IND vs ENG: ଆଜି ଟି-୨୦ ମହାଲଢ଼େଇ ଆରମ୍ଭ! ନାହାନ୍ତି କୋହଲି, ପନ୍ତ, ଅୟର ଏବଂ ବୁମରା ! କିଏ ଜିତିବ?

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଆଜି ପ୍ରଥମ ଟି-୨୦ ମ୍ୟାଚ ଖେଳାଯିବାର ଅଛି। ଭାରତୀୟ ଦଳରେ ପ୍ରଥମ ଟି-୨୦ ପାଇଁ ନାହାନ୍ତି ବିରାଟ କୋହଲି, ଯଶପ୍ରୀତ ବୁମରା, ଋଷଭ ପନ୍ତ, ଶ୍ରେୟସ ଅୟର, ରବୀନ୍ଦ୍ର ଜାଡେଜା। ସେମାନେ ଦ୍ୱିତୀୟ ଏବଂ ୩ୟ ଟି-୨୦ ରେ ଭରତୀୟ ଦଳରେ ଦେବେ ଯୋଗ। ସେହିପରି ଋତୁରାଜ ଗାଏକୱାଡ଼, ସଂଜୁ ସାମସନ, ଭେଙ୍କଟେସ ଅୟର, ଅର୍ସଦୀପ ସିଂ , ରାହୁଲ ତ୍ରିପାଠୀ ପଡିବେ ବାଦ।

Google

ତେବେ ଇଂଲଣ୍ଡ ଟିମ ମଧ୍ୟ ମଝଭୁତ ଅଛି। ଦଳର କ୍ୟାପଟେନ ବନିଛନ୍ତି ଜୋସ ବଟଲର। ଯିଏକି IPL 2022 ରେ ରାଜସ୍ଥାନ ପକ୍ଷରୁ ଖେଳି ଜବରଦସ୍ତ ଫର୍ମରେ ଥିଲେ। ତେବେ ଆଜିର ଟି-୨୦ ରେ ଦୁଇ ଦଳ ପାଖରେ ଅଛନ୍ତି ଜବରଦସ୍ତ ଖେଳାଳି। ତେବେ ଯେଉଁ ଦଳ ଭଲ କ୍ରିକେଟ ଖେଳିବ ସେ ଦଳ ଜିତିପାରେ ମ୍ୟାଚ।

ରୋହିତଙ୍କ ସହ ଓପନ କରିପାରନ୍ତି ଇଶାନ କିଷାନ। କେ ଏଲ ରାହୁଲ ନାହାନ୍ତି ଦଳରେ ସାମିଲ। ତେବେ ଇଂଲଣ୍ଡ ପକ୍ଷରୁ ଜୋସ ବଟଲରଙ୍କ ସହ ଓପନ କରିପାରନ୍ତି ଯେସନ ରୟ।

Google

ଭାରତୀୟ ଦଳରେ ରୋହିତ ଶର୍ମା, ଦିନେସ କାର୍ତ୍ତିକ, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ, ଦୀପକ ହୁଡ୍ଡା,ସୂର୍ଯ୍ୟ କୁମାର ଯାଦବଙ୍କ ପରି କେତେକ ଦମଦାର ଖେଳାଳି ଥିବା ବେଳେ ଇଂଲଣ୍ଡ ପାଖରେ ଅଛନ୍ତି ଜୋସ ବଟଲର, ମୋଇନ ଅଲ୍ଲୀ, ଡେଭିଡ ୱିଲି, ଲିଆମ ଲିଭିଙ୍ଗଷ୍ଟୋନଙ୍କ ପରି ଖେଳାଳି ଅଛନ୍ତି। ତେବେ ଆପଣଙ୍କ ଅନୁମାନରେ ଆଜି କିଏ ଜିତିବ ତାହା କମେଣ୍ଟରେ ଜଣେଇପାରିବେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *