ବ୍ୟୁରୋ ରିପୋର୍ଟ: IPL 2022 ସୋମବାର ଦିନ ମ୍ୟାଚ ଥିଲା ଲକ୍ଷନୌ ବନାମ ଗୁଜୁରାଟ। ଏହି ମ୍ୟାଚ ଦୁଇ ନୂଆ ଟିମଙ୍କ ଭିତରେ ଥିଲା। ଗୁଜୁରାଟ ଏହି ମ୍ୟାଚରେ ବିଜୟ ହାସଲ କରିଛି। ତେବେ ଏକ ଘଟଣା ଯାହାକି ଲକ୍ଷନୌ ବୋଲିଂ ବେଳେ ଘଟିଥିଲା।
Krunal Pandya and Deepak Hooda making a night of celebrations. pic.twitter.com/S6vED7yRYM
— Mufaddal Vohra (@mufaddal_vohra) March 28, 2022
ଗୁଜୁରାଟର ବ୍ୟାଟିଂ ବେଳେ ପ୍ରଥମ ଓଭରରୁ ଲାଗିଥିଲା ବଡ଼ ଝଟକା। ଶୁଭମନ ଗିଲ ବିନା ରନ କରି ଆଉଟ ହୋଇଯାଇଥିଲେ। ଦୁଷ୍ମନ୍ତ ଚମୀରାଙ୍କ ବଲରେ ଗିଲ ଆଉଟ ହୋଇଯାଇଥିଲେ । ଦୀପକ ହୁଡା ଏହି କ୍ୟାଚ ଧରିଥିଲେ ଯେବେକି କ୍ରୁନାଲ ପାଣ୍ଡ୍ୟା ତାଙ୍କୁ କୁଣ୍ଢେଇ ପକାଇଥିଲେ।
ଏହି ସେଲିବ୍ରେସନ ନିଆରା ଅଟେ। କାରଣ ଉଭୟଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିଲା। ତେବେ ତାଙ୍କର ଏହି କୁଣ୍ଢେଇ ହୋଇଥିବା ଫଟୋ ସୋସିଆଲ ମିଡ଼ିଆରର ଭାଇରଲ ହେଉଛି।
Deepak hooda and Krunal Pandya after #Shubmangill wicket ?#TATAIPL #Krunalpandya #deepakhooda pic.twitter.com/uPSHuZ64qC
— Rohit Kasote (@twr_rohitrk) March 28, 2022
ବରୋଦା ଟିମରେ ସୃଷ୍ଟି ହୋଇଥିଲା ତିକ୍ତତା: ଥରେ କ୍ରୁନାଲ ପାଣ୍ଡ୍ୟା କ୍ୟାପଟେନ ଥିବା ବେଳେ ଦୀପକ ହୁଡା ଭାଇସ କ୍ୟାପଟେନ ହୋଇଥିଲେ। ଏମିତି କିଛି ହୋଇଥିଲା କି ଦୀପକ ହୁଡା ଟିମ ଛାଡିଦେଇଥିଲେ। କ୍ରୁନାଲଙ୍କ ବିପକ୍ଷରେ ହୁଡା ଅଭିଯୋଗ ଆଣିଥିଲେ। ତେବେ ଏହା ପରେ ଏହି ଆଲିଙ୍ଗନ ଦେଖିବା ଅତି ସୁନ୍ଦର ଅଟେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।