କ୍ରିକେଟର ସୁପରଷ୍ଟାର ସୁନୀଲ ଗାଭାସ୍କର ଚେତେଶ୍ୱର ପୂଜାରାଙ୍କୁ ନେଇ ଦେଲେ ବଡ଼ ବୟାନ, କହିଲେ…

ବ୍ୟୁରୋ ନ୍ୟୁଜ: ଭାରତୀୟ ଅନୁଭବୀ ବ୍ୟାଟ୍ସମ୍ୟାନ ଚେତେଶ୍ୱର ପୂଜାରାଙ୍କୁ ଅନେକ ଅଳ୍ପଦିନ ତଳେ ଆଲୋଚନାର ସାମ୍ନା କରିବାକୁ ପଡିଛି। ଜାନୁଆରୀ ୨୦୧୯ରେ ଟେଷ୍ଟରେ ଶେଷ ଶତକ ମାରିଥିବା ଏହି ବ୍ୟାଟ୍ସମ୍ୟାନ ପୁର୍ବ କିଛି ମ୍ୟାଚରୁ ଭଲ ପ୍ରଦର୍ଶନ କରିପାରିନାହାନ୍ତି। କିନ୍ତୁ କିଛି ଗୁରୁତ୍ୱପୂର୍ଣ୍ଣ ପାରି ମଧ୍ୟ ସେ ଖେଳିଛନ୍ତି। ଜୋହାନର୍ଗରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ପାରିରେ ସେ ଅର୍ଦ୍ଧଶତକ ମାରିଥିଲେ। ପୂର୍ବ ଭାରତୀୟ ଅଧିନାୟକ ସୁନୀଲ ଗାଭାସ୍କର ପୂଜାରାଙ୍କ ପ୍ରଦର୍ଶନରେ ପ୍ରଭାବିତ ଅଛନ୍ତି। ସେ ପୂଜାରାଙ୍କ ତୁଳନା ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟ୍ସମ୍ୟାନ ହାସିମ ଅମଲାଙ୍କ ସହ କରିଛନ୍ତି।

Google

ଜୋହାନବର୍ଗରେ ଖେଳାଯାଇଥିବା ସିରିଜର ଦ୍ୱିତୀୟ ମ୍ୟାଚକୁ ଭାରତ ଚତ୍ରୁର୍ଥ ଦିନ ହାରିଯାଇଥିଲା ସତ କିନ୍ତୁ ରାହାଣେ ଓ ପୂଜାରା ଭଲ ପ୍ରଦର୍ଶନ କରିଥିଲେ। ଦୁହେଁ ଅର୍ଦ୍ଧଶତକ ମାରିଥିଲେ ଓ ଶତକିୟ ପାର୍ଟନରସିପ କରିଥିଲେ। ସେହି ମ୍ୟାଚରେ ଭାରତ ଦକ୍ଷିଣ ଆଫ୍ରିକାକୁ ୨୪୦ ରନର ଲକ୍ଷ୍ୟ ଦେଇଥିଲା ଯାହାକୁ ଦକ୍ଷିଣ ଆଫ୍ରିକା ୩ ୱିକେଟ ହରାଇ ହାସଲ କରିନେଇଥିଲା। ଭାରତୀୟ ପ୍ରସଂସକଙ୍କୁ ତାଙ୍କ ମନ ମୁତାବକ ପରିଣାମ ମିଳିଥିଲା କିନ୍ତୁ ଗାଭାସ୍କର ପୂଜାରାଙ୍କର ପ୍ରଶଂସା କରିଛନ୍ତି।

ଗାଭାସ୍କର ସୁପରସ୍ପୋର୍ଟରେ କହିଛନ୍ତି,”ଯେବେ ବି ମୁଁ ତାଙ୍କୁ ଦେଖିଥାଏ ମତେ ହାସିମ ଆମଲ ମନେପଡିଥାନ୍ତି। ହାସିମ ବ୍ୟାଟିଙ୍ଗ କରିବା ପରେ ବହୁତ ଶାନ୍ତ ହୋଇ ଖେଳିଥାନ୍ତି ଲାଗିଥାଏ ଯେପରି ସବୁ କିଛି ନିୟନ୍ତ୍ରଣରେ ଅଛି। ହାସିମ ଯେଉଁ ଭଳି ଭାରତରେ ବ୍ୟାଟିଙ୍ଗ କରିଥାନ୍ତି ପୂଜାରାଙ୍କୁ ଦେଖି ଲାଗୁଛି ବାସ ଜାଗା ବଦଳିଛି”। ଗାଭାସ୍କର ଆଗକୁ ଜୋର ଦେଇ କହିଛନ୍ତ ପଜାରାଙ୍କ ସ୍ଵଭାବର ଖେଳାଳି ହେବା ଡ୍ରେସିଙ୍ଗ ରୁମ ପାଇଁ ଭଲ ଅଟେ।

Google

୭୨ ବର୍ଷୀୟ ଗାଭାସ୍କର କହିଛନ୍ତି,”ଆପଣଙ୍କ ଡ୍ରେସିଙ୍ଗ ରୁମରେ ଏପରି ଖେଳାଳି ଥିବା କୌଣସି ଆଶୀର୍ବାଦରୁ କମ ନୁହେଁ। ଗ୍ରାଉଣ୍ଡରେ ଏହାର ଆବଶ୍ୟକତା ନ ପଡ଼ିପାରେ କିନ୍ତୁ ଏହା ବହୁତ ବଡ଼ କଥା ଅଟେ। ମତେ ଲାଗୁଛିକି ଡ୍ରେସିଙ୍ଗ ରୁମରେ ପୂଜାରାଙ୍କ ସ୍ଵଭାବର ଖେଳାଳି ରହିବ ବହୁତ ଭଲ ଅଟେ। ଅନ୍ତରାଷ୍ଟ୍ରିୟ କ୍ରିକେଟରେ ଚାପର ଅନେକ କ୍ଷଣ ହୋଇଥାଏ ଯେବେ ଲୋକ ଅଲଗା ଅଲଗା କରିବାକୁ ଚାହିଁଥାନ୍ତି। ଆପଣଙ୍କ ପାଖରେ ଏପରି ବ୍ୟକ୍ତି ରହିବା ଆବଶ୍ୟକ ଯିଏକି ଶାନ୍ତିରେ ଭାବିବ ଓ ଆପଣଙ୍କୁ ଏକ ଭଲ ରାୟ ଦେବ। ଏହା ଦ୍ଵାରା ବହୁତ ଫରକ ପଡିଥାଏ”।

ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନୋଟି ମ୍ୟାଚର ଟେଷ୍ଟ ସିରିଜ ଏବେ ୧-୧ରେ ବରାବରିରେ ଅଛି।ଯାହାର ଶେଷ ବା ନିର୍ଣ୍ଣାୟକ ମ୍ୟାଚ ୧୧ ଜାନୁଆରୀକୁ କେପଟାଉନରେ ଖେଳାଯିବ। ଏହି ମ୍ୟାଚରେ ଅଧିନାୟକ କୋହଲି ଫେରିପାରନ୍ତି।ଖରାପ ଫିଟନେସ କାରଣରୁ ସେ ପୂର୍ଵ ମ୍ୟାଚ ଖେଳିନଥିଲେ।

ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *