ଅଷ୍ଟ୍ରେଲିଆ ବିପକ୍ଷରେ ଆକର୍ଷଣୀୟ ବ୍ୟାଟିଂ କରି ଖାସ ରେକର୍ଡ କଲେ ସୂର୍ଯ୍ୟ କୁମାର! ଜୋର ଧରିଲା ଖବର, ଜାଣନ୍ତୁ ସମ୍ପୂର୍ଣ୍ଣ

ବ୍ୟୁରୋ ରିପୋର୍ଟ: ଭାରତୀୟ ଟିମ ରବିବାରକୁ ଅଷ୍ଟ୍ରେଲିଆ ବିରୁଦ୍ଧରେ ୬ ୱିକେଟରେ ବିଜୟ ହାସଲ କରିଥିଲା। ଏହି ମ୍ୟାଚରେ ସୂର୍ଯ୍ୟ କୁମାର ଯାଦବ ଓ ବିରାଟ କୋହଲି ସୁନ୍ଦର ପ୍ରଦର୍ଶନ କରିଥିଲେ। ବିରାଟ କୋହଲି ୬୩ ଓ ସୂର୍ଯ୍ୟ କୁମାର ଯାଦବ ୬୯ ରନର ପାରି ଖେଳିଥିଲେ। ଏହି ପାରି ସହିତ ସୂର୍ଯ୍ୟ କୁମାର ଯାଦବ ନେପାଳର ଦିପେନ୍ଦ୍ର ସିଂହ ଏରେଙ୍କୁ ପଛରେ ପକାଇ ଏହି ବର୍ଷ ଟି-୨୦ରେ ସବୁଠୁ ଅଧିକ ରନ କରିଥିବା ବ୍ୟାଟ୍ସମ୍ୟାନ ହୋଇଯାଇଛନ୍ତି।

ସୂର୍ଯ୍ୟ କୁମାର ଯାଦବ ଭାରତର ପସନ୍ଦର ଖେଳାଳିଙ୍କ ମଧ୍ୟରୁ ଜଣେ। ସେ ନିଜ ସୁନ୍ଦର ଶର୍ଟ ପାଇଁ ଜଣାଶୁଣା। ସେ ଏହି ବର୍ଷ ଟି-୨୦ରେ ସବୁଠୁ ଅଧିକ ରନ କରିଥିବା ଖେଳାଳି ହୋଇଯାଇଛନ୍ତି।

ଦ୍ୱିତୀୟ ନମ୍ବରରେ ନେପାଳର ଦିପେନ୍ଦ୍ର ସିଂହ ଅଛନ୍ତି ଓ ତୃତୀୟ ନମ୍ବରରେ ରିପବ୍ଲିକର ସବାବୁନ ଦାବିଜ ଅଛନ୍ତି। ଯାଦବ ଏହି ବର୍ଷ ଟି-୨୦ରେ ୨୦ ମ୍ୟାଚରେ ୩୭ ଔସତରେ ୬୮୨ ରନ କରିଛନ୍ତି। ଯେଉଁଥିରେ ତାଙ୍କର ୪ ଟି ଅର୍ଦ୍ଧଶତକ ଓ ଗୋଟେ ଶତକ ସାମିଲ ଅଛି। ଭାରତୀୟ ଅଧିନାୟକ ରୋହିତ ଶର୍ମା ୨୦ ମ୍ୟାଚରେ ୪୯୭ ରନ କରି ୮ ମ ସ୍ଥାନରେ ଅଛନ୍ତି।ବିରାଟ କୋହଲି ୧୨ମ୍ୟାଚରେ ୪୩୩ ରନ କରି ୧୮ ତମ ସ୍ଥାନରେ ଅଛନ୍ତି।

ଏହି ବର୍ଷ ଆରମ୍ଭରେ ଯାଦବ ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ତିନୋଟି ମ୍ୟାଚର ଟି-୨୦ ସିରିଜ ଖେଳିଥିଲେ। ଏହା ପରେ ଶ୍ରୀଲଙ୍କା ବିରୁଦ୍ଧରେ ସିରିଜରେ ସେ ଆଘାତ କାରଣରୁ ବାହାର ହୋଇଗଲେ। ଏହା ପରେ ଆଇପିଏଲ ଶେଷ ସମୟରେ ସେ ଆଘାତ ହୋଇଗଲେ ଯାହା ଦ୍ଵାରା ସେ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ଟି-୨୦ ସିରିଜରେ ବାହାର ହୋଇଗଲେ।

ଏହା ପରେ ସେ ଆୟରଲ୍ୟାଣ୍ଡ ବିରୁଦ୍ଧରେ ଟିମକୁ ଫେରିଲେ ଓ ପରେ ଇଂଲଣ୍ଡ ବିରୁଦ୍ଧରେ ଟି-୨୦ ସିରିଜ ଖେଳିଲେ। ସେହି ସିରିଜର ତୃତୀୟ ମ୍ୟାଚରେ ସେ ଟି-୨୦ ଇଣ୍ଟରନେସନାଲ କ୍ୟାରିଅରର ପ୍ରଥମ ଶତକ ଲଗାଇଲେ। ଏସିଆ କପରେ ମଧ୍ୟ ସେ ହଙ୍କକଙ୍ଗ ବିରୁଦ୍ଧରେ ୨୬ ବଲରେ ୬୮ ରନର ନଟ ଆଉଟ ପାରି ଖେଳିଥିଲେ।

ସୂର୍ଯ୍ୟ କୁମାର ବର୍ତ୍ତମାନ ସୁନ୍ଦର ଫର୍ମରେ ଅଛନ୍ତି ଯାହା ଟିମ ଇଣ୍ଡିଆ ପାଇଁ ଖୁସି ଖବର। ଭାରତ ୨୮ ସେପ୍ଟେମ୍ବରରୁ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ଟି-୨୦ ସିରିଜ ଖେଳିବାର ଅଛି। ଆଗାମୀ ଟି-୨୦ ବିଶ୍ୱକପରେ ଭାରତୀୟ ଫ୍ୟାନ୍ସ ଯାଦବଙ୍କ ଠୁ ଭଲ ପ୍ରଦର୍ଶନର ଆଶା କରିବେ।

Leave a Reply

Your email address will not be published. Required fields are marked *