ସୈଦ ମୁସ୍ତାକ ଅଲ୍ଲୀ ଟ୍ରଫି: ଶେଷ ବଲରେ ଛକା ମାରି ତାମିଲନାଡୁକୁ ଚମ୍ପିୟାନ କଲେ ଏହି ଫିନିସର, ଦେଖନ୍ତୁ ଭିଡିଓ

ସୈଦ ମୁସ୍ତାକ ଅଲ୍ଲୀ ଟ୍ରଫିର ଫାଇନାଲ ମ୍ୟାଚକୁ ତାମିଲନାଡୁ ଚାରି ୱିକେଟରେ ଜିତିଗଲା। ଏହି ମ୍ୟାଚଟି ବହୁତ ରୋମାଞ୍ଚକର ଥିଲା ଏବଂ ଶେଷ ବଲରେ ତାମିଲନାଡୁକୁ ଜିତିବାପାଇଁ ଦରକାର ଥିଲା ପାଞ୍ଚ ରନ କିନ୍ତୁ ତାମିଲନାଡୁର ଅଲରାଉଣ୍ଡର ଶାହାରୁଖ ଖାନ ଛକା ମାରି ଏହି ନିଜ ଟିମ ପାଇଁ ମ୍ୟାଚଟିକୁ ଜିତାଇ ଥିଲେ। ଏହି ମ୍ୟାଚଟି ଖୁବ ରୋମାଞ୍ଚକର ଥିଲା। ଆସନ୍ତୁ ଜାଣିବା ଏହି ମ୍ୟାଚରେ କଣ ସବୁ ହୋଇଥିଲା।

Google

ଏହି ମ୍ୟାଚରେ କର୍ଣ୍ଣାଟକ ଟିମ ପ୍ରଥମେ ବ୍ୟାଟିଙ୍ଗ କରିବାକୁ ଆସିଥିଲେ।ଏବଂ ସେମାନେ ୧୫୧ ରନ କରିଥିଲେ।କର୍ଣ୍ଣାଟକ ଟିମର ଯେଉଁ ଓପନର ଥିଲେ ଅଧିକ ସମୟ ପର୍ଯ୍ୟନ୍ତ ନଖେଳିପାରି ମାତ୍ର ୧୩ ରନ କରି ଆଉଟ ହୋଇଯାଇଥିଲେ। କିନ୍ତୁ ଅଭିନଭ ମନୋହର ଏହି ମ୍ୟାଚରେ ବହୁତ ଭଲ ଖେଳିଥିଲେ ସେ ସେହି ମ୍ୟାଚରେ ୩୩ ରନ କରିଥିଲେ ଏବଂ ଏକ ସମୟରେ ଏପରି ଲାଗୁଥିଲା ଯେ କର୍ଣ୍ଣାଟକ ଟିମ ୧୩୦ କିମ୍ବା ୧୪୦ ରନ ପର୍ଯ୍ୟନ୍ତ ରହିଯିବ କିନ୍ତୁ ଅଭିନଭ ମନୋହର ନିଜ ଟିମକୁ ୧୫୧ ରନ ପର୍ଯ୍ୟନ୍ତ ପହଞ୍ଚେଇବାରେ ବହୁତ ବଡ଼ ଭୂମିକା ନିଭେଇ ଥିଲେ।

ପ୍ରବୀଣ ଦୁବେ ମଧ୍ୟ ଭଲ ଖେଳିଥିଲେ। ଏହାପରେ ପାଳି ଥିଲା ତାମିଲନାଡୁର ବ୍ୟାଟିଙ୍ଗ କରିବାର ତାମିଲନାଡୁକୁ ଜିତିବା ପାଇଁ ୧୫୨ ରନ କରିବାର ଥିଲା ଏବଂ ତାମିଲନାଡୁ ଟିମ ପାଇଁ ସବୁଠାରୁ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ଜଗଦିସ୍ୱର।ସେ ସେହି ମ୍ୟାଚରେ ୪୧ ରନ କରିଥିଲେ ଏବଂ ନିଜ ଟିମକୁ ଜିତିବାର ରାସ୍ତାକୁ ନେଇଯାଇଥିଲେ।

ଏହାପରେ ଶେଷରେ ଯେଉଁ ଓଭର ଥିଲା ସେଥିରେ ଶାହାରୁଖ ଖାନଙ୍କ ଆକର୍ଷଣୀୟ ଖେଳ ଦେଖିବାକୁ ମିଳିଥିଲା। ସେହି ମୁହୂର୍ତ୍ତ ଖୁବ ରୋମାଞ୍ଚକର ଥିଲା କାରଣ ତାମିଲନାଡୁକୁ ଜିତିବା ପାଇଁ ଶେଷ ଓଭରରେ ଛଅଟି ବଲରେ ଦରକାର ଥିଲା ୧୬ ରନ। ତାହାର ପ୍ରଥମ ବଲର ସାମ୍ନା କରିଥିଲେ କିଶୋର ଏବଂ ସେ ଚୌକା ଲଗାଇଥିଲେ।ଏହି ଠାରୁ ହିଁ ତାମିଲନାଡୁର ଜିତିବାର ଆଶା ଖୋଲିଯାଇଥିଲା।

ଏହାପରେ ଦ୍ୱିତୀୟ ବଲରେ କିଶୋର ଏକ ରନ ନେଇଥିଲେ। ତୃତୀୟ ବଲକୁ ବୋଲର ୱାଇଡ଼ ପକାଇଥିଲେ। ଏହାପରେ ଶାହାରୁଖ ଖାନ ଏକ ରନ ନେଇଥିଲେ।

ପୁନର୍ବାର ବୋଲର ୱାଇଡ଼ ପକାଇ ଥିଲେ। ଏହାପରେ କିଛି ଏଭଳି ମାହଲ ସୃଷ୍ଟି ହୋଇଥିଲା ଶେଷ ବଲରେ ଜିତିବା ପାଇଁ ପାଞ୍ଚ ରନର ଦରକାର ଥିଲା। ଶାହାରୁଖ ଖାନ ବ୍ୟାଟିଙ୍ଗ କରୁଥିଲେ। ସେ ଶେଷ ବଲକୁ ଛଅ ରନ ଲଗାଇ ଦେଇଥିଲେ ଏବଂ ତାମିଲନାଡୁ ଜିତି ଯାଇଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *