ଏହା ତ ସବୁ ପାର ହୋଇଗଲା! ୮ ରନରେ ଅଲଆଉଟ ହେଲା ପୁରା ଟିମ,୭ ବଲରେ ମ୍ୟାଚ ଶେଷ!

ବ୍ୟୁରୋ ରିପୋର୍ଟ: ନେପାଳର ଯୁବ ମହିଳାଙ୍କ ଟିମ ଆଇସିସିର ଅଣ୍ଡର-୧୯ ମହିଳା ବିଶ୍ୱକପ କ୍ୱାଲିଫାୟର ମ୍ୟାଚରେ ସଂଯୁକ୍ତ ଅରବ ଅମୀରାତ ବିରୁଦ୍ଧରେ ମ୍ୟାଚରେ ୮ ରନରେ ଅଲଆଉଟ ହୋଇଯାଇଛି। ପ୍ରଥମ ଥର ଆୟୋଜିତ ହେଉଥିବା ଅଣ୍ଡର-୧୯ ମହିଳା ଟି-୨୦ ବିଶ୍ୱକପ କ୍ୟାଲିଫାୟର ନେପାଳ, ୟୁଏଇ ,ଆୟରଲାଣ୍ଡ, ଭୁଟାନ ଓ କତରର ଟିମ ଭାଗ ନେଉଛି।

Google
ନେପାଳର ଖରାପ ପ୍ରଦର୍ଶନ:

୫ଟି ଦେଶର ଏହି ପ୍ରତିଯୋଗୀତାକୁ ଜିତିବା ୱାଲା ଏହି ଟିମ ୨୦୨୩ ଆରମ୍ଭରେ ଦକ୍ଷିଣ ଆଫ୍ରିକାରେ ହେବାକୁ ଥିବା ପ୍ରଥମ ଅଣ୍ଡର-୧୯ ମହିଳା ବିଶ୍ୱକପ ପାଇଁ କ୍ୟାଲିଫାଏ କରିବ। ନେପାଳର ଟିମ ପୂର୍ଵ ମ୍ୟାଚରେ କତର ପାରିକୁ ୩୮ ରନର୍ଡ ଅଟକାଇ ମ୍ୟାଚ ୭୯ ରନରେ ଜିତିଥିଲା। କିନ୍ତୁ ନେପାଳ ଟିମକୁ ଶନିବାରକୁ ବଡ଼ ଝଟକା ଲାଗିଛି। ଏହି ମ୍ୟାଚ ୧ ଘଣ୍ଟା ପର୍ଯ୍ୟନ୍ତ ହିଁ ଚାଲିଲା। ମାତ୍ର ୯.୨ ଓଭରର ଖେଳରେ ପରିଣାମ ବାହାରିଗଲା।

ମ୍ୟାଚର ନାମରେ ହେଲା ମଜାକ:?

ଦୁଇ ଟିମ ମଧ୍ୟରୁ କୌଣସି ଟିମର ଖେଳାଳି ଦୁଇ ଅଙ୍କ ପର୍ଯ୍ୟନ୍ତ ପହଁଚିପାରିନାହାଁନ୍ତି। ୟୁଏଇର ନିର୍ଥ ସତିସ ସବୁଠୁ ଅଧିକ ୪ରନର ନଟଆଉଟ ପାରି ଖେଳିଥିଲେ। ନେପାଳର ୬ ଜଣ ଖେଳାଳି ରନ କରିବାରେ ଅସଫଳ ରହିଲେ ଯେବେକି ସ୍ନେହା ମାହରା ୧୦ବଲରେ ସବୁଠୁ ଅଧିକତିନି ରନ କରିଥିଲେ। ମନୀସ ରାଣା ଦୁଇ ରନ କରିଥିଲେ,ଓ ତିନୋଟି ବ୍ୟାଟ୍ସମ୍ୟାନ ଏକ ଏକ ରନ କରିଥିଲେ।

Google

ୟୁଏଇ ପାଇଁ ମ୍ୟାଚରେ ବୋଲିଙ୍ଗ ଆରମ୍ଭ କରିଥିବା ବୋଲର ମାହିକା ଗୌଡ଼ ଚାରି ଓଭରରେ ଦୁଇଟି ମେଡେନ ଓଭର ସହିତ ୨ ରନଦେଇ ୫ ଟି ୱିକେଟ ନେଇଥିଲେ। ତାଙ୍କ ଯୋଡିଦାର ବୋଲର ଇଂନ୍ଧୁଜା ନଂନ୍ଦକୁମାର ଚାରି ଓଭରରେ ୬ ରନ ଦେଇ ତିନୋଟି ୱିକେଟ ନେଇଥିଲେ। ନେପାଳର ପାରି ୮.୧ଓଭରରେ ଅଲ ଆଉଟ ହୋଇଗଲା ଓ ୟୁଏଇ ୭ ବଲରେ ମ୍ୟାଚ ଜିତିଗଲା।

ଆଇସିସି ଏସୋସିଏଟ ସଦସ୍ୟ ଦେଶ ମଧ୍ୟରେ ଜୁନିଅର ସ୍ତରରେ ମହିଳାଙ୍କୁ ଆଗକୁ କରିବାକୁ ଚେଷ୍ଟା କରିଛନ୍ତି। ନେପାଳ ଖେଳାଳିଙ୍କ ପାଖରେ ଭଲ ପିଚର ସୁବିଧା ନାହିଁ। ଏହାପରେମଧ୍ୟ ଟିମ ନିରାଶଜନକ ପ୍ରଦର୍ଶନ ପୂର୍ବରୁ ମଧ୍ୟ ଗୋଟେ ମ୍ୟାଚ ଜିତି ଯାଇଛି। ଯାହାର ଶ୍ରେୟ ତାଙ୍କୁ ମିଳିବାର ଆବଶ୍ୟକତା ଅଛି। ୟୁଏଇର ଟିମ ଦକ୍ଷିଣ ଏସିଆ ପ୍ରବାସୀ ସମୁଦାୟର ଝିଅଙ୍କ ସଂଖ୍ୟା ଭରପୁର ଅଛି ଓ ସେ ବିଜୟର ଅଧିକାରୀ ଅଟନ୍ତି। ତେବେ ଆପଣଙ୍କ କଣ ମତ କମେଣ୍ଟ ବିଭାଗରର ଜଣାନ୍ତୁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *