ବ୍ୟୁରୋ ରିପୋର୍ଟ: ଆଇପିଏଲ ୨୦୨୨ରେ ଧିମା ଆରମ୍ଭ ପରେ ଜବରଦସ୍ତ ଲୟ ପାଇଥିବା ହାଇଦ୍ରାବାଦ ଟିମ ପ୍ଲେଅଫର ଦୌଡ଼ରେ ଲାଗିଛି। ହାଇଦ୍ରାବାଦ ଏବେ ପଏଣ୍ଟ ଟେବୁଲରେ ଚତ୍ରୁର୍ଥ ସ୍ଥାନରେ ଅଛି କିନ୍ତୁ ସିଏସକେ ବିରୁଦ୍ଧରେ ୧୩ ରନରେ ହାରିବା ପରେ ହାଇଦ୍ରାବାଦ ପାଇଁ ପ୍ଲେଅଫରେ ପହଁଚିବା ଚ୍ୟାଲେଞ୍ଜ ପୂର୍ଣ୍ଣ ହୋଇଯାଇଛି। ଏହି ମ୍ୟାଚରେ ହାଇଦ୍ରାବାଦକୁ ବୋଲର ୱାସିଙ୍ଗଟନ ସୁନ୍ଦରର କମି ଜଣାପଡିଲା ଓ ଆଗାମୀ ମ୍ୟାଚରେ ମଧ୍ୟ ତାଙ୍କ କମି ଅନୁଭବ ହୋଇପାରେ। କାରଣ ଦିଲ୍ଲୀ କ୍ୟାପିଟଲ୍ସ ବିରୁଦ୍ଧରେ ସୁନ୍ଦର ଖେଳିବାର ସମ୍ଭାବନା କମ।

ଟିମର ମୁଖ୍ୟ କୋଚ ଟମ ମୁଡ଼ି କହିଛନ୍ତି କି ସୁନ୍ଦରଙ୍କ ସେହି ହାତରେ ପୁଣି ଆଘାତ ଲାଗିଯାଇଛି ଯେଉଁହାତରେ ସେ ବୋଲିଙ୍ଗ କରିଥାନ୍ତି। ଏହି କାରଣରୁ ସେ ସିଏସକେ ବିରୁଦ୍ଧରେ ବୋଲିଙ୍ଗ କରିପାରିଲେ ନାହିଁ। ସେ ଆଘତ କାରଣରୁ ପ୍ରଥମ ତିନୋଟି କ୍ୟାଚ ମଧ୍ୟ ଖେଳିପାରିନଥିଲେ। କିନ୍ତୁ ସିଏସକେ ବିରୁଦ୍ଧରେ ଫିଲଡିଙ୍ଗ କରିବା ସମୟରେ ପୁଣି। ତାଙ୍କ ହାତରେ ଆଘାତ ଲାଗିଛି।
ସୁନ୍ଦର ବାହାରକୁ ଯିବା ଦ୍ଵାରା ପ୍ରଭାବିତ ହେଲେ ବୋଲର:
ସେ ତଳକ୍ରମରେ ବ୍ୟାଟିଙ୍ଗ କରିବାକୁ ଓହ୍ଲାଇଥିଲେ କିନ୍ତୁ ମାତ୍ର ଦୁଇଟି ବଲ ହିଁ ଖେଳିପାରିଥିଲେ। ମୁଡ଼ି ମ୍ୟାଚ ପରେ ପ୍ରେସ କନ୍ଫରେନ୍ସରେ କହିଥିଲେ ସୁନ୍ଦରଙ୍କର ବୋଲିଙ୍ଗ ହାତରେ ଆଘାତ ଲାଗିବା ଦୃଭାଗ୍ୟପୁର୍ଣ ଅଟେ। ସେ କହିଛନ୍ତି ଆଘାତ ଆଗରୁ ପୁରା ଠିକ ହୋଇଯାଇଥିଲା କିନ୍ତୁ ସେହି ହାତରେ ପୁଣି ଥରେ ଆଘାତ ଲାଗିଯାଇଛି। ଆଘାତ ଲାଗିବା କାରଣସୁନ୍ଦର ବୋଲିଙ୍ଗ କରିବା ସ୍ଥିତିରେ ନଥିଲେ ଯାହା ଦ୍ୱାରା ବୋଲିଙ୍ଗ ପ୍ରଭାବିତ ହେଲା।

କେବଳ ସୁନ୍ଦର ନୁହେଁ ଟି ନଟରାଜନ ମଧ୍ୟ ଆଘାତ ହେବା କାରଣରୁ ସିଏସକେ ବିରୁଦ୍ଧରେ ମ୍ୟାଚରେ ଅଧାରୁ ଗ୍ରାଉଣ୍ଡରୁ ବାହାରେ ରହିଥିଲେ। ଏହା ଦ୍ଵାରା ଅଧିନାୟକ ୱିଲିୟସସନଙ୍କୁ ଏଡମ ମାର୍କରମ ଓ ସଂସାଙ୍କ ସିଂହଙ୍କ ଦ୍ଵାରା ବୋଲିଙ୍ଗ କରାଇବା ପାଇଁ ପଡିଲା। ଦୁହେଁ ଚାରି ଓଭରରେ ମିଶି ୪୬ ରନ ଦେଇଥିଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।