ବ୍ୟୁରୋ ରିପୋର୍ଟ: ଭାରତୀୟ କ୍ରିକେଟ ଟିମର ବ୍ୟାଟ୍ସମ୍ୟାନ ସୂର୍ଯ୍ୟ କୁମାର ଯାଦବ ଟି-୨୦ରେ କୌଣସି ମଧ୍ୟ ସ୍ଥାନରେ ବ୍ୟାଟିଙ୍ଗ କରିବାକୁ ପ୍ରସ୍ତୁତ ଅଛନ୍ତି। ସୂର୍ଯ୍ୟ କୁମାର ଯାଦବ ଟିମ ଇଣ୍ଡିଆ ପାଇଁ ଅଲଗା ଅଲଗା ଜାଗାରେ ବ୍ୟାଟିଙ୍ଗ କରିସାରିଛନ୍ତି। ସେ ଭାରତ ପାଇଁ ଓପନିଙ୍ଗ ମଧ୍ୟ କରିସାରିଛନ୍ତି। ଦମଦାର ବ୍ୟାଟିଙ୍ଗ ପାଇଁ ଜଣାଯାଉଥିବା ସୂର୍ଯ୍ୟ କୁମାର ଯାଦବ ଏସିଆ କପ ୨୦୨୨ରେ ହଂଙ୍ଗକଂଙ୍ଗ ବିରୁଦ୍ଧରେ ୨୬ ବଲରେ ୬୮ ରନର ନଟ ଆଉଟ ପାରି ମଧ୍ୟ ଖେଳିଥିଲେ। ଏହା ଦ୍ଵାରା ଭାରତ ସେହି ମ୍ୟାଚ ୪୦ ରନରେ ଜିତି ସୁପର ୪ ରେ ପହଁଚିଯାଇଛି।

ହଂଙ୍ଗକଂଙ୍ଗ ବିରୁଦ୍ଧରେ ସୂର୍ଯ୍ୟକୁମାର ଯାଦବ ଚାରି ନମ୍ବରରେ ବ୍ୟାଟିଙ୍ଗ କରିବାକୁ ଓହଳିଥିଲା ଓ ସବୁ ଆଡ଼କୁ ଶର୍ଟ ମାରିଥିଲେ। ଏହି ସମୟରେ ସେ ଛଅଟି ଛକା ଓ ଛଅଟି ଚୌକା ମାରିଥିଲେ। ସୂର୍ଯ୍ୟ କୁମାର ଯାଦବ ମ୍ୟାଚ ପରେ ପ୍ରେସ କନ୍ଫରେନ୍ସରେ କହିଛନ୍ତି ,”ମୁଁ କୌଣସିବି ସ୍ଥାନରେ ବ୍ୟାଟିଙ୍ଗ କରିପାରିବି,ଯେଉଁ ସ୍ଥାନରେ ମତେ କୁହାଯିବ। ମୁଁ କୋଚ ଓ ଅଧିନାୟକଙ୍କୁ କହିଦେଇଛି ମତେ କୌଣସିବି ନମ୍ବରରେ ବ୍ୟାଟିଙ୍ଗ ଦିଅ ମୁଁ ଖେଳିବି ବାସ ମତେ ଖେଳାଅ”।
“କେଏଲ ଭାଇ ଆଘାତ ପରେ ଫେରିଛନ୍ତି”:
ଉପଅଧିନାୟକ କେ ଏଲ ରାହୁଲ ଆଘାତ ପରେ ଫେରିଛନ୍ତି କିନ୍ତୁ ସେ ସେହି ପୂର୍ଵ ପରି ବ୍ୟାଟିଙ୍ଗ କରିପାରିନାହାଁନ୍ତି। ହଙ୍କକଂଙ୍ଗ ବିରୁଦ୍ଧରେ ସେ ୩୯ ବଲରେ ୩୬ ରନ କରିଥିଲେ। ସୂର୍ଯ୍ୟ କୁମାରଙ୍କୁ ପଚରା ଯାଇଥିଲା କି କଣ ସେ ରୋହିତଙ୍କ ସହ ପାରିର ଆରମ୍ଭ କରିବେ ସେକହିଥିଲେ,”ଆପଣ କହୁଛନ୍ତି ଆମକୁ କେ ଏଲ ଭାଇଙ୍କୁ ଖେଳାଇବା ଉଚିତ ନୁହେଁ। ସେ ଆଘାତ ପରେ ଫେରିଛନ୍ତି ଓ ତାଙ୍କୁ କିଛି ସମୟ ଆବଶ୍ୟକ ଓ ଆମ ପାଖରେ ଏବେ ସମୟ ଅଛି”।

ଟିମ ଇଣ୍ଡିଆରେ ପ୍ରୟୋଗ ଜାରି ଅଛି:
ଟି-୨୦ ବିଶ୍ୱକପ ନିକଟ ଅଛି ଓ ଭାରତୀୟ ଟିମ ନିଜର ସର୍ବଶ୍ରେଷ୍ଠ ବ୍ୟାଟିଙ୍ଗ ଲାଇନ ପାଇଁ ପ୍ରୟୋଗ ଜାରି ରଖିଛି। ସୂର୍ଯ୍ୟକୁମାର କହିଛନ୍ତି,”ଜିନିଷ ଜାରି ରହିବ,ଅନେକ ଜିନିଷ ଅଛି ଯାହାକୁ ଆମେ ପରୀକ୍ଷା କରୁଚୁ। କିନ୍ତୁ ଜିନିଷ ଅଛି ଯାହା ଆମେ କରିବାକୁ ଚାହୁଁଛୁ। ଆମେ ଏହାକୁ ଅଭ୍ୟାସ ସମୟରେ ନ ଆପଣାଇ ମ୍ୟାଚ ସମୟର କଲେ ଭଲ ହେବ”।