IND vs SL: ଭାରତ ବିପକ୍ଷ ସିରିଜ ପାଇଁ ଶ୍ରୀଲଙ୍କା ଦଳ ହେଲା ଘୋଷିତ! ସ୍ଥାନ ପାଇଲେ IPL ର ସବୁଠୁ ଅଧିକ ଟଙ୍କାରେ ବିକ୍ରି ହୋଇଥିବା ଶ୍ରୀଲଙ୍କା ଖେଳାଳି!

ବ୍ୟୁରୋ ରିପୋର୍ଟ: ଶ୍ରୀଲଙ୍କା ଭାରତ ବିରୁଦ୍ଧରେ ୨୪ ଫେବୃଆରୀରୁ ଆରମ୍ଭ ହେବାକୁ ଥିବା ତିନୋଟି ମ୍ୟାଚର ଟି-୨୦ ସିରିଜ ପାଇଁ ୧୮ ଜଣିଆ ସଦସ୍ୟ ବିଶିଷ୍ଟ ଟିମର ଘୋଷଣା କରିଦେଇଛି। ସଦସ୍ୟ ଟିମର ଅଧିନାୟକ ଅଟନ୍ତି ଦସୁନ ସନାକା। ସେହିପରି ଚରିଥ ଅସାଲଂଙ୍କା ଟିମର ଉପଅଧିନାୟକ ଅଟନ୍ତି। ଫିଟନେସ ବିବାଦରେ ଫସିଥିବା ପାୱାର ହିଟର ଭାନୁକା ରାଜପକ୍ଷେଙ୍କୁ ଟିମରେ ଜାଗା ମିଳିନାହିଁ। ଏହି ଟିମରେ ଆଇପିଏଲ ୨୦୨୨ ଅକ୍ସନରେ ଶ୍ରୀଲଙ୍କାର ସବୁଠୁ ଅଧିକ ଦାମରେ ବିକ୍ରି ହୋଇଥିବା ଖେଳାଳି ୱାନିନ୍ଦୁ ହସରଙ୍ଗା ମଧ୍ୟ ସାମିଲ ଅଛନ୍ତି। ହସରଙ୍ଗାଙ୍କୁ ଅକ୍ସନରେ ଆରସିବି ୧୦.୭୫ କୋଟିରେ ଟିମରେ ସାମିଲ କରିଥିଲା। ତାଙ୍କ ବେସ୍ ପ୍ରାଇସ୍ ୧ କୋଟି ଥିଲା।

Google

ହସରଙ୍ଗାଙ୍କ ସହ ମିଷ୍ଟ୍ରି ସ୍ପିନର ମହିସ ତୀକ୍ଷଣାଙ୍କୁ ମଧ୍ୟ ମୌକା ମିଳିଛି। ଅକ୍ସନରେ ସିଏସକେ ତାଙ୍କୁ ୭୦ ଲକ୍ଷରେ ଟିମରେ ସାମିଲ କରିଥିଲା। ଦୁଷ୍ମତା ଚମୀରା ମଧ୍ୟ ଟିମରେ ସାମିଲ ଅଛନ୍ତି। ତାଙ୍କୁ ଅକ୍ସନରେ ନୂତନ ଟିମ ଲକ୍ଷନୌ ୨ କୋଟିରେ ଟିମରେ ସାମିଲ କରିଛି। ମାନେ ଆଇପିଏଲରେ ବିକ୍ରି ୪ ଖେଳାଳି ଭାରତ ବିରୁଦ୍ଧରେ ସିରିଜରେ ଓହ୍ଲାଇବେ।

ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ତିନୋଟି ମ୍ୟାଚର ଟି-୨୦ ସିରିଜ ପରେ ଦୁଇଟି ମ୍ୟାଚର ଟେଷ୍ଟ ସିରିଜ ଖେଳାଯିବାର ଅଛି। ଟି-୨୦ ସିରିଜର ପ୍ରଥମ ମ୍ୟାଚ ୨୪ ଫେବୃଆରୀକୁ ଲକ୍ଷନୌରେ ଖେଳାଯିବାର ଅଛି। ଏହା ପରେ ଦ୍ୱିତୀୟ ଓ ତୃତୀୟ ମ୍ୟାଚ ୨୬ ଓ ୨୭ ଫେବୃଆରୀକୁ ଧର୍ମଶାଳାରେ ଖେଳାଯିବାର ଅଛି। ଏହା ପରେ ମୋହାଲିରେ ୪-୮ ମାର୍ଚ୍ଚ ପ୍ରଥମ ଟେଷ୍ଟ ମ୍ୟାଚ ଖେଳାଯିବାର ଅଛି। ଏହା ପରେ ଦ୍ୱିତୀୟ ଟେଷ୍ଟ ୧୨-୧୬ ମାର୍ଚ୍ଚକୁ ବାଙ୍ଗାଲୋରରେ ଖେଳାଯିବାର ସିଡ୍ୟୁଲ ଅଛି ଯାହା ଡେ ନାଇଟ ମ୍ୟାଚ ହେବ ବୋଲି ସିଡ୍ୟୁଲ ଅଛି।

Google

ଟି-୨୦ ସିରିଜ ପାଇଁ ଶ୍ରୀଲଙ୍କା ଟିମ: ଦସୁନ ସନାକା(ଅଧିନାୟକ),କୁସଲ ମେଣ୍ଡିସ, ଦିନେସ ଚାଣ୍ଡୀମାଲ, ଚରିଥ ଅସାଲଂଙ୍କା, ପଥୁମ ନିସାଂକା, ଧନୁଷ୍କା ଗୁଣାତିଲକା, ୱାନିନ୍ଦୁ ହସାରଂଙ୍ଗା, ଚାମିକା କରୁଣାରତ୍ନନେ, କାମିଲ ମିସାରା, ଜନଥ ଲିୟାନାଗେ, ଲାହିରୁ କୁମାରା, ଦୁସ୍ମତା ଚମୀରା, ମହିସ ତିକ୍ଷଣା, ଜୈଫରି ବେଂଡ଼ରସ, ପ୍ରବିନ ଜୟାବିକ୍ରମା, ବିନୁରା ଫରନାଡୋ, ସିରନ ଫରନାଡୋ, ଆସିୟାନ ଡେନିୟଲ।

ଟି-୨୦ ସିରିଜ ପାଇଁ ଭାରତୀୟ ଟିମ: ରୋହିତ ଶର୍ମା(ଅଧିନାୟକ), ଋତୁରାଜ ଗାୟକୱାଡ଼, ଇସାନ କିସନ,ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଅୟର,ଭେଙ୍କଟେସ ଅୟର, ଦୀପକ ହୁଡା,ଯଶପ୍ରୀତ ବୁମରା (ଉପ ଅଧିନାୟକ),ମହମ୍ମଦ ସିରାଜ,ହର୍ଷଲ ପଟେଲ,ସଞ୍ଜୁ ସାମସନ, ରବିନ୍ଦ୍ର ଜାଡେଜା, ୟୁଜବେନ୍ଦ୍ର ଚହଲ,ରବି ବିସ୍ନୋଇ,କୁଲଦୀପ ଯାଦବ,ଆଭେଶ ଖାନ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *