ଆଗକୁ ଆସୁଛି ଟି-୨୦ ବିଶ୍ୱକପ! କିଏ ଖେଳିବ ନମ୍ୱର ୪ ରେ? ସୂର୍ଯ୍ୟ କୁମାର ନା ଅୟର, କଣ ଆପଣଙ୍କ ମତ?

ତେବେ ଭାରତୀୟ ଦଳ ୱେଷ୍ଟ ଇଣ୍ଡିଜ ଗ୍ରସ୍ତରେ ଅଛି। ଏହି ଗ୍ରସ୍ତରେ ଦୁଇଟି ODI ସରିଥିବା ବେଳେ ଭାରତ ୨-୦ ରେ ହୋଇଛି ଆଗୁଆ ତାସହ ସିରିଜ ବି ଜିତି ଯାଇଛି ଭାରତ। ତେବେ ଏହି ସିରିଜରେ ଦମଦାର ପ୍ରଦର୍ଶନ କରିଥିଲେ ଶ୍ରେୟସ ଅୟର। ପ୍ରଥମ ODI ରେ ଶ୍ରେୟସ ଅୟର ୫୭ ବଲରେ ୫୪ କରିଥିଲେ। ସେ ଏହି ଫାଷ୍ଟ ODI ରେ ୫ ଟି ଚୌକା ଓ ୨ ଟି ଛକା ଲଗାଇଥିଲେ। ସେ ଏହି ମ୍ୟାଚ ରେ ନମ୍ବର ୩ ରେ କରିଥିଲେ ବ୍ୟାଟିଂ।

Google

ଦ୍ୱିତୀୟ ODI ରେ ବି ଶ୍ରେୟସ ଅୟର କରିଥିଲେ ଆକର୍ଷଣୀୟ ବ୍ୟାଟିଂ। ସେ ୩ ନମ୍ବରରେ ବ୍ୟାଟିଂ ଆସି ୭୧ ବଲରେ କରିଥିଲେ ୬୩। ତାଙ୍କର ଏହି ପାରିରେ ସାମିଲ ଥିଲା ୪ ଟି ଚୌକା ଓ ଗୋଟିଏ ଛକା। ସୂର୍ଯ୍ୟ କୁମାର ଦ୍ୱିତୀୟ ODI ରେ ୯ ରନ କରିଥିବା ବେଳେ ଫାଷ୍ଟ ODI ରେ ୧୩ କରିଥିଲେ। ହେଲେ ସୂର୍ଯ୍ୟ କୁମାର ଇଂଲଣ୍ଡ ବିପକ୍ଷରେ କରିଥିଲେ ଜବରଦସ୍ତ ବ୍ୟାଟିଂ। ତେବେ ଦୁହେଁ ୪ ଏବଂ ୫ ରେ ବ୍ୟାଟିଂ କରିପାରିବେ। ହେଲେ ହୁଏତ ୩ କିମ୍ବା ୪ ରେ ଏହି ଦୁହିଁଙ୍କୁ ମିଳିପାରେ ମୌକା।

ତେବେ କିଏ କରିବ ବିଶ୍ଵକପରେ ନମ୍ବର ୪ ରେ ବ୍ୟାଟିଂ? କଣ ଅୟର ଖେଳିବେ ନା ସୂର୍ଯ୍ୟ କୁମାର? ଦୁହେଁ ଉଚ୍ଚକୋଟୀର ଖେଳାଳି ଅଟନ୍ତି। ମୁମ୍ବାଇ ପକ୍ଷରୁ IPL ଖେଳିଥାନ୍ତି ସୂର୍ଯ୍ୟ କୁମାର ପୂର୍ବରୁ ସେ KKR ଟିମରେ ଥିଲେ। ତେବେ ଅୟର KKR ର କ୍ୟାପଟେନ ଅଟନ୍ତି। ସେ ପୂର୍ବରୁ DC ର କ୍ୟାପଟେନ ଥିଲେ। ଦୁହିଁଙ୍କ ପାଖରେ ସାମର୍ଥ୍ୟ ଅଛି ଦୁହେଁ ଜବରଦସ୍ତ ବ୍ୟାଟିଂ କରିବାରେ ମାହିର। ଦୁହେଁ ଆକର୍ଷଣୀୟ ସର୍ଟସ ଲଗାଇଥାନ୍ତି।

Google

ତେବେ କଣ ଆପଣଙ୍କ ମତ କିଏ କରିବ ନମ୍ବର ୪ ରେ ବ୍ୟାଟିଂ? କମେଣ୍ଟ ରେ ଜଣେଇପାରିବେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *