ଜେମ୍ସ ଆଣ୍ଡରସନ ଆଘାତ କାରଣରୁ ପ୍ରଥମ ଟେଷ୍ଟରୁ ବହାରିଯାଇଛନ୍ତି। ୮ ଡିସେମ୍ବରରୁ ଆସେସର ପ୍ରଥମ ଟେଷ୍ଟ ଆରମ୍ଭ ହେବ ବୋଲି ସିଡ୍ୟୁଲ ହୋଇଛି। ରିପୋର୍ଟ ଅନୁସାରେ ଆଣ୍ଡରସନଙ୍କୁ କାଫ ଇଂଜୁରୀ ହୋଇଛି ଏବଂ ମ୍ୟାନେଜମେଣ୍ଟ ଏହାକୁ ନେଇ ରିସ୍କ ନେବାକୁ ଚାହୁଁନି। ଆଣ୍ଡରସନ ଭଲ ବୋଲର ଅଟନ୍ତି। ସେ ସ୍ୱିଙ୍ଗ କରିବାରେ ବଲକୁ କ୍ଷମତା ରଖନ୍ତି। ସେ ଫାଷ୍ଟ କ୍ଳାସ କ୍ରିକେଟରେ ୧୦୦୦ ରୁ ଅଧିକ ୱିକେଟ ଅକ୍ତିଆର ବି କରିଛନ୍ତି।

ଆସେସର ପ୍ରଥମ ଟେଷ୍ଟ ବ୍ରିସବେନର ଗାବା ଠାରେ ହେବାର ଅଛି। ଯାହାକି ୮-୧୨ ଡିସେମ୍ବର ମଧ୍ୟରେ ଖେଳାଯିବାର ଅଛି। ଜେମ୍ସ ଆଣ୍ଡରସନଙ୍କ ରେକର୍ଡ ଟେଷ୍ଟରେ ଭଲ ଅଛି। ସେ ୧୬୬ ଟି ମ୍ୟାଚରେ ୬୩୨ ୱିକେଟ ଅକ୍ତିଆର କରିବାରେ ସଫଳ ରହିଛନ୍ତି। ସେ ୩୧ ଥର ୫ଟି ୱିକେଟ ଏବଂ ୩ ଥର ୧୦ ଟି ୱିକେଟ ନେବାର କାର୍ଯ୍ୟ କରିଛନ୍ତି। ସେ ଫାଷ୍ଟ କ୍ଳାସ କ୍ରିକେଟରେ ୧୦୧୮ ୱିକେଟ ଅକ୍ତିଆର କରିଛନ୍ତି। ତାଙ୍କର ଜାଗାରେ ପ୍ରଥମ ଟେଷ୍ଟରେ କ୍ରିସ୍ ଓକ୍ସଙ୍କୁ ସାମିଲ କରାଯାଇପାରେ।
ଆସେସ ଟେଷ୍ଟ ଦୁଇ ଦଳ ପାଇଁ ବହୁତ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ। ଅଷ୍ଟ୍ରେଲିଆ ପକ୍ଷରୁ କ୍ୟାପଟେନ ପ୍ୟାଟ କମିନ୍ସ ଅଟନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।