ବ୍ୟୁରୋ ରିପୋର୍ଟ: ଭାରତୀୟ କ୍ରିକେଟ ଟିମର ପୂର୍ଵ ଅଧିନାୟକ ସୁନୀଲ ଗାଭାସ୍କରଙ୍କ ଗଣନା ଦୁନିଆର ମହାନ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ କରାଯାଇଥାଏ। ସେ ଟେଷ୍ଟରେ ସର୍ଵପ୍ରଥମେ ୧୦ ହଜାର ରନ କରିଥିବା ବ୍ୟାଟ୍ସମ୍ୟାନ ଅଟନ୍ତି। ଏବେ ୭୩ ବର୍ଷ ବୟସରେ ଗାଭାସ୍କରଙ୍କ ନାମରେ ଆଉ ଏକ ଉପଲବ୍ଧି ଦାଖଲ ହୋଇଛି। ତାଙ୍କୁ ଇଂଲଣ୍ଡରେ ଖାସ ସଂମାନ ମିଳିଛି। ଲିଷ୍ଟରର କ୍ରିକେଟ ଗ୍ରାଉଣ୍ଡ ଏବେ ଗାଭାସ୍କର ଗ୍ରାଉଣ୍ଡ ନାମରେ ଜଣାଯିବ। ଗୋଟେ କାର୍ଯ୍ୟକ୍ରମ ସମୟରେ ଏହି ଗ୍ରାଉଣ୍ଡର ନାମ ଗାଭାସ୍କରଙ୍କ ନାମରେ ରଖାଗଲା। ଗାଭାସ୍କର ନିଜେ ଉପସ୍ଥିତ ଥିଲେ,ଏହି କ୍ରିକେଟ ଗ୍ରାଉଣ୍ଡ ଭାରତୀୟ ସ୍ପୋର୍ଟ ଗ୍ରାଉଣ୍ଡ ଏଣ୍ଡ କ୍ରିକେଟ କ୍ଳବ ଅଟେ।

ଲିଷ୍ଟରର ଏହି ଗ୍ରାଉଣ୍ଡର ନାମ ବଦଳାଇବା ପାଇଁ ଆରମ୍ଭ କରିଥିଲେ ଭାରତୀୟ ଦେଶର ସାଂସଦ ରହିଥିବା କିଥ ବାଜ। ସେ ବ୍ରିଟିଶ ସଂସଦରେ ୩୨ ବର୍ଷ ପର୍ଯ୍ୟନ୍ତ ଲିଷ୍ଟରର ପ୍ରତିନିଧିତ୍ୱ କରିଥିଲେ। ସେ ହିଁ ଗାଭାସ୍କରଙ୍କ ନାମରେ ଏହି ଗ୍ରାଉଣ୍ଡ କରିବାକୁ କହିଥିଲେ।ଯାହାକୁ ଏବେ ଘୋଷଣା କରାଗଲା।
ସୁନୀଲ ଗାଭାସ୍କର କ୍ରିକେଟ ଗ୍ରାଉଣ୍ଡର ନାମ ବଦଳାଇବା ସମୟରେ ଉପସ୍ଥିତଥିଲେ। ସେ ଇଂଷ୍ଟାଗ୍ରାମରେ ଫଟୋ ସେୟାର କରି ଲେଖିଛନ୍ତି,”ମୋ ପାଇଁ ଗର୍ବର ବିଷୟ ଅଟେ କି ମୋ ନାମ ଅନୁସାରେ ଲିଷ୍ଟର ଗ୍ରାଉନର ନାମ ଦିଆଯାଇଛି। ମୋ ସହ ସମସ୍ତଙ୍କ ପାଇଁ ଏହା ଗର୍ବର ବିଷୟ ଯେଉଁମାନେ ମୋ ସହିତ ଟେନିସ ବଲ କ୍ରିକେଟରେ ଅନ୍ତରାଷ୍ଟ୍ରୀୟ ସ୍ତରରେ ଖେଳିଛନ୍ତି। ସମସ୍ତଙ୍କୁ ମୋର ଆନ୍ତରିକ ଧନ୍ୟବାଦ”।

ଏହା ପ୍ରଥମ ଥର ନୁହେଁ ଯେବେ କୌଣସି ଦେଶର ଷ୍ଟାଡିୟମର ନାମ ଗାଭାସ୍କରଙ୍କ ନାମ ରଖାଯାଇଛି।ଏହା ପୂର୍ବରୁ ଆମେରିକାର କେଂଟକି ଓ ତଂଜାନିଆର ଯାଂଜିବାରରେ ତାଙ୍କ ନାମ ଅନୁସାରେ ଷ୍ଟାଡିୟମର ନାମ ରଖାଯାଇଛି। କେଂଟକିରେ ୨୦୧୭ରେ ଏପରି କରାଯାଇଥିଲା। ଗାଭାସ୍କର ଅଳ୍ପ ଦିନ ତଳେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଟେଷ୍ଟ ଓ ଏକଦିବସିୟରେ କମେଟ୍ରି କରୁଥିଲେ।
ଗାଭାସ୍କର ୧୯୮୭ରେ ଟେଷ୍ଟ କ୍ରିକେଟରେ ନିଜ ନାମରେ ୧୦ ହଜାର ରନ କରିଥିଲେ। ସେ ପ୍ରଥମ କ୍ରିକେଟର ଭାବରେ ଟେଷ୍ଟ କ୍ରିକେଟରେ ୧୦ ହଜାର ରନ ପୁରା କରିଥିଲେ। ସବୁଠୁ କମ ପାରିରେ ୧୦ ହଜାର ରନ କରିବାର ରେକର୍ଡ ୱେଷ୍ଟଇଣ୍ଡିଜର ବ୍ରାୟନ ଲାରାଙ୍କ ନାମରେ ଅଛି। ସେ ୧୯୫ପାରିରେ ୧୦ ହଜାର ରନ କରିଥିଲେ। ସେ ୧୩ ବର୍ଷ ୨୫୦ ଦିନରେ ଏହି ଉପଲବ୍ଧି ହାସଲ କରିଥିଲେ। ଏହା ପରେ ସଚିନ ତେନ୍ଦୁଲକର ୧୫ ବର୍ଷ ୧୨୧ ଦିନରେ ଟେଷ୍ଟରେ ୧୦ ହଜାର ରନ ପୁରା କରିଥିଲେ।
Little Master Sunil Gavaskar was given a guard of honour as he unveiled the plaque at @BharatSportsCC ground. The ground is set to be named after him.@RevSportz reports from Leicester, UK.#SunilGavaskar pic.twitter.com/Jwp8bLkanT
— Boria Majumdar (@BoriaMajumdar) July 23, 2022
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।