ଭାରତକୁ ବିଶ୍ଵ ବିଜୟୀ କରିଥିବା କୋଚ୍ ବନିବେ ଇଂଲଣ୍ଡ ଦଳର କୋଚ୍? ଜୋର ଧରିଲା ଖବର, ପଢନ୍ତୁ ପୁରା ଖବର

ଭାରତର ପୂର୍ଵ କୋଚ ଗ୍ୟାରି କ୍ରିଷ୍ଟନ ଇଂଲଣ୍ଡ ଟିମକୁ କୋଚିଙ୍ଗ ଦେବାକୁ ରୁଚି ଦେଖାଇଛନ୍ତି। ସେ କହିଛନ୍ତି ଜୋ ରୁଟ ଓ ଇଂଲଣ୍ଡ ଟିମର ଭାଗ୍ୟ ପରିବର୍ତ୍ତନ ପାଇଁ ତାଙ୍କ ପାଖରେ ବହୁତ ଭଲ ଯୋଜନା ଅଛି। ଅଷ୍ଟ୍ରେଲିଆ ଆସେସ ସିରିଜର ତିନୋଟି ଯାକ ମ୍ୟାଚ ଜିତି ଟ୍ରଫି ନିଜ ପାଖରେ ରଖିଛନ୍ତି ଯାହା ପରେ ଇଂଲଣ୍ଡର ମୁଖ୍ୟ କୋଚ ସିଲଭରବୁଡ଼ଙ୍କ ପଦ ଆଶଙ୍କାରେ। ଅଷ୍ଟ୍ରେଲିଆ ମେଲବର୍ଣରେ ଖେଳାଯାଇଥିବା ତୃତୀୟ ଟେଷ୍ଟ ମାତ୍ର ଅଢେ଼ଇ ଦିନରେ ଜିତିଯାଇଛି।

Google

ଗ୍ୟାରି କ୍ରିଷ୍ଟନ ଭାରତୀୟ ଟିମର ମୁଖ୍ୟ କୋଚ ପଦ ସମ୍ଭାଳିବାର ମାତ୍ର ଗୋଟେ ବର୍ଷ ପରେ ୨୦୦୯ରେ ଭାରତକୁ ଟେଷ୍ଟର ନମ୍ବର ୧ ଟିମ କରି ଦେଇଥିଲେ। ପରେ ସେ ଦକ୍ଷିଣ ଆଫ୍ରିକା ସହ ମଧ୍ୟ ଏହି ଉପଲବ୍ଧି ହାସଲ କରିଥିଲେ। କଷ୍ଟନ କହିଛନ୍ତି,”ଇଂଲଣ୍ଡର ମୁଖ୍ୟ କୋଚ ହେବାକୁ ମୁଁ ଆଗରୁ ଭାବିଛି ଓ ଏହା ମୋ ପାଇଁ ସମ୍ମାନର କଥା ହେବ”। ଏହା ପ୍ରଥମ ଥର ନୁହେ କେବେ ଦକ୍ଷିଣ ଆଫ୍ରିକାର ଏହି ପୂର୍ଵ ବ୍ୟାଟ୍ସମ୍ୟାନ ଏହି କଥା କହିଛନ୍ତି। ଏହା ପୂର୍ବରୁ ଦୁଇଥର ସେ ଇଂଲଣ୍ଡର ମୁଖ୍ୟ କୋଚ ହେବାର ରେଶରେ ଥିଲେ।

ଗ୍ୟାରି କ୍ରିଷ୍ଟନ କହିଛନ୍ତି,”ମୁଁ ଦୁଇ ଥର ୨୦୧୫ ଓ ୨୦୧୯ରେ ଏହି ପଦ ପାଇଁ ରେଶରେ ଥିଲି। ମୁଁ ଆରମ୍ଭରୁ କହିଛି ମୁଁ ସବୁ ଫର୍ମାଟରେ କୋଚ ପଦ ସମ୍ଭାଳିବା ପାଇଁ ପ୍ରସ୍ତୁତ ନୁହେଁ। ଅନ୍ତରାଷ୍ଟ୍ରୀୟ କ୍ରିକେଟ ବୋର୍ଡ ଅନ୍ୟ ଫର୍ମାଟ ପାଇଁ ଅନ୍ୟ କୋଚ ରଖିବା ଉପରେ ଭାବି ପାରିବ”। ବିଶ୍ୱକପ ବିଜେତା କୋଚ ଇଂଲଣ୍ଡକୁ ୫୦ ଓଭର ଟିମକୁ ଦୁନିଆର ସର୍ବଶ୍ରେଷ୍ଠ ଟିମ କହିଛନ୍ତି କିନ୍ତୁ ଟେଷ୍ଟ ଟିମ ବହୁତ ପଛରେ ଥିବା କହିଛନ୍ତି।

Google

କ୍ରିଷ୍ଟନ କହିଛନ୍ତି,”ଇଂଲଣ୍ଡର ଏକଦିବସିୟ ଟିମ ଓ ଟେଷ୍ଟ ଟିମ ସହିତ କାମ କରିବା ବହୁତ ଭଲ ଅନୁଭବ ହେବ। ତାଙ୍କ ଏକଦିବସିୟ ଟିମ ଏବେ ସର୍ବଶ୍ରେଷ୍ଠ ଅଟେ। ମୋ ପାଖରେ ତାଙ୍କ ପାଇଁ ଏପରି ଯୋଜନା ଅଛି ଯାହା ବହୁତ ଭାବିଲା ପରେ ମୁଁ ପ୍ରସ୍ତୁତ କରିଛି। ଆପଣଙ୍କ ଟେଷ୍ଟ ଟିମ ପୂର୍ଵ କିଛି ସମୟରୁ ସଂଘର୍ଷ କରୁଛି। କିନ୍ତୁ ଏହା ଠୁ ବାହାରିବା ପାଇଁ ସୁନ୍ଦର ଯୋଜନା ହେବ”।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *