ଭାରତୀୟ ଟିମ ପ୍ରଥମ ODI ରେ ୱେଷ୍ଟ ଇଣ୍ଡିଜ ବିପକ୍ଷରେ ବ୍ୟାଟିଂ ରେ କରିଛି ଜୋରଦାର ଆରମ୍ଭ। କ୍ୟାପଟେନ ଶିଖର ଧାୱନ ଏହି ମ୍ୟାଚରେ ଖେଳିଛନ୍ତି କ୍ୟାପଟେନସି ପାରି। ଏହି ମ୍ୟାଚରେ ଦଳରେ ସାମିଲ ନାହାନ୍ତି ରୋହିତ ଶର୍ମା, ବିରାଟ କୋହଲି, ଯଶପ୍ରୀତ ବୁମରା ,ଋଷଭ ପନ୍ତଙ୍କ ପରି ଖେଳାଳି ହେଲେ ଧାୱନଙ୍କ ଛଡା ଅୟର ଏବଂ ଗିଲ କରିଛନ୍ତି ଦମଦାର ବ୍ୟାଟିଂ।

ଶିଖର ଧାୱନ ଖେଳିଛନ୍ତି କ୍ୟାପଟେନସି ପାରି। ସେ ୯୯ ବଲରେ ୯୭ ରନ କରି ଆଉଟ ହୋଇଯାଇଛନ୍ତି। ହୁଏତ ସେ ୩ ରନ ଯୋଗୁ ଶତକ କରିପାରିଲେ ନାହିଁ ହେଲେ ଏହି ପାରି ଥିଲା ଉଚ୍ଚକୋଟୀର। ସେ ୧୦ ଟି ଚୌକା ଓ ୩ ଟି ଛକା ଲଗାଇଥିଲେ।
ରୋହିତ ଏହି ମ୍ୟାଚ ଖେଳୁନାହାନ୍ତି ତ ଧାୱନଙ୍କ ସହ ଓପନ କରିଥିଲେ ସୁଭମନ ଗିଲ। ଗିଲ ଖେଳିଥିଲେ ଆକର୍ଷଣୀୟ ପାରି। ସେ ୫୩ ବଲରେ ୬୪ ରନ କରି ଆଉଟ ହୋଇଯାଇଥିଲେ। ସେ ୨ ଟି ଛକା ଏବଂ ୬ ଟି ଚୌକା ଲଗାଇଥିଲେ। ସେ ଜଣେ ଉଚ୍ଚକୋଟୀର ଖେଳାଳି ଅଟନ୍ତି। IPL ରେ ସେ ଅନେକ ମ୍ୟାଚ ୱିନିଂ ପାରି ଖେଳିଛନ୍ତି। ଏହି ପାରିରେ ବି ସେ ଦମଦାର ବ୍ୟାଟିଂର ପ୍ରଦର୍ଶନ କରିଥିଲେ।

ଶ୍ରେୟସ ଅୟର ବି ଖେଳିଛନ୍ତି ଜବରଦସ୍ତ ପାରି। ସେ ୫୭ ବଲରେ ୫୪ ରନ କରିଥିଲେ। ସେ ୨ଟି ଛକା ଓ ୫ଟି ଚୌକା ଲଗାଇଥିଲେ। ତେବେ ଭାରତୀୟ ଦଳ ୫୦ ଓଭରରେ କରିଛି ୩୦୮ ରନ। ଭାରତୀୟ ଦଳର ଏହି ପ୍ରଦର୍ଶନ ଅଟେ ଉଚ୍ଚକୋଟୀର। ଟପ-୩ ଖେଳିଛନ୍ତି ଅର୍ଦ୍ଧ ଶତକୀୟ ପାରି।
FIFTY for @ShreyasIyer15 👏👏
Shreyas Iyer gets to a well made half-century. This is his 10th 50 in ODIs.
Live – https://t.co/tE4PtTfY9d #WIvIND pic.twitter.com/bPKKe99zwa
— BCCI (@BCCI) July 22, 2022
ତେବେ କହିରଖିବୁ ଭାରତୀୟ ଦଳ ଏହି ୱେଷ୍ଟ ଇଣ୍ଡିଜ ବିପକ୍ଷ ସିରିଜ ପୂର୍ବରୁ ଇଂଲଣ୍ଡରେ ଜବରଦସ୍ତ ଖେଳର ପ୍ରଦର୍ଶନ କରି ODI ଏବଂ ଟି-୨୦ ଟ୍ରଫି ହାସଲ କରିଥିଲା। ତେବେ ୱେଷ୍ଟ ଇଣ୍ଡିଜ ବିପକ୍ଷରେ ODI ରେ କ୍ୟାପଟେନସି ଭାର ସମ୍ଭାଳୁଛନ୍ତି ଅନୁଭବୀ କ୍ରିକେଟର ଶିଖର ଧାୱନ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।