ଭାରତ ଏବଂ ଇଂଲଣ୍ଡ ଭିତରେ ଚାଲିଥିବା ୩ୟ ଦିନିକିଆରେ ଇଂଲଣ୍ଡ ଆଗ ବ୍ୟାଟିଂ କରି ୨୫୯ ରନ କରିଛି। ସିରିଜର ଏହା ଶେଷ ତଥା ନିର୍ଣ୍ଣାୟକ ମ୍ୟାଚ ଅଟେ। ୧-୧ ରେ ଅଛି ସିରିଜ ବରାବର, ଆଜି ଯିଏ ଜିତିବ ସିଏ ଜିତିବ ସିରିଜ।

ଇଂଲଣ୍ଡ ଟିମ ୪୫.୫ ଓଭରରେ ୨୫୯ ରନରେ ହୋଇଯାଇଛି ଅଲଆଉଟ। ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟା ୪ଟି ୱିକେଟ କରିଛନ୍ତି ହାସଲ। ସ୍ପିନର ୟୁଜବେନ୍ଦ୍ର ଚାହଲ ମଧ୍ୟ ୩ଟି ୱିକେଟ ହାସଲ କରିଛନ୍ତି।
ଭାରତୀୟ ଦଳ ପ୍ରଥମରୁ କରିଥିବା ଜବରଦସ୍ତ ବୋଲିଂ। ଜୋ ରୁଟ ଏବଂ ଜନି ବେୟାରଷ୍ଟୋ ବିନା ରନ କରି ହୋଇଯାଇଥିଲେ ଆଉଟ। ୧୨ ରନରେ ଇଂଲଣ୍ଡ ହରାଇଥିଲା ୨ଟି ୱିକେଟ।
Jason Roy ☑️
Ben Stokes ☑️
Jos Buttler ☑️
Liam Livingstone ☑️@hardikpandya7 is our Top Performer from the first innings for his brilliant bowling figures of 4/24 in 7 overs.A look at his bowling summery here 👇👇#ENGvIND pic.twitter.com/JxCq1otKUH
— BCCI (@BCCI) July 17, 2022
ଇଂଲଣ୍ଡ ପାଇଁ ସବୁଠୁ ଅଧିକ ରନ କରିଥିଲେ କ୍ୟାପଟେନ ଜୋସ ବଟଲର। ସେ ୬୦ ରନ କରିଥିଲେ। ବଟଲରଙ୍କୁ ଆଉଟ କରିଥିଲେ ହାର୍ଦିକ ପାଣ୍ଡ୍ୟା। ହାର୍ଦିକ ପାଣ୍ଡ୍ୟା ୭ ଓଭରରେ ୨୪ ରନ ଦେଇ ୪ଟି ୱିକେଟ ଅକ୍ତିଆର କରିଥିଲର। ୟୁଜବେନ୍ଦ୍ର ଚାହଲ ୯.୫ ଓଭରରେ ୬୦ ରନ ଦେଇ ଅକ୍ତିଆର କରିଥିଲେ ୩ଟି ୱିକେଟ। ସିରାଜ ୯ ଓଭରରେ ୬୬ ରନ ଦେଇ ୨ଟି ୱିକେଟ ନେଇଥିଲେ। ରବୀନ୍ଦ୍ର ଜାଡେଜାଙ୍କୁ ଗୋଟିଏ ୱିକେଟ ନେଇଥିଲେ।
ତେବେ ଆଜି ଯଦି ଭାରତୀୟ ଦଳ ମ୍ୟାଚ ଜିତିଯାଏ ତେବେ ସିରିଜ ଜିତିଯିବ ଏବଂ ଇଂଲଣ୍ଡ ଦଳ ଜିତିଲେ ସେ ସିରିଜ ଜିତିଯିବ। ୩ୟ ODI ରେ ହାର୍ଦିକ ପାଣ୍ଡ୍ୟା ଏବଂ ୟୁଜବେନ୍ଦ୍ର ଚାହଲ କରିଥିଲେ ସୁନ୍ଦର ବୋଲିଂ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।