତ କରନ୍ତୁ।

୭ ଜାନୁଆରୀକୁ ଖେଳାଳିଙ୍କର ପ୍ରଥମ ଫିଟନେସ ଟେଷ୍ଟ:ଶ୍ରୀଲଙ୍କା ଖେଳାଳିଙ୍କ ପ୍ରଥମ ଫିଟନେସ ଟେଷ୍ଟ ୭ ଜାନୁଆରୀକୁ ହେବ। ଏଥିରେ କଣ୍ଟ୍ରାକ୍ଟରେ ସାମିଲ ସବୁ ଖେଳାଳିଙ୍କୁ ଭାଗ ନେବାକୁ ହେବ। ଏହା ଛଡା ମାସରେ କୌଣସି ସମୟରେ ମଧ୍ୟ ଖେଳାଳିଙ୍କର ଟେଷ୍ଟିଙ୍ଗ ହୋଇପାରେ। ଶ୍ରୀଲଙ୍କାର ପୂର୍ଵ ମହାନ ବ୍ୟାଟ୍ସମ୍ୟାନ ମହେଲା ଜୟବର୍ଦ୍ଧନଙ୍କୁ ଶ୍ରୀଲଙ୍କାର ନୂଆ କଂସଲେଟ କୋଚ କରାଯାଇଛି। ସେ ୨୦୨୨ରୁ ଗୋଟେ ବର୍ଷ ପର୍ଯ୍ୟନ୍ତ ଟିମ ସହ ଯୋଡି ହୋଇରହିବେ। ସେ ଆସିବା ପରେ ଟିମରେ ଆହୁରି ପରିବର୍ତ୍ତନ ହୋଇପାରେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *