ତେବେ କିଏ ହେବ ବିଶ୍ୱକପରେ ରୋହିତ ଶର୍ମାଙ୍କ ସାଥି ଓପନର, ତାହା ଏବେ ମଧ୍ୟ ପ୍ରଶ୍ନ ଘେରରେ। ଭାରତୀୟ କ୍ରିକେଟ ଜଗତରେ ଏକ ନୂଆ ପରିବର୍ତ୍ତନ ଆଣିଥିବା ଆଇପିଏଲ ବର୍ତ୍ତମାନ ବିଶ୍ୱର ସବୁଠାରୁ ବଡ଼ ପ୍ରିମିୟର ଲିଗ।

ଏଥିରୁ ବଛା ଯାଉଥିବା ଭାରତୀୟ ଖେଳାଳିଙ୍କ ପାଇଁ ଭାରତ ଆନ୍ତର୍ଜାତୀୟ ଦଳରେ ବିଭିନ୍ନ ଖେଳାଳିଙ୍କ ସ୍ଥାନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅବଶ୍ୟ ଏହା ଭାରତୀୟ କ୍ରିକେଟ ଭବିଷ୍ୟତ ପାଇଁ ଏକ ଅତ୍ୟନ୍ତ ଉତ୍ତମ ଅଟେ। ଆଗକୁ ଆସୁଛି ଟି-୨୦ ବିଶ୍ୱକପ।
ନୂତନ ଅଧିନାୟକ ରୋହିତ ଶର୍ମାଙ୍କ ସହିତ ନୂତନ କୋଚ ରାହୁଲ ଦ୍ରାବିଡ଼ଙ୍କ ତ୍ବତ୍ବାବଧାନରେ ଭାରତୀୟ ଦଳ ପୂର୍ଵ ଅପେକ୍ଷା ଅଧିକ ଶକ୍ତିଶାଳୀ ଜଣା ପଡୁଛି। ଭାରତ ପାଖରେ ଅଧିନାୟକ ରୋହିତ ଶର୍ମାଙ୍କ ସହିତ ଓପନିଙ୍ଗ କରିବା ପାଇଁ ବହୁତ ବିକଳ୍ପ ରହିଛି। ଏହି ଦୌଡ଼ରେ ଇଶାନ କିଶାନ, ଶୁଭମନ ଗିଲ ଏବଂ କେ ଏଲ ରାହୁଲ ରହିଛନ୍ତି। ଇଶାନ କିଶାନ ଗତ କିଛି ସିରିଜର ଲଗାତାର ଅଧିନାୟକ ରୋହିତ ଶର୍ମାଙ୍କ ସହିତ ଓପନିଙ୍ଗ କରିବାକୁ ଆସିଛନ୍ତି।

ସେ ଅନେକ ଦର୍ଶନୀୟ ସର୍ଟସ୍ ଖେଳିବା ସହିତ ଲଗାତାର ନିଜ ଫର୍ମ ହାସଲ କରିଥିଲେ। ସେ ସାଉଥ ଆଫ୍ରିକା ବିପକ୍ଷରେ ମଧ୍ୟ ନିଜର କମାଲ ଦେଖାଇ ଉକ୍ତ ସିରିଜରେ ଆକର୍ଷଣୀୟ ପ୍ରଦର୍ଶନ କରିଥିଲେ। ସେ ଅନେକ ଜବରଦସ୍ତ ପାରି ଖେଳିଥିଲେ।
ଇଶାନଙ୍କ ବ୍ୟତୀତ ଶୁଭମନ ଗିଲ ମଧ୍ୟ ନିଜର ଉତ୍ତମ ପ୍ରଦର୍ଶନ ଜାରି ରଖିଛନ୍ତି ଯାହା ଚୟନକର୍ତାଙ୍କ ଦୃଷ୍ଟି ଆକର୍ଷଣ କରିଛି। ସେ ୱେଷ୍ଟ-ଇଣ୍ଡିଜ ବିପକ୍ଷ ଦିନିକିଆ ମ୍ୟାଚରେ ଶିଖର ଧାୱାନଙ୍କ ସହିତ ମିଶି ନିଜର ଅର୍ଦ୍ଧ ଶତକ ହାସଲ କରିବା ସହିତ ପ୍ରତ୍ୟେକ ମ୍ୟାଚରେ ଅତି ଭଲ ସ୍କୋର କରିଥିଲେ। ତେଣୁ ଓପନିଙ୍ଗ ସ୍ଥାନରେ ତାଙ୍କ ନାମ ମଧ୍ୟ ଆସିବାର ରହିଛି। ସେ ମ୍ୟାନ ଅଫ ଦି ସିରିଜ ବି ହୋଇଥିଲେ।

ଏମାନଙ୍କ ବ୍ୟତୀତ ଅନ୍ୟ ଏକ ଅଭିଜ୍ଞ ଖେଳାଳି କେ ଏଲ ରାହୁଲ ନିଜର ଇଞ୍ଜୁରୀ କାରଣରୁ ଭାରତୀୟ ଦଳ ଠାରୁ ବାହାରେ ରହିଥିଲେ । ତାଙ୍କ ସହ ମିଶି ଅଧିନାୟକ ରୋହିତ ଶର୍ମା ଅନେକ ମ୍ୟାଚରେ ଭାରତକୁ ଜିତାଇଛନ୍ତି। ତାଙ୍କ ନିଆରା ଏବଂ ଜବରଦସ୍ତ ଖେଳ ପାଇଁ ଜଣାଶୁଣା। ତେବେ ଦେଖାଯାଉ ପରିଶେଷରେ କେଉଁ ଯୋଡିକୁ ଭାରତ ବିଶ୍ୱକପ ପାଇଁ ଚୟନ କରୁଛି। ତେବେ ଆପଣଙ୍କ ଅନୁମାନ କଣ ଅଟେ କିଏ କରିବ ଟି-୨୦ ବିଶ୍ୱକପରେ ରୋହିତ ଶର୍ମାଙ୍କ ସହ ଓପନିଂ, କମେଣ୍ଟରେ ଜଣେଇ ପାରିବେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।