ଟିମ ଇଣ୍ଡିଆ ସହ ପାକିସ୍ତାନର ମ୍ୟାଚ ୨୮ ଅଗଷ୍ଟକୁ ହେବାର ଅଛି। ଏସିଆ କପରେ ଭାରତର ଏହି ମ୍ୟାଚ ଏହି ବର୍ଷ ପ୍ରଥମ ହେବ। ଟିମ ଇଣ୍ଡିଆ ପାଖରେ ଅନେକ ଜବରଦସ୍ତ ବ୍ୟାଟ୍ସମାନ ଅଟନ୍ତି। କେ ଏଲ ରାହୁଲ, ରୋହିତ ଶର୍ମା ,ବିରାଟ କୋହଲି, ଋଷଭ ପନ୍ତଙ୍କ ପରି ଖେଳାଳି ଅଛନ୍ତି। ପାକିସ୍ତାନ ପାଖରେ ବାବର ଆଜମ, ମହମ୍ମଦ ରିଜୱାନଙ୍କ ପରି ଖେଳାଳି ଅଛନ୍ତି।

ଭାରତୀୟ ଦଳ ୨୦୨୧ ଟି-୨୦ ବିଶ୍ୱକପରେ ପାକିସ୍ତାନ ଠୁ ହାରିଥିଲା ହେଲେ ଭାରତୀୟ ଦଳ ଅଲଗା ବିଶ୍ୱକପ ମ୍ୟାଚରେ ହାରିନି ଟିମ ଇଣ୍ଡିଆ। ତେବେ ଏହି ଏସିଆ କପରେ ଭାରତୀୟ ଦଳର ଜବରଦସ୍ତ ପେସର ବୁମରା ନାହାନ୍ତି ଅପରପକ୍ଷରେ ପାକିସ୍ତାନର ପେସର ସାହିନ ଆଫ୍ରିଦି ଏସିଆ କପରେ ନାହାନ୍ତି।
ତେବେ ଏହି ମୁକାବିଲା ଜବରଦସ୍ତ ରୋମାଂଚକ ଭରା ହୋଇପାରେ। ଏହି ମ୍ୟାଚରେ ଦୁଇ ଟିମରେ ଦମଦାର ଖେଳାଳି ଅଛନ୍ତି। ଭାରତୀୟ ଦଳ ଅନୁଭବ ଭରା ଅଟେ। ଅନେକ ଅନୁଭବ ପୂର୍ଣ୍ଣ ଖେଳାଳି ଅଛନ୍ତି ଟିମ ଇଣ୍ଡିଆରେ। ତେବେ ଆପଣଙ୍କ ଅନୁମାନ କଣ କିଏ ଜିତିବ?

ଟିମ ଇଣ୍ଡିଆର ଗତ କିଛି ସିରିଜ ହେବ ଅନେକ ମ୍ୟାଚ ଜିତିବା ସହ ସିରିଜ ମଧ୍ୟ ନିଜ ନାମରେ କରିଛି। ଟିମ ଇଣ୍ଡିଆର ଏହି କିଛି ଦିନ ହେବ ଅନେକ କ୍ୟାପଟେନ ହୋଇଛନ୍ତି। ପାଣ୍ଡ୍ୟା, ରୋହିତ, ପନ୍ତ, ରାହୁଲ , ଧାୱନ ଆଦି ହେଇଛନ୍ତି। ହେଲେ ତାଙ୍କର ଅନୁଭବ ଏହି ମ୍ୟାଚରେ ଆସିପାରେ କାର୍ଯ୍ୟରେ। ତେବେ ଭାରତୀୟ ଦଳ ଏହି ମ୍ୟାଚରେ ଜିତିବ ଏହା ମୋର ଅନୁମାନ ଆପଣଙ୍କ ଅନୁମାନ କଣ?