ବ୍ୟୁରୋ ରିପୋର୍ଟ: ଭାରତ ସୁନ୍ଦର ପ୍ରଦର୍ଶନ କରି ଇଂଲଣ୍ଡ ବିରୁଦ୍ଧରେ ଟି-୨୦ ସିରିଜ ଜିତିଲା, କିନ୍ତୁ ତୃତୀୟ ମ୍ୟାଚରେ ଭାରତକୁ ୧୭ ରନରେ ପରାଜୟର ସାମ୍ନା କରିବାକୁ ପଡିଲା। ତୃତୀୟ ମ୍ୟାଚରେ ସୂର୍ଯ୍ୟ କୁମାର ଯାଦବ ଶତକୀୟ ପାରି ଖେଳିଥିଲେ,କିନ୍ତୁ ୧ ରନରେ ବଡ଼ ରେକର୍ଡରୁ ବଞ୍ଚିତ ହୋଇଗଲେ। ଯଦି ସେ ଏହି ମ୍ୟାଚରେ ଆଉ ଏକ ରନ କରିଥାନ୍ତେ ତେବେ ଅଧିନାୟକ ରୋହିତ ଶର୍ମାଙ୍କୁ ପଛରେ ପକାଇ ଦେଇଥାନ୍ତେ।

ଏହି ରେକର୍ଡ କରିବାକୁ ବଞ୍ଚିତ ରହିଗଲେ ସୂର୍ଯ୍ୟ କୁମାର:
ସୂର୍ଯ୍ୟ କୁମାର ଯାଦବ ଇଂଲଣ୍ଡ ବିରୁଦ୍ଧରେ ତୃତୀୟ ଟି-୨୦ରେ ୫୫ ବଲରେ ୧୧୭ ରନରେ ପାରି ଖେଳିଥିଲେ। ଏହି ପାରିରେ ୧୪ ଟି ଚୌକା ଓ ୬ଟି ଛକା ସାମିଲ ଥିଲା। ତାଙ୍କ ପାରି ଦେଖି ବିରୁଦ୍ଧରେ ବୋଲର ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଭାରତ ତରଫରୁ ସର୍ବଶ୍ରେଷ୍ଠ ବ୍ୟକ୍ତିଗତ ସ୍କୋରର ରେକର୍ଡ ରୋହିତ ଶର୍ମାଙ୍କର ଅଟେ।
ସେ ଶ୍ରୀଲଙ୍କା ବିରୁଦ୍ଧରେ ୪୩ ବଲରେ ୧୧୮ ରନ କରିଥିଲେ। ଇଂଲଣ୍ଡ ବିରୁଦ୍ଧରେ ସୂର୍ଯ୍ୟ କୁମାର ୧୧୭ ରନ କଲେ ଓ ଆଉ ଏକ ରନ କରିଥିଲେ ସେ ଏହି ବଡ଼ ରେକର୍ଡ ନିଜ ନାମରେ କରିପାରିଥାନ୍ତେ। ସେ ଆଉ ଏକ ରନ କରିଥିଲେ ଭାରତ ତରଫରୁ ଟି-୨୦ ରେ ସବୁଠୁ ବଡ଼ ବ୍ୟକ୍ତିଗତ ସ୍କୋର କରିଥିବା ଖେଳାଳି ହୋଇଥାନ୍ତେ।

ଭାରତୀୟ ପାରିକୁ ସମ୍ଭାଳିଲେ:
ଇଂଲଣ୍ଡ ତୃତୀୟ ଟି-୨୦ରେ ଭାରତକୁ ଜିତିବା ପାଇଁ ୨୧୬ ରନର ଲକ୍ଷ୍ୟ ଦେଇଥିଲା, ଜବାବରେ ଭାରତର ଟପ-୩ ବ୍ୟାଟ୍ସମ୍ୟାନ ଜଲଦି ଆଉଟ ହୋଇଗଲେ। ଏହା ପରେ ସୂର୍ଯ୍ୟ କୁମାର ଯାଦବ ପାରିକୁ ସମ୍ଭାଳିଲେ ଓ ଗ୍ରାଉଣ୍ଡରେ ସବୁ ପଟକୁ ସର୍ଟସ ଖେଳିଲେ। ତାଙ୍କ ବ୍ୟାଟିଙ୍ଗର ପ୍ରଶଂସା କେତେକ କଲେ ଓ ସେ ୪୮ ବଲରେ ଶତକ ପୁରା କଲେ।
ହେଲେ ପଞ୍ଚମ ଭାରତୀୟ:
ସୂର୍ଯ୍ୟ କୁମାର ଯାଦବ ଭାରତ ତରଫରୁ ଟି-୨୦ ଇଣ୍ଟରନେସନାଲରେ ଶତକ ଲଗାଇ ଥିବା ପଞ୍ଚମ ଖେଳାଳି ହୋଇଗଲେ। ତାଙ୍କ ପୂର୍ବରୁ ରୋହିତ ଶର୍ମା, କେ ଏଲ ରାହୁଲ, ସୁରେଶ ରାଇନା ଓ ଦୀପକ ହୁଡ୍ଡା ଶତକ ଲଗାଇ ଥିଲେ। ରୋହିତ ଟି-୨୦ ଇଣ୍ଟରନେସନାଲରେ ଭାରତ ତରଫରୁ ସବୁଠୁ ଅଧିକ ୪ଟି ଶତକ ଲଗାଇଥିଲେ। ସୂର୍ଯ୍ୟ କୁମାର ଯାଦବ ଦମଦାର ବ୍ୟାଟିଙ୍ଗ ପାଇଁ ପ୍ରସିଦ୍ଧ ଅଟନ୍ତି। ତାଙ୍କ ପାଖରେ ସେହି କ୍ଷମତା ଅଛି କି ସେ କୌଣସି ବି ପିଚରେ ଵିସ୍ପୋଟକ ପାରି ଖେଳିପାରିବେ।

ତେବେ ସୂର୍ଯ୍ୟ କୁମାର ଯାଦବ ଜଣେ ଉଚ୍ଚକୋଟୀର ଖେଳାଳି ଅଟନ୍ତି।ସେ ଆଇପିଏଲରେ ମୁମ୍ବାଇ ଟିମରେ ରହିଛନ୍ତି। ପୂର୍ବରୁ ସେ କେକେଆର ଟିମରେ ଥିଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।