ବ୍ୟୁରୋ ରିପୋର୍ଟ: ଭାରତୀୟ ଟିମକୁ ପ୍ରାୟ ଲମ୍ବା ସମୟରୁ ଏକ ଏପରି ଖେଳାଳିଙ୍କ ତଲାସ ଅଛି ଯିଏକି ବ୍ୟାଟିଙ୍ଗ ସହିତ ଷଷ୍ଠ ବୋଲରର କମି ମଧ୍ୟ ଦୂର କରିପାରିବ। ମଧ୍ୟକ୍ରମରେ ଟିମ ଇଣ୍ଡିଆରେ ନିଜ ଜାଗା ପକ୍କା କରିବାକୁ ଦେଖୁଥିବା ସୂର୍ଯ୍ୟକୁମାର ଯାଦବ ଏହି କମିକୁ ପୁରା କରିବା ପାଇଁ ପ୍ରସ୍ତୁତ।

ସୂର୍ଯ୍ୟକୁମାର ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ଦ୍ୱିତୀୟ ଏକଦିବସିୟ ମ୍ୟାଚର ପୂର୍ଵ ସନ୍ଧ୍ୟାରେ ପ୍ରେସ କନ୍ସରେନ୍ସରେ ଏହି କଥା କହିଛନ୍ତି। ପ୍ରଥମ ଏକଦିବସିୟରେ ସୂର୍ଯ୍ୟକୁମାର ଯାଦବ ସୁନ୍ଦର ପାରି ଖେଳି ଭାରତକୁ ୬ ୱିକେଟରେ ବିଜୟ ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଦ୍ୱିତୀୟ ଦିନିକିଆରେ ମଧ୍ୟ ଭଲ ପାରି ଖେଳିଥିଲେ।
ପ୍ରେସ କନ୍ଫରେନ୍ସରେ ଯେବେ ସୂର୍ଯ୍ୟକୁମାର ଯାଦବଙ୍କୁ ପଚରାଯାଇଥିଲା କଣ ଆପଣ ବୋଲିଙ୍ଗ ପାଇଁ ପ୍ରସ୍ତୁତ ଅଛନ୍ତି ଏହା ଉପରେ ସେ ଜବାବ ଦେଇଥିଲେ,”ମୁଁ ନେଟରେ ସବୁ ସମୟରେ ବୋଲିଙ୍ଗ କରୁଛି। ନିଶ୍ଚିତ ରୂପରେ ଯେବେ ମତେ ମୌକା ମିଳିବ ମୁଁ ବୋଲିଙ୍ଗ କରିବି”। ସୂର୍ଯ୍ୟକୁମାର ଯାଦବଙ୍କୁ ୧୬ ଟି ଇଣ୍ଟରନେସନାଲ ମ୍ୟାଚ ଖେଳିବାର ଅନୁଭବ ଅଛି। ଏବେ ପର୍ଯ୍ୟନ୍ତ ସେ ଇଣ୍ଟରନେସନାଲ କ୍ରିକେଟରେ ବୋଲିଙ୍ଗ କରିନାହାଁନ୍ତି।

ଘରୋଇ କ୍ରିକେଟରେ କରିଛନ୍ତି ବୋଲିଙ୍ଗ:
ଡାହାଣହାତୀ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବ ଘରୋଇ କ୍ରିକେଟରେ ବୋଲିଙ୍ଗ କରିସାରିଛନ୍ତି। ସେ ୭୭ ଫାଷ୍ଟ କ୍ଳାସ ମ୍ୟାଚର ୫୦ ପାରିରେ ୨୪ ୱିକେଟ ନେଇଛନ୍ତି। ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ୪୭ ରନ ଦେଇ ୪ ୱିକେଟ ଅଟେ। ଘରୋଇ ଟି-୨୦ କ୍ରିକେଟରେ ସୂର୍ଯ୍ୟକୁମାର ୧୦ ପାରିରେ ୬ ୱିକେଟ ଅକ୍ତିଆର କରିଛନ୍ତି।
ସୂର୍ଯ୍ୟକୁମାର ଅଫସ୍ପିନ ବୋଲିଙ୍ଗ କରିଥାନ୍ତି। ୩୧ ବର୍ଷୀୟ ସୂର୍ଯ୍ୟକୁମାର ଯାଦବ ପ୍ରଥମ ଏକଦିବସିୟରେ ୩୬ ବଲରେ ୩୪ ରନର ନଟଆଉଟ ପାରି ଖେଳିଥିଲେ। ସେ ଦୀପକ ହୁଡାଙ୍କ ସହ ମିଶି ପଞ୍ଚମ ୱିକେଟ ପାଇଁ ଅର୍ଦ୍ଧଶତକୀୟ ପାର୍ଟନରସିପ କରିଥିଲେ। ଦ୍ୱିତୀୟ ODI ରେ ମଧ୍ୟ ସୁନ୍ଦର ବ୍ୟାଟିଂର ପ୍ରଦର୍ଶନ କରିଥିଲେ।

ସୂର୍ଯ୍ୟକୁମାର ପ୍ରଥମ ୫ ଟି ଏକଦିବସିୟରେ ୩୦ ପ୍ଲସ ସ୍କୋର କରିଥିବା ପ୍ରଥମ ଭାରତୀୟ:
ପୂର୍ଵ ବର୍ଷ ଜୁଲାଇରେ ଏକଦିବସିୟରେ ଡେବ୍ୟୁ କରିଥିବା ସୂର୍ଯ୍ୟକୁମାର ଯାଦବ ୫ ଟି ମ୍ୟାଚରେ ୬୫.୬୭ ଔସତରେ ୧୯୭ ରନ କରିଛନ୍ତି। ୧୧ ଟି ଟି-୨୦ ମ୍ୟାଚରେ ୨୪୪ ରନ କରିଛନ୍ତି। ସୂର୍ଯ୍ୟକୁମାର ଆରମ୍ଭ ୫ ଟି ଯାକ ଏକଦିବସିୟରେ ୩୦ ପ୍ଲସ ସ୍କୋର କରିଥିବା ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ ଅଟନ୍ତି। ସେ ଏହି ଉପଲବ୍ଧି ୱେଷ୍ଟଇଣ୍ଡିଜ ସହ ସିରିଜର ପ୍ରଥମ ଏକଦିବସିୟରେ ହାସଲ କରିଛନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।