କୋହଲିଙ୍କ ପକ୍ଷ ନେଇ ରୋହିତଙ୍କୁ ନେଇ ବଡ଼ ବୟାନ ଦେଲେ ସୁନୀଲ ଗାଭାସ୍କର! କହିଦେଲେ ଏହି ବଡ଼ କଥା

ବ୍ୟୁରୋ ରିପୋର୍ଟ: ଟିମ ଇଣ୍ଡିଆର ପୂର୍ଵ ଅଧିନାୟକ ବିରାଟ କୋହଲି ବର୍ତ୍ତମାନ ନିଜ କ୍ୟାରିଅରରେ ଆଗ ଠୁ ଖରାପ ଫର୍ମରେ ଗତି କରୁଛନ୍ତି। ଟେଷ୍ଟ,ଏକଦିବସିୟ ଓ ଟି-୨୦ ଫର୍ମାଟରେ ସେ ଶତକ ପାଇ ସଂଘର୍ଷ କରୁଛନ୍ତି। ଇଂଲଣ୍ଡ ବିରୁଦ୍ଧରେ ଅଳ୍ପଦିନ ତଳେ ସରିଥିବା ଟି-୨୦ ସିରିଜରେ କୋହଲି ଦୁଇଟି ମ୍ୟାଚରେ ୧ ଓ ୧୧ ରନ କରିଛନ୍ତି। ବିରାଟ କୋହଲିଙ୍କୁ ଏବେ ଟି-୨୦ ଟିମରୁ ବାହାର କରାଯିବା କଥା କୁହାଯାଉଛି। ଏହା ମଧ୍ୟରେ ଟିମ ଇଣ୍ଡିଆର ପୂର୍ଵ ଅଧିନାୟକ ସୁନୀଲ ଗାଭାସ୍କର କୋହଲିଙ୍କ ପକ୍ଷ ନେଇ ଓଲଟା ରୋହିତ ଶର୍ମାଙ୍କୁ ନେଇ କହିଛନ୍ତି। ଗାଭାସ୍କର କହିଛନ୍ତି,”ମୁଁ ବୁଝିପାରୁନାହିଁ ଯେବେ ରୋହିତ ଶର୍ମା ରନ ପାଇ ସଂଘର୍ଷ କରନ୍ତି କେହି ତାଙ୍କ ବିଷୟରେ ଆଲୋଚନା କରିନଥାନ୍ତି”।

Google
ଗାଭାସ୍କର କୋହଲିଙ୍କ ପକ୍ଷ ନେଇ ରୋହିତଙ୍କୁ ନେଇ ଦେଲେ ବଡ଼ ବୟାନ:

ବିରାଟ କୋହଲିଙ୍କ ବଞ୍ଚାଇବା ପକ୍ଷ ନେଇ ଗାଭାସ୍କର ଇଣ୍ଟରଭିଉରେ କହିଛନ୍ତି,”ଯେବେ ଅନ୍ୟ ବ୍ୟାଟ୍ସମ୍ୟାନ ରନ କରିନଥାନ୍ତି କେହି ତାଙ୍କ ବିଷୟରେ ଆଲୋଚନା କରିନଥାନ୍ତି। ଫର୍ମ ଟେମ୍ପରାରୀ ଓ କ୍ଳାସ ପରମାନେଟ ଅଟେ କିନ୍ତୁ ଆଜି ଫର୍ମର କଥା କୁହାଯାଉଛି। ଏବେ ଯେଉଁ ଭଳି ଟିମ ଖେଳାଳି ଆପଣ କିଛି ଥର ଅସଫଳ ହୋଇପାରନ୍ତି”।

ଟି-୨୦ ବିଶ୍ୱକପ ଖେଳିବା ଉପରେ ମଧ୍ୟ ପ୍ରଶ୍ନ ଉଠାଯାଉଛି:

କହିରଖିବୁ କି ବିରାଟ କୋହଲିଙ୍କୁ ତାଙ୍କ ବର୍ତ୍ତମାନର ଫର୍ମ ଦେଖି ତାଙ୍କ ଟି-୨୦ ବିଶ୍ୱକପ ଖେଳିବା ନେଇ ମଧ୍ୟ ପ୍ରଶ୍ନ ଉଠାଯାଉଛି। ଗାଭାସ୍କର ଏହା ଉପରେ କହିଛନ୍ତି ଟି-୨୦ ବିଶ୍ୱକପ ପାଇଁ ଟିମ ଘୋଷଣା ପାଇଁ ଆହୁରି ୨ ମାସ ମାସ ବାକିଅଛି। ସିଲେକ୍ସନ କମିଟି ଟିମ ଘୋଷଣା କରିଥିଲେପୂର୍ବରୁ ସବୁ ଜିନିଷ ପ୍ରତି ଦୃଷ୍ଟି ଦେବ। ଏବେ ଏହା ବିଷୟରେ ଆଲୋଚନା ଠିକ ନୁହେଁ ଅଳ୍ପ ସମୟ ଦେବା ଆବଶ୍ୟକ।

Google
କପିଲ ଦେବ ଉଠାଇଥିଲେ କୋହଲିଙ୍କୁ ବାହାର କରିବାର ଦାବି:

ଏହା ପୂର୍ବରୁ ଭାରତର ପୂର୍ବ ଅଧିନାୟକ କପିଲ ଦେବ କୋହଲିଙ୍କ ଆଲୋଚନା କରିଥିଲେ ଯଦି ଦୁନିଆର ଦ୍ୱିତୀୟ ଟେଷ୍ଟ ବୋଲରଙ୍କୁ ଟେଷ୍ଟ ଟିମରୁ ବାହାର କରାଯାଇପାରେ ତେବେ ନମ୍ବର-୧ ବ୍ୟାଟ୍ସମ୍ୟାନଙ୍କୁ ମଧ୍ୟ ବାହାର କରଯାଇପାରିବ। ବିରାଟ କୋହଲି ଭଲ ପ୍ରଦର୍ଶନ କରିପାରୁନାହଁନ୍ତି ତ ଯୁବ ଖେଳାଳିଙ୍କୁ ମୌକା ମିଳିବା ଆବଶ୍ୟକ।

ତେବେ ଆପଣ ବି ପ୍ରାୟ ଜାଣିଥିବେ ବିରାଟ ଜଣେ ଉଚ୍ଚକୋଟୀର ଖେଳାଳି ଅଟନ୍ତି। ସେ ଫର୍ମକୁ ଫେରିପାରନ୍ତି। ସେ ଅନେକ ମ୍ୟାଚ ୱିନିଙ୍ଗ ପାରି ଭାରତ ପାଇଁ ଖେଳିଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *