ବଡ଼ ଖବର: ମୁମ୍ବାଇ ଛାଡିବେ ସୂର୍ଯ୍ୟକୁମାର! ଏହି ଦଳରେ ମିଶିବାରେ ଅଛି ସମ୍ଭାବନା, ପଢନ୍ତୁ ପୁରା ଖବର

IPL ରିଟେନକୁ ନେଇ ଏବେ ଖବର ଭାଇରଲ ହେଉଛି। ଟିମମାନେ ଏହି ମାସଶେଷ ସୁଦ୍ଧା ରିଟେନ ଖେଳାଳିଙ୍କ ଲିଷ୍ଟ ଦେବେ ଏହାର ଶେଷ ତାରିଖ ୩୦ ନଭେମ୍ବର ପର୍ଯ୍ୟନ୍ତ ଅଛି। ଏହା ପୂର୍ଵରୁ ଅନେକ ପୂର୍ଵ ଖେଳାଳି ନିଜ ମତ ଦେଇଛନ୍ତି କି ଟିମ କେଉଁ ଖେଳାଳିଙ୍କୁ ରିଟେନ କରିପାରେ ଓ କେଉଁ ଖେଳାଳିଙ୍କୁ ମେଗା ଅକ୍ସନ ପୂର୍ବରୁ ରିଲିଜ କରିପାରେ।

Google

ଇଣ୍ଡିଆନ ଏକ୍ସପ୍ରେସର ଏକ ରିପୋର୍ଟ ଅନୁସାରେ ସୂର୍ଯ୍ୟକୁମାର ଯାଦବ ସେହି ଖେଳାଳି ମାନଙ୍କ ମଧ୍ୟରୁ ଜଣେ ଯାହାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ରିଟେନ କରିନପାରେ। ଏହା ମଧ୍ୟ କୁହାଯାଇଛିକି ଦୁଇ ନୂଆ ଟିମ ମଧ୍ୟରୁ ଗୋଟେ ଟିମ ମେଗା ଅକ୍ସନ ପୂର୍ବରୁ ସୂର୍ଯ୍ୟକୁମାରଙ୍କୁ ସମ୍ପର୍କ କରିଛି। ସୂର୍ଯ୍ୟକୁମାର ଯାଦବ ମୁମ୍ବାଇ ଇଣ୍ଡିଆନ୍ସର ଜଣେ ପ୍ରମୁଖ ଖେଳାଳି ଅଟନ୍ତି। ବର୍ଷ ୨୦୧୮ରେ ମୁମ୍ବାଇ ଇଣ୍ଡିଆନ୍ସ ଟିମରେ ସାମିଲ ହୋଇଥିବା ସୂର୍ଯ୍ୟକୁମାର ଯାଦବ ଟିମ ପାଇଁ ବହୁତ ଭଲ ପ୍ରଦର୍ଶନ କରିଥିଲେ।

ଲଗାତର ଚାରିଟି ସିରିଜରେ ମୁମ୍ବାଇ ସହ ଥିବା ସୂର୍ଯ୍ୟକୁମାର ଲଗାତର ସବୁ ସିଜନରେ ୩୦୦ ରୁ ଅଧିକ ରନ କରିଛନ୍ତି। ସେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ୩୦ ରୁ ଅଧିକ ଔସତରେ ଓ ୧୩୫ର ଷ୍ଟାଇକ ରେଟରେ ୧୭୩୩ ରନ ବନାଇଛନ୍ତି। ମୁମ୍ବାଇ ତରଫରୁ ଖେଳି ସେ ୧୦ ଟି ଅର୍ଦ୍ଧଶତକ ମାରିଛନ୍ତି।

ମୁମ୍ବାଇ ଇଣ୍ଡିଆନ୍ସ କେଉଁ ଖେଳାଳିଙ୍କୁ ରିଟେନ କରିବାକୁ ଯାଉଛି: ରୋହିତ ଶର୍ମା ଓ ଯଶପ୍ରୀତ ବୁମରା ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ରିଟେନ ସୂଚିରେ ଶୀର୍ଷରେ ଅଛନ୍ତି। ରୋହିତ ଶର୍ମା ଅଧିନାୟକ ଅଟନ୍ତି ଓ ବୁମରା ଟି-୨୦ରେ ସର୍ବଶ୍ରେଷ୍ଠ ବୋଲରଙ୍କ ଭିତରେ ଜଣେ ଅଟନ୍ତି। ଏହା ସହିତ ୱେଷ୍ଟଇଣ୍ଡିଜର ଖେଳାଳି କାୟରନ ପୋଲାଡ଼ଙ୍କ ସହ ରିଟନ ପାଇ କଥାବାର୍ତ୍ତା ଚାଲିଛି। ଇସାନ କିଷାନ ଚତ୍ରୁର୍ଥ ନମ୍ବରରେ ଅଛନ୍ତି କିନ୍ତୁ ସେ ରିଟେନ ହେବା ପକ୍କା ନାହିଁ।

ଦୁଇ ନୂଆ ଟିମଙ୍କ ଭିତରୁ କିଏ ଜଣେ କରିପାରନ୍ତି ସୂର୍ଯ୍ୟକୁମାରଙ୍କୁ ସାଇନ: ସୂର୍ଯ୍ୟକୁମାରଙ୍କୁ ମୁମ୍ବାଇ ଅକ୍ସନରେ କିଣିପାରେ କିନ୍ତୁ ଏହା ଅଧିକ ସମ୍ଭାବନା ନୁହେଁ କାରଣ ପୂର୍ବରୁ ଯଦି ଦୁଇ ନୂଆ ଟିମ ମଧ୍ୟରୁ କେହି ତାଙ୍କୁ ସାଇନ କରିଦେବେ। ଆଇପିଏଲରେ ମୁମ୍ବାଇ ୫ ଥର ସବୁଠୁ ଅଧିକ ଥର ଟ୍ରଫି ଜିତିଛି। କିନ୍ତୁ ଆଇପିଏଲ ୨୦୨୧ରେ ମୁମ୍ବାଇର ପ୍ରଦର୍ଶନ ଭଲ ନଥିଲା। ବିସିସିଆଇ କହିଛି କି ଟିମ ଅତି ବେଶୀରେ ୪ ଖେଳାଳିଙ୍କୁ ରିଟେନ କରିବ ତେଣୁ ମୁମ୍ବାଇକୁ କିଛି ପ୍ରମୁଖ ଖେଳାଳିଙ୍କୁ ମଧ୍ୟ ରିଲିଜ କରିବାକୁ ପଡିବ।

 

ହାର୍ଦିକ ପାଣ୍ଡ୍ୟା, ଟ୍ରେଣ୍ଟ ବୋଲଟ, କ୍ୟୁଣ୍ଟନ ଡିକକ, ରାହୁଲ ଚାହାରଙ୍କ ଭଳି ଖେଳାଳି ରିଲିଜ ହେବେ। ଦୁଇ ନୂଆ ଟିମ ଆକ୍ସନ ପୂର୍ବରୁ ତିନି ତିନି ଖେଳାଳିଙ୍କୁ ରିଟେନ କରିପାରିବ ତେଣୁ ହାର୍ଦିକ ପାଣ୍ଡ୍ୟା, ଟ୍ରେଣ୍ଟ ବୋଲଟ ଓ ସୂର୍ଯ୍ୟକୁମାର ଭଳି ଖେଳାଳି ନୂଆ ଟିମକୁ ସାଇନ କରିପାରନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *