IPL ରେ ହେବ MR.IPL ରାଇନାଙ୍କ ଏଣ୍ଟ୍ରି! ଏହି ଦଳରେ ଶୀଘ୍ର ସାମିଲ ହୋଇପାରନ୍ତି ରାଇନା!

ବ୍ୟୁରୋ ରିପୋର୍ଟ: ଚେନ୍ନାଇ ସୁପର କିଙ୍ଗସରୁ ରିଲିଜ ହେବା ପରେ ସୁରେଶ ରାଇନା ଆଇପିଏଲ ଅକ୍ସନ ୨୦୨୨ରେ ଅନସୋଲ୍ଡ ରହିଥିଲେ। ଅକ୍ସନରେ ତାଙ୍କୁ କୌଣସି ଟିମ କିଣିବା ପାଇଁ ରୁଚି ଦେଖାଇନଥିଲେ। ସୁରେଶ ରାଇନାଙ୍କର ଏକ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ତାହା ରାଇନାଙ୍କର ଅଟେ। ଏହା ପରେ କୁହାଯାଉଛି କି ସୁରେଶ ରାଇନା ଆଇପିଏଲରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି ଓ ଗୁଜୁରାଟ ଟାଇଟନ୍ସରେ ତାଙ୍କୁ ଜାଗା ମିଳିପାରେ।

Google

ଗୁଜୁରାଟ ଟାଇଟନ୍ସରେ ତାଙ୍କ ଏଣ୍ଟ୍ରିଙ୍କୁ ନେଇ ଚର୍ଚ୍ଚା କଣ ପାଇଁ ହେଉଛି? ଏହା ପଛର କାରଣ ଇଂଲଣ୍ଡର ଓପନର ବ୍ୟାଟ୍ସମ୍ୟାନ ଯେସନ ରୟ। ଯେସନ ରୟ ଆଇପିଏଲର ଏହି ସିଜନରୁ ନାମ ଫେରାଇନେଇଛନ୍ତି। ଯାହା ପରେ ରୟଙ୍କ ଜାଗାରେ ରାଇନାଙ୍କ ଏଣ୍ଟ୍ରିକୁ ନେଇ ଚର୍ଚ୍ଚା ବଢିଯାଇଛି। ଯାହା ପରେ ରାଇନାଙ୍କ ଫଟୋକୁ ଗୁଜୁରାଟର ଜର୍ସି ସହ ପ୍ରଶଂସକ ଏଡିଟ କରି ସୋସିଆଲ ମିଡିଆରେ ସେୟାର କରୁଛନ୍ତି।

ଗୁଜୁରାଟରେ ଅଧିନାୟକତ୍ୱ କରିସାରିଛନ୍ତି ରାଇନା:

ଯେସେନ ରୟ ଆଇପିଏଲରେ ଅଧିକ ଦିନ ବାୟୋବବୁଲରେ ରହିପାରିବେନି ବୋଲି ନାମ ଫେରାଇ ନେଇଛନ୍ତି। ଯେସେନ ରୟଙ୍କ ବିକଳ୍ପ ରୂପରେ କେବଳ ରାଇନାଙ୍କ ନାମକୁ ନେଇ କଣ ପାଇଁ ହେଉଛି ଚର୍ଚ୍ଚା?ଏହା ପଛର କାରଣ ହେଉଛି ରାଇନା ଆଗରୁ ଗୁଜୁରାଟର ଅଧିନାୟକତ୍ୱ କରିସାରିଛନ୍ତି।

ସ୍କୋର୍ଟସ ଫିକ୍ସିଙ୍ଗ କାରଣରୁ ଯେବେ ରାଜସ୍ଥାନ ରୟାଲ୍ସ ଓ ଚେନ୍ନାଇ ସୁପର କିଙ୍ଗସକୁ ଦୁଇ ବର୍ଷ ପାଇଁ ବ୍ୟାନ କରାଯାଇଥିଲା ସେବେ ଗୁଜୁରାଟ ଲାଇଅନ୍ସ ନୂତନ ଟିମ ଭାବେ ଦୁଇ ବର୍ଷ ପାଇଁ ଖେଳିଥିଲା। ସେବେ ରାଇନା ସେହି ଟିମର ଅଧିନାୟକ ଥିଲେ ତେଣୁ ଏବେ ରୟ ନାମ ଫେରାଇ ନେବା ଦ୍ଵାରା ରାଇନାଙ୍କ ନାମକୁ ନେଇ ଚର୍ଚ୍ଚା ହେଉଛି। ଗୁଜୁରାଟ ଟାଇଟନ୍ସ ଆଇପିଏଲରେ ହାର୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ଓହ୍ଲାଇବ। ଏହି ଟିମରେ ରାଶିଦ ଖାନ, ମହମ୍ମଦ ସାମି ଓ ଶୁଭମନ ଗିଲଙ୍କ ପରି ଖେଳାଳି ଅଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *