ବ୍ୟୁରୋ ରିପୋର୍ଟ: ସୂର୍ଯ୍ୟକୁମାର ଯାଦବ ଶ୍ରୀଲଙ୍କା ବିରୁଦ୍ଧରେ ଟି-୨୦ ସିରିଜରୁ ବାହାର ହୋଇଯାଇଛନ୍ତି। ଭାରତୀୟ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବ ବାହାର ହୋଇଯିବା ଦ୍ଵାରା ରୋହିତଙ୍କ ଟିମ ଇଣ୍ଡିଆକୁ ଦ୍ୱିତୀୟ ଝଟକା ଲାଗିଛି। ଏହା ପୂର୍ବରୁ ପ୍ରେସର ବୋଲର ଦୀପକ ଚାହାର ମଧ୍ୟ ସିରିଜରୁ ବାହାର ହୋଇଯାଇଛନ୍ତି। ଚାହାରଙ୍କୁ ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ଶେଷ ମ୍ୟାଚରେ ଆଘାତ ଲାଗିଥିଲା। ଶ୍ରୀଲଙ୍କା ବିରୁଦ୍ଧରେ ତିନୋଟି ମ୍ୟାଚର ଟି-୨୦ ସିରିଜର ଆରମ୍ଭ ୨୪ ଫେବୃଆରୀକୁ ଲକ୍ଷନୌରେ ହେବାର ଅଛି। ପ୍ରଥମ ମ୍ୟାଚ ପାଇଁ ଟିମ ଇଣ୍ଡିଆ ଲକ୍ଷନୌରେ ପହଁଚିଯାଇଛି। ସୂର୍ଯ୍ୟକୁମାର ଯାଦବ ମଧ୍ୟ ଲକ୍ଷନୌ ପହଁଚିଗଲେଣି।

ତାଙ୍କୁ ମଙ୍ଗଳବାର ଦିନ ଟିମ ଇଣ୍ଡିଆର ଅଭ୍ୟାସ ସମୟରେ ମଧ୍ୟ ଦେଖାଯାଇଥିଲା। କିନ୍ତୁ କ୍ରିକବଜର ଖବର ଅନୁସାରେ ୩୧ ବର୍ଷୀୟ ବ୍ୟାଟ୍ସମ୍ୟାନଙ୍କ ହାତର ହେୟରଲାଇନ ଫ୍ୟାକ୍ଚର ଅଛି,ତେଣୁ ତାଙ୍କୁ ସୀମିତ ଓଭର ସିରିଜ ପାଇଁ ଅନଫିଟ ଘୋଷଣା କରିଦିଆଯାଇଛି। ଏବେ ପର୍ଯ୍ୟନ୍ତ ଏହା ସ୍ପଷ୍ଟ ହୋଇନାହିଁକି ସୂର୍ଯ୍ୟକୁମାରଙ୍କୁ କେବେ ଓ କେଉଁଠି ଆଘାତ ଲାଗିଥିଲା। ମାନାଯାଉଛି କି ୨୦ ଫେବୃଆରୀକୁ ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ଖେଳାଯାଇଥିବା ତୃତୀୟ ଟି-୨୦ ମ୍ୟାଚ ସମୟରେ ଫିଲଡିଙ୍ଗ ସମୟରେ ତାଙ୍କୁ ଆଘାତ ଲାଗିଛି।
ପ୍ଲେୟର ଅଫ ଦି ସିରିଜ ହୋଇଥିଲେ ସୂର୍ଯ୍ୟକୁମାର ଯାଦବ:
ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ଟି-୨୦ ସିରିଜରେ ସୂର୍ଯ୍ୟକୁମାର ଯାଦବ ପ୍ଲେୟର ଅଫ ଦି ସିରିଜ ହୋଇଥିଲେ। ସୂର୍ଯ୍ୟକୁମାର ଯାଦବ ଶ୍ରୀଲଙ୍କା ବିରୁଦ୍ଧରେ ଟି-୨୦ ସିରିଜରେ ବାହାର ହୋଇଥିବା ଦୀପକ ଚାହାରଙ୍କ ପରେ ଦ୍ୱିତୀୟ ଖେଳାଳି ଅଟନ୍ତି। ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ତୃତୀୟ ଟି-୨୦ରେ ଚାହରଙ୍କୁ ଆଘାତ ଲାଗିଥିଲା।
🚨 UPDATE 🚨: Deepak Chahar and Suryakumar Yadav ruled out of @Paytm #INDvSL T20I Series. #TeamIndia
More Details 🔽
— BCCI (@BCCI) February 23, 2022
ଚାହାର ତୃତୀୟ ମ୍ୟାଚରେ ୱେଷ୍ଟଇଣ୍ଡିଜର ଦୁଇ ଓପନରଙ୍କୁ ଆଉଟ କରିବା ପରେ ୧.୫ ଓଭର ବୋଲିଙ୍ଗ କରିବା ପରେ ଗ୍ରାଉଣ୍ଡ ବାହାରକୁ ଯାଇଥିଲେ। ଚାହାର ଟିମ ସହିତ ଲକ୍ଷନଉ ମଧ୍ୟ ଯାଇନାହାଁନ୍ତି। ତାଙ୍କୁ ଠିକ ହେବାକୁ ୫-୬ ସପ୍ତାହ ଲାଗିପାରେ। ତେଣୁ ଆଇପିଏଲର ଆରମ୍ଭ ମ୍ୟାଚରେ ମଧ୍ୟ ସେ ଖେଳିବା ନେଇ ସନ୍ଦେହ ସୃଷ୍ଟି ହୋଇଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।