ଷ୍ଟିଭ ସ୍କିଥ ଭାଙ୍ଗିଲେ ଏକାସାଥିରେ ତିନିଜଣ ମହାନ ଖେଳାଳିଙ୍କ ରେକର୍ଡ, ନେକଷ୍ଟ ଟାର୍ଗେଟ କୋହଲି!

ବ୍ୟୁରୋ ନ୍ୟୁଜ: ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ଟିମ ମଧ୍ୟରେ ଆସେସ ସିରିଜର ଚତ୍ରୁର୍ଥ ମ୍ୟାଚ ସିଡନି କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଉଛି। ଏହି ମ୍ୟାଚର ଅଷ୍ଟ୍ରେଲିଆର ଉପଅଧିନାୟକ ଷ୍ଟିଭ ସ୍ମିଥ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି। ସ୍ମିଥ ପ୍ରଥମ ପାରିରେ ୬୭ ରନ ଓ ଦ୍ୱିତୀୟ ପାରିରେ ୨୩ ରନ କରିଛନ୍ତି। ଏହା ସହ ଟେଷ୍ଟରେ ସବୁଠୁ ଅଧିକ ରନ କରିବା ମାମଲାରେ ସେ ଅଷ୍ଟ୍ରେଲିଆ କୋଚ ଜଷ୍ଟିନ ଲେଙ୍ଗର, ଇଂଲଣ୍ଡର ପୂର୍ଵ ଅଧିନାୟକ ମାଇକ ଅର୍ଥଟନ ଓ ମହାନ ବ୍ୟାଟ୍ସମ୍ୟାନ ଇୟାନ ବେଲଙ୍କୁ ପଛରେ ପକାଇଦେଇଛନ୍ତି। ସ୍ମିଥଙ୍କ ଟାର୍ଗେଟରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ରେକର୍ଡ।

Google

ସ୍ମିଥ ୮୧ ଟେଷ୍ଟରେ ୬୧ର ଔସତରେ ୭୭୩୯ ରନ କରିଛନ୍ତି। ସେ ୧୪୭ ପାରିରେ ୨୭ ଶତକ ୩୨ ଅର୍ଦ୍ଧଶତକ ମାରିଛନ୍ତି। ସେ ସିଡନ ପାରି ପରେ ଜଷ୍ଟିନ ଲେଙ୍ଗର(୭୬୯୬), ବେଲ(୭୭୨୭) ଓ ଅର୍ଥଟନ(୭୭୨୮) ଙ୍କୁ ପଛରେ ପକାଇଦେଇଛନ୍ତି। ସବୁଠୁ ବଡ଼ କଥା ଏହାକି ଏହି ତିନି ଖେଳାଳି ଏତିକି ରନ କରିବା ପାଇଁ କ୍ୟାରିଅରରେ ୧୦୦ ରୁ ଅଧିକ ଟେଷ୍ଟ ମ୍ୟାଚ ଖେଳିଛନ୍ତି। ଭାରତୀୟ ଟେଷ୍ଟ ଅଧିନାୟକ କୋହଲି ୯୮ ଟେଷ୍ଟରେ ୨୭ ଶତକ ସହ ୭୮୫୪ ରନ କରିଛନ୍ତି। ଷ୍ଟିଭ ଯେଉଁ ଭଳି ଖେଳୁଛନ୍ତି ସେ ଜଲ୍ଦି କୋହଲିଙ୍କୁ ଶତକ ଓ ରନ ମାମଲାରେ ପଛରେ ପକାଇଦେଇପାରନ୍ତି।

ସିଡ଼ନି ଟେଷ୍ଟର କଥା କହିବା ତ ଅଷ୍ଟ୍ରେଲିଆ ପ୍ରଥମ ପାରିରେ ଉସ୍ମାନ କୁଆଜାଙ୍କ ଶତକ ଦ୍ଵାରା ୮ ୱିକେଟରେ ୪୧୬ ରେ ପାରି ଘୋଷଣା କରିଛି। ଏହା ପରେ ଇଂଲଣ୍ଡ ପ୍ରଥମ ପାରିରେ ଜନି ବେୟରଷ୍ଟୋଙ୍କ ସୁନ୍ଦର ଶତକ ଦ୍ଵାରା ୨୯୪ ରନ କରିଛି।

Google

ବଟଲର ଓ ବେୟରଷ୍ଟୋ ଆଘାତ କାରଣରୁ ୱିକେଟକିପିଙ୍ଗ କରିବାକୁ ଓହ୍ଲାଇଛନ୍ତି ଓଲି ପୋପ:ଜୋସ ବଟଲର ଓ ଜନି ବେୟରଷ୍ଟୋଙ୍କ ଆଙ୍ଗୁଠିରେ ଆଘାତ କାରଣରୁ ଚତ୍ରୁର୍ଥ ଦିନ ଓଲି ପୋପ ୱିକେଟ କିପିଙ୍ଗ ପାଇଁ ଓହ୍ଲାଇଛନ୍ତି। ଓଲି ପୋପ ବ୍ୟାଟିଙ୍ଗ କ୍ରମରେ ନିଜ ଜାଗା ହରାଇ ବେୟରଷ୍ଟୋଙ୍କୁ ଦେଇଛନ୍ତି ଓ ସେ ଏହି ଟେଷ୍ଟରେ ଚୂଡାନ୍ତ ଏକାଦଶରେ ସାମିଲ ନାହାନ୍ତି। କିନ୍ତୁ ତାଙ୍କୁ ୱିକେଟ କିପିଙ୍ଗ ପାଇଁ ଓହ୍ଲାଯାଇଛି।

ବଟଲରଙ୍କୁ ମ୍ୟାଚ ମଧ୍ୟରେ ବାମହାତର ଆଙ୍ଗୁଠିରେ ଆଘାତ ଲାଗିଥିଲା ଯାହା ଦ୍ୱାରା ସେ ୱିକେଟ କିପିଙ୍ଗ କରିପାରୁନାହାଁନ୍ତି। ତାଙ୍କ ସହ ବିକଳ୍ପ ରୂପରେ ଥିବା ଜନି ବେୟରଷ୍ଟୋକ ମଧ୍ୟ ବ୍ୟାଟିଙ୍ଗ ସମୟରେ ତାଙ୍କ ହାତରେ ପ୍ୟାଟ କମିନ୍ସଙ୍କ ବଲ ବାଜିବା କାରଣରୁ ସେ ଆଘାତ ହୋଇଛନ୍ତି। ଇଂଲଣ୍ଡ ପ୍ରଵଂନ୍ଧନ ବୟାନରେ ଏହା କହିଛିକି ବଟଲର ଓ ବେୟରଷ୍ଟୋକ ସ୍କାନିଙ୍ଗ ପାଇଁ ଯାଇଛନ୍ତି ଓ ମ୍ୟାଚର ଶେଷରେ ପରୀକ୍ଷଣ ରିପୋର୍ଟର ବିସ୍ଲେସଣ କରାଯିବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *