ବଡ଼ ଖବର: କଙ୍ଗାରୁ ଦଳର ମଙ୍ଗ ସମ୍ଭାଳିବେ ଷ୍ଟିଭ ସ୍ମିଥ? ସୋସିଆଲ ମିଡିଆରେ ଭାଇରଲ ଖବର

କିଏ ହେବ ଅଷ୍ଟ୍ରେଲିଆର ଆଗାମି ଟେଷ୍ଟ ଅଧିନାୟକ ଏହାର ଉତ୍ତର ଜାଣିବା ପାଇଁ ପ୍ରାୟ ଅଷ୍ଟ୍ରେଲିଆର ପ୍ରସଂସକ ଚାହୁଁଥିବେ। କିଛି ଦିନ ପୂର୍ବରୁ ଟିମ ପେନ ଅଷ୍ଟ୍ରେଲିଆର ଟେଷ୍ଟ ଅଧିନାୟକ ଥିଲେ କିନ୍ତୁ ଏବେ ସିଏ ଇସ୍ତପା ଦେଇଦେଇଛନ୍ତି। ଏହାର କାରଣ ହେଉଛି ସେ ଜଣେ ମହିଳା ସହକର୍ମୀଙ୍କୁ କିଛି ଖରାପ ମ୍ୟାସେଜ କରିଥିଲେ ଯାହା ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଯାଇଛି। ଏହି ଘଟଣା ୨୦୧୭ରେ ହୋଇଥିଲା। କିନ୍ତୁ ଏବେ ଏହି ମ୍ୟାସେଜ ଭାଇରାଲ ହେବା ପରେ ଟିମ ପେନ ଅଧିନାୟକତ୍ୱ ଛାଡି ଦେଇଛନ୍ତି।

Google

ଏହା ପରେ ଏବେ ଚିନ୍ତାରେ ଅଷ୍ଟ୍ରେଲିଆ ଟିମ କାରଣ କିଏ ହେବ ଏବେ ଆଗାମୀ ଟେଷ୍ଟ ଅଧିନାୟକ। କିଛି ଲୋକ କହିଛନ୍ତି କି ପ୍ୟଟ କମିନ୍ସଙ୍କୁ ଅଷ୍ଟ୍ରେଲିଆର ଟେଷ୍ଟ ଟିମର ଅଧିନାୟକ କରିଦିଆଯାଉ କାରଣ ସେ ଉପଅଧିନାୟକ ଅଟନ୍ତି ଓ ଭଲ ପ୍ରଦର୍ଶନ କରୁଛନ୍ତି। କିନ୍ତୁ କଣ କମିନ୍ସ ଅଷ୍ଟ୍ରେଲିଆର ଅଧିନାୟକ ପଦ ସମ୍ଭାଳିବାକୁ ପୁରା ସକ୍ଷମ ଅଟନ୍ତି। ସେହିପରି ଆଉକିଛି ଲୋକ ପୁଣି ଥରେ ଷ୍ଟିଭ ସ୍ମିଥଙ୍କୁ ଅଷ୍ଟ୍ରେଲିଆର ଟେଷ୍ଟ ଅଧିନାୟକ କରାଯାଉ ବୋଲି ମତ ଦେଇଛନ୍ତି। କିନ୍ତୁ କ୍ରିକେଟ ଅଷ୍ଟ୍ରେଲିଆ ଓ ଚୟନକର୍ତା କଣ ଭାବୁଛନ୍ତି ଏହା ଗୁରୁତ୍ୱପୂର୍ଣ୍ଣ ଅଟେ।

ଅନେକ ଚୟନକର୍ତା ଷ୍ଟିବ୍ୟ ସ୍ମିଥଙ୍କୁ ପୁଣିଥରେ ଅଧିନାୟକ କରିବାକୁ ଇଛା ଦେଖାଇଛନ୍ତି ଓ ଏହି କଥା କହିଛନ୍ତି କ୍ରିକେଟ ଅଷ୍ଟ୍ରେଲିଆର ଜଣେ ଅଧିକାରୀ। ସେ କହିଛନ୍ତି,”ଅନେକ ଆଶାବାଦୀ ଖେଳାଳି ଅଟନ୍ତି ଯିଏକି ଅଷ୍ଟ୍ରେଲିଆର ଟେଷ୍ଟ ଟିମର ଅଧିନାୟକ ହୋଇପାରନ୍ତି। ଷ୍ଟିଭ ସ୍ମିଥ ମଧ୍ୟ ସେମାନଙ୍କ ମଧ୍ୟରୁ ଜଣେ। ଓ ସେ ଆଗାମୀ ଅଷ୍ଟ୍ରେଲିଆର ଟେଷ୍ଟ ଅଧିନାୟକ ମଧ୍ୟ ପୁଣିଥରେ ହୋଇପାରନ୍ତି”।

Google

କହିରଖିବୁ କିଛି ବର୍ଷ ପର୍ଯ୍ୟନ୍ତ ଷ୍ଟିବ ସ୍ମିଥ ମଧ୍ୟ ଅଷ୍ଟ୍ରେଲିଆର ଟେଷ୍ଟ ଟିମର ଅଧିନାୟକ ଥିଲେ କିନ୍ତୁ ବଲ ଟ୍ୟାମ୍ପରିଙ୍ଗରେ ଫସିବା ଦ୍ଵାରା ତାଙ୍କ ଅଧିନାୟକତ୍ୱ ଚାଲିଯାଇଥିଲା ଓ ଏକ ବର୍ଷ ପର୍ଯ୍ୟନ୍ତ ତାଙ୍କ ଉପରେ ବ୍ୟାନ ମଧ୍ୟ ଲଗାଯାଇଥିଲା। ତାଙ୍କ ସହ ଉପଅଧିନାୟକ ଡେଭିଡ ୱାରନର ମଧ୍ୟ ସାମିଲ ଥିଲେ। ସେବେ ଏହା କୁହାଯାଇଥିଲା କି ସ୍କିଥ ଆଉ କେବେବି ଅଷ୍ଟ୍ରେଲିଆର ଅଧିନାୟକତ୍ୱ କରିପାରିବେନି। ଏବେ କ୍ରିକେଟ ଅଷ୍ଟ୍ରେଲିଆ ଦ୍ଵନ୍ଦରେ ଅଛିକି ପୁଣି ସ୍ମିଥଙ୍କୁ ମୌକା ଦେବ କି ଏଥର କମିନ୍ସଙ୍କ ସହ ଯିବ କିନ୍ତୁ ସୂତ୍ର ଅନୁସାରେ ସ୍ମିଥ ପୁଣି ଅଧିନାୟକ ହୋଇପାରନ୍ତି ଓ ଏହାର ଘୋଷଣା ମଧ୍ୟ ଜଲ୍ଦି ହୋଇପାରେ। ତେବେ ଏହାକୁ ନେଇ ଆପଣଙ୍କ ମତ କଣ ତାହା ଆମକୁ କମେଣ୍ଟ ବିଭାଗରେ ଜଣାନ୍ତୁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *