ବ୍ୟୁରୋ ରିପୋର୍ଟ: ହଙ୍କକଙ୍ଗ ବିରୁଦ୍ଧରେ ସୂର୍ଯ୍ୟ କୁମାର କରିଥିଲେ ଆକର୍ଷଣୀୟ ବ୍ୟାଟିଂ। ସେ ଶେଷ ଓଭରରେ ଲଗାଇଥିଲେ ୪ଟି ଛକା। ଖେଳାଯାଇଥିବା ଏହି ମ୍ୟାଚରେ ସୂର୍ଯ୍ୟ କୁମାର ୨୬ ବଲରେ ୬୮ ରନ କରିଥିଲେ ଏବଂ ନଟ ଆଉଟ ଥିଲେ। ତାଙ୍କର ଏହି ଦମଦାର ପାରିରେ ସାମିଲ ଥିଲା ୬ଟି ଚୌକା ଓ ୬ଟି ଛକା। ଏହି ୬ଟି ଛକା ଭିତରୁ ଶେଷ ଓଭରରେ ଆସିଥିଲା ୪ଟି ଛକା। ସୂର୍ଯ୍ୟ କୁମାର ଯାଦବ ଶେଷ ଓଭରରେ ପ୍ରଥମ ୩ଟି ବଲରେ ଲଗାଇଥିଲେ ୩ଟି ଛକା। ଟିମ ଇଣ୍ଡିଆ ହଙ୍କକଙ୍ଗ ବିରୁଦ୍ଧରେ ୨୦ ଓଭରରେ ୨ଟି ୱିକେଟ ହରାଇ ବନାଇଥିଲା ୧୯୨ ରନ। ହଙ୍କକଙ୍ଗ ଟିମ ଲଢ଼ୁଆ ପ୍ରଦର୍ଶନ କରିଥିଲା ଏବଂ ୧୫୨ ରନ କରିପାରିଥିଲା।
୨୨ ବଲରେ ଅର୍ଦ୍ଧ ଶତକ ଲଗାଇଥିଲେ ସୂର୍ଯ୍ୟ କୁମାର ଯାଦବ। ସେ ନିଜର ଦ୍ୱିତୀୟ ଛକା ଡିପ ଏକ୍ସଟ୍ରା କଭରରେ ଲଗାଇଥିଲେ ଏବଂ ଅର୍ଦ୍ଧ ଶତକ ପୁରା କରିଥିଲେ।
He came. He hit. He made us #BelieveInBlue with a 5⃣0⃣.
How many ?? for #SuryakumarYadav's ⚡️ knock?
DP World #AsiaCup2022 #AsiaCupT20 #TeamIndia #INDvHK pic.twitter.com/NSFrEqrbWV
— Star Sports (@StarSportsIndia) August 31, 2022
୨୨ ବଲରେ ଅର୍ଦ୍ଧ ଶତକ ଲଗାଇବା ପରେ ଭାରତୀୟ ଖେଳାଳି ଦ୍ଵାରା ଟି-୨୦ ଇଣ୍ଟରନେସନାଲରେ ସବୁଠୁ ଜୋରରେ ଅର୍ଦ୍ଧ ଶତକ ଲଗାଇବା ଲିଷ୍ଟରେ ସାମିଲ ହୋଇଗଲେ। ଅଲରାଉଣ୍ଡର ଯୁବରାଜ ସିଂ ଏକ ତାଲିକାରେ ନମ୍ବର ୧ ରେ ଅଛନ୍ତି। ଏହା ପରେ କେ ଏଲ ରାହୁଲ ଏବଂ ଗୌତମ ଗମ୍ଭୀର ଅଛନ୍ତି। ସୂର୍ଯ୍ୟ କୁମାର ଯାଦବ ଗୋଟିଏ ଓଭରରେ ଏକ ଭାରତୀୟ ଦ୍ଵାରା ସର୍ବାଧିକ ଟି-୨୦ ଇଣ୍ଟରନେସନାଲ ରନ ବନାଇବା ତାଲିକାରେ ରୋହିତ ଶର୍ମାଙ୍କ ସହ ବରାବରୀ କରିଦେଇଛନ୍ତି।