ଏହି ବର୍ଷ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ୱକପ ପାଇଁ ଲିଷ୍ଟ ଜାରି ହୋଇଯାଇଛି। ପ୍ରଥମ ମ୍ୟାଚ ପାକିସ୍ତାନ ସହ ଖେଳିବ ଟିମ ଇଣ୍ଡିଆ। ଏହି ମ୍ୟାଚ ଅକ୍ଟୋବର ୨୩ ମେଲବର୍ଣ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବାର ଅଛି। ୧୬ ଅକ୍ଟୋବର ରୁ ଟି-୨୦ ବିଶ୍ୱକପ ଆରମ୍ଭ ହେବାର ଅଛି। ୧୪ ନଭେମ୍ବରକୁ ଫାଇନାଲ ହେବାର ଅଛି। ଅଲଗା ଅଲଗା ଷ୍ଟାଡିୟମରେ ମ୍ୟାଚ ଖେଳାଯିବ। ପାଖାପାଖି ୪୫ଟି ମ୍ୟାଚ ଖେଳାଯାଇପାରେ। ୨୦୧୪ ମସିହାରେ ଚମ୍ପିୟାନ ହୋଇଥିବା ଶ୍ରୀଲଙ୍କା ନାମିବୀୟ ସହ ଓପନିଙ୍ଗ ମ୍ୟାଚ ଖେଳିବାର ଅଛି।
India will face Pakistan in their first match of the tournament on October 23 at the Melbourne Cricket Ground (MCG)#T20WorldCup2022https://t.co/ElKJzIX6Rj
— CricketNDTV (@CricketNDTV) January 21, 2022
ପ୍ରଥମ ସେମି ଫାଇନାଲ ୯ ନଭେମ୍ବର ଏବଂ ଦ୍ୱିତୀୟ ସେମି ଫାଇନାଲ ୧୦ ନଭେମ୍ବରକୁ ଖେଳାଯିବାର ଅଛି। କହିରଖିବୁ ୨୦୨୧ ରେ ହୋଇଥିବା ଟି-୨୦ ବିଶ୍ଵକପରେ ଅଷ୍ଟ୍ରେଲିଆ ଚମ୍ପିୟାନ ହୋଇଥିଲା। ଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆ ନ୍ୟୁଜିଲାଣ୍ଡକୁ ହରାଇଥିଲା।
ଗୋଟିଏ ଗ୍ରୁପରେ ଇଣ୍ଡିଆ ଏବଂ ପାକିସ୍ତାନ: ସୁପର ୧୨ ରେ ଟିମ ଇଣ୍ଡିଆ ଯେଉଁ ଗ୍ରୁପରେ ଅଛି ସେହି ଗ୍ରୁପରେ ପାକିସ୍ତାନ, ସାଉଥ ଆଫ୍ରିକା ଏବଂ ବଙ୍ଗଳାଦେଶ ବି ଅଛି। ପ୍ରଥମ ମ୍ୟାଚ ଟିମ ଇଣ୍ଡିଆ ପାକିସ୍ତାନ ସହ ଖେଳିବ ଯାହାକି ୨୩ ଅକ୍ଟୋବରକୁ ଖେଳାଯିବାର ଅଛି। ପୂର୍ବ ବିଶ୍ୱକପରେ ଭାରତକୁ ହରାଇ ଇତିହାସ ରଚିଥିଲା ପାକିସ୍ତାନ। ବିଶ୍ୱକପରେ ଭାରତ ପାକିସ୍ତାନ ଠୁ ଅଧିକ ଜିତିଛି। ୨୦୨୧ ରେ ହୋଇଥିବା ଟି-୨୦ ବିଶ୍ୱକପର ପ୍ରଥମ ମ୍ୟାଚରେ ପାକିସ୍ତାନ ୧୦ ୱିକେଟରେ ଭାରତ ଠୁ ଜିତିଯାଇଥିଲା।
#T20WorldCup2022 schedule.. #T20Cricket . pic.twitter.com/t9TDqDMhWe
— Ramesh Bala (@rameshlaus) January 21, 2022
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।