IND VS NZ: ସୂର୍ଯ୍ୟକୁମାର ଯାଦବଙ୍କ ପତ୍ନୀଙ୍କ ଜନ୍ମଦିନରେ ଟ୍ରେଣ୍ଟ ବୋଲଟ ଦେଲେ “ସ୍ପେଶାଲ ଗିପ୍ଟ”, ଦେଖନ୍ତୁ ଭିଡିଓ

ଭାରତୀୟ ଟିମ ନୂଆ ଆରମ୍ଭ ବିଜୟ ସହ କରିଛି। ଟି-୨୦ ବିଶ୍ୱକପର ଖରାପ ପ୍ରଦର୍ଶନକୁ ଭୁଲି ଭାରତୀୟ ଟିମ ନୂଆ କୋଚ ଦ୍ରାଭିଡ ଓ ନୂଆ ଅଧିନାୟକ ରୋହିତଙ୍କ ସହିତ ବିଜୟରୁ ଆରମ୍ଭ କରିଛନ୍ତି। ଭାରତ ଜୟପୁରରେ ନ୍ୟୁଜିଲ୍ୟାଣ୍ଡ ସହ ଖେଳାଯାଇଥିବା ପ୍ରଥମ ଟି-୨୦ରେ ୫ ୱିକେଟରେ ବିଜୟ ହୋଇଛି। ଏବେ ଏହି ସିରିଜରେ ଭାରତ ୧-୦ରେ ଆଗୁଆ ଅଛି। ଅଧିନାୟକ ରୋହିତ ଶର୍ମା ଟସ ଜିତି ବୋଲିଙ୍ଗ ଫଇସଲା କରିଥିଲେ। ମାର୍ଟିନ ଗପଟିଲ ଓ ମାର୍କ ଚାପମ୍ୟାନଙ୍କ ଅର୍ଦ୍ଧଶତକ ଦ୍ଵାରା ନ୍ୟୁଜିଲ୍ୟାଣ୍ଡ ଟିମ ୨୦ ଓଭରରେ ୬ ୱିକେଟ ହରାଇ ୧୬୪ ରନ ବନାଇବାର ସକ୍ଷମ ହୋଇ ଥିଲା। ଗପଟିଲ ୪୨ ବଲରେ ୭୦ ଓ ଚାପମ୍ୟାନ ୫୦ ବଲରେ ୬୩ ରନ ବନାଇଥିଲେ।

Google

୧୬୫ ଟାର୍ଗେଟକୁ ଲକ୍ଷ୍ୟ କରି ଭାରତ ୫ ୱିକେଟ ହରାଇ ଦୁଇଟି ବଲ ବାକିଥାଇ ଏହି ମ୍ୟାଚ ଜିତିଯାଇଥିଲା। ଭାରତର ବିଜୟର ମୁଖ୍ୟ ବ୍ୟାଟ୍ସମାନ ରହିଲେ ସୂର୍ଯ୍ୟକୁମାର ଓ ରୋହିତ ଶର୍ମା ଯିଏ କି ୬୨ (ସୂର୍ଯ୍ୟକୁମାର) ଓ ୪୮ (ରୋହିତ) ରନ କରିଥିଲେ। ସୂର୍ଯ୍ୟକୁମାର ନିଜର ୬୨ ରନର ପାରିରେ ଛଅଟି ଚୌକା ଓ ୩ ଟି ଛକା ଲଗାଇଥିଲେ। ରୋହିତ ନିଜର ୪୮ ରନର ପାରିରେ ୫ ଟି ଚୌକା ଓ ୨ ଟି ଛକା ମାରିଥିଲେ। ଦୁହିଁଙ୍କ ମଧ୍ୟରେ ଦ୍ୱିତୀୟ ୱିକେଟ ପାଇଁ ୫୯ ରନର ପାର୍ଟନରସିପ ହୋଇଥିଲା। ସୂର୍ଯ୍ୟକୁମାର ଯାଦବ ମ୍ୟାଚ ଅଫ ଦି ମ୍ୟାଚ ବଛାଯାଇଥିଲେ।

ସୂର୍ଯ୍ୟକୁମାର ଯାଦବ କହିଛନ୍ତି,”ମୁଁ କିଛି ଅଲଗା କରିନାହିଁ। ମୁଁ ନେଟରେ ମଧ୍ୟ ଏହିପରି ଅଭ୍ୟାସ କରିଥାଏ। ମୁଁ ନେଟରେ ନିଜ ଉପରେ ପ୍ରେସର ପକାଇଥାଏ ଓ ମୁଁ ଯେବେ ଆଉଟ ହୋଇଥାଏ ଡ୍ରେସିଙ୍ଗ ରୁମରେ ଯାଇ ଭାବିଥାଏକି କଣ ଭଲ କରିପାରିଥାନ୍ତି। ଏହି ମ୍ୟାଚରେ ବଲ ଭଲସେ ବ୍ୟାଟକୁ ଆସୁଥିଲା ଓ ଭଲ ଖବର ଏହାକି ଆମେ ମ୍ୟାଚ ଜିତିଯାଇଛୁ”। ଯାଦବ ୧୭ ତମ ଓଭରରେ ଟ୍ରେଣ୍ଟ ବୋଲଟଙ୍କ ବଲରେ ଆଉଟ ହୋଇଯାଇଥିଲେ। ଏହା ପୂର୍ବରୁ ୧୬ ତମ ଓଭରରେ ବୋଲଟ ତାଙ୍କୁ ଜୀବନ ଦାନ ଦେଇଥିଲେ। ୧୬ ତମ ଓଭର ଟିମ ସାଉଦି ବୋଲିଙ୍ଗ କରିଥିଲେ ଓ ସେବେ ଫାଇନ ଲେଗରେ ବୋଲଟ ସୂର୍ଯ୍ୟକୁମାରଙ୍କର କ୍ୟାଚ ଛାଡିଥିଲେ। ବୋଲଟ ଏକ କ୍ୟାଚ ଛାଡ଼ିଦେଇଥିଲେ।

ଏହା ବିଷୟରେ କଥାହୋଇ ସୂର୍ଯ୍ୟକୁମାର କହିଛନ୍ତି,”ମୁଁ ମ୍ୟାଚ ଶେଷ କରିବାକୁ ଚାହୁଁଥିଲି କିନ୍ତୁ ଏହିପରି ଆମେ ଶିଖିଥାଉ ଓ ଆଗକୁ ବଢିଥାଉ। ଟ୍ରେଣ୍ଟ ବୋଲଟଙ୍କ କଥା କହିବା ତ ଆଜି ମୋର ପତ୍ନୀଙ୍କ ଜନ୍ମଦିନ ଓ ବୋଲଟ ମୋ କ୍ୟାଚ ଛାଡି ମୋ ପତ୍ନୀଙ୍କୁ ଜନ୍ମଦିନ ଉପହାର ଦେଇଛନ୍ତି”। ସୂର୍ଯ୍ୟକୁମାର ଓ ବୋଲଟ ଦୁହେଁ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ତରଫରୁ ଖେଳିଥାନ୍ତି। ମୁମ୍ବାଇର ଏହି ବ୍ୟାଟ୍ସମ୍ୟାନ ୯ ଟି ଟି-୨୦ ଇଣ୍ଟରନେସନାଲ ମ୍ୟାଚରେ ୧୬୧ ର ଷ୍ଟାଇକରେଟରେ ୨୪୩ ରନ କରିଛନ୍ତି। ତାଙ୍କ ନାମରେ ତିନୋଟି ଅର୍ଦ୍ଧଶତକ ମଧ୍ୟ ଅଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *