ଆଉ ନାହିଁ VIVO IPL, ଏଥର ହେବ TATA IPL! ଜୋର ଧରିଲା ଖବର, ପଢନ୍ତୁ ପୁରା ଖବର

ଆଉ ଅଳ୍ପ ଦିନ ପରେ ଆଇପିଏଲ ଆରମ୍ଭ ହେବାକୁ ଯାଉଛି।ତେବେ ଆମେ ସମସ୍ତେ ଏହା ଭଲ ଭାବରେ ଜାଣୁ କି ଭିଭୋ ଆଇପିଏଲ ନାମରେ ଆମେ ସମସ୍ତେ ଆଇପିଏଲ ଦେଖି ଆସୁଥିଲୁ। ତେବେ ଆଇପିଏଲକୁ ଭିଭୋ ନିଜର ନାମରେ ୫ ବର୍ଷ ପାଇଁ ୨୧୯୦ କୋଟି ଟଙ୍କାରେ କରି ନେଇଥିଲା। ତେବେ ଏହା ପରିବର୍ତ୍ତନ ହେବାକୁ ଯାଉଛି ବୋଲି ସୂଚନା ମିଳିଛି।

Google

ତେବେ ଏହି ଭିଭୋ ଆଇପିଏଲ ପରିବର୍ତ୍ତିତ ହୋଇ ଟାଟା ଆଇପିଏଲ ହେବାକୁ ଯାଉଛି। ତେବେ ଏହି ବର୍ଷ ଆଉ ଦୁଇଟି ନୂତନ ଦଳ ମଧ୍ୟ ଅଂଶ ଗ୍ରହଣ କରିବାକୁ ଯାଉଛନ୍ତି।ତେବେ ବିସିସିଆଇକୁ ୧୩୦ କୋଟି ଟଙ୍କାର ଲାଭ ହୋଇପାରେ।

ତେବେ ଟାଟା ପ୍ରତିବର୍ଷ ବିସିସିଆଇକୁ ଆଇପିଏଲ ସହିତ ନିଜର ନାମ ଯୋଡିବା ପାଇଁ ପ୍ରାୟ ୩୩୫ କୋଟି ଟଙ୍କା ଦେବ। ତେବେ ଏପରି ହେବା ଫଳରେ ବିସିସିଆଇକୁ ବହୁତ ଅଧିକ ଲାଭ ହେବାକୁ ଯାଉଛି। ତେବେ ଯେହେତୁ ଭିଭୋ ବର୍ଷ ମଝିରୁ ନିଜର ନାମକୁ ଆଇପିଏଲ ଠାରୁ ଅଲଗା କରୁଛି ସେହି କାରଣରୁ ଭିଭୋକୁ ପ୍ରାୟ ୪୩୦ କୋଟି ଟଙ୍କା କ୍ଷତିପୂରଣ ମଧ୍ୟ ଦେବାକୁ ପଡ଼ିବ।

ଯାହା ଫଳରେ ବିସିସିଆଇକୁ ଲାଭ ହେବାକୁ ଯାଉଛି। ତେବେ ଆଗାମୀ ଦୁଇ ବର୍ଷ ପାଇଁ ଟାଟା ଆଇପିଏଲକୁ ନିଜର ନାମରେ କରି ସାରିଛି। ଦୁଇବର୍ଷ ପରେ ଯେତେବେଳେ ପୁଣି କିଏ ଆଇପିଏଲକୁ ନିଜର ନାମରେ କରିବ ଏହା ଦେଖିବାକୁ ବାକି ରହିଲା। ତେବେ ହୁଏତ ପୁଣି ଦୁଇ ବର୍ଷ ପରେ ଟାଟା ନିଜର ନାମରେ ଆଇପିଏଲ ରଖି ପାରେ। ଏହା ସହିତ ଏହା ଫଳରେ ଟାଟା କମ୍ପାନୀକୁ ମଧ୍ୟ ବହୁତ ଅଧିକ ଲାଭ ମିଳିବାକୁ ଯାଉଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *