T-୨୦ ବିଶ୍ୱକପ: ଭାରତ ହିଁ ଜିତିବ ଟି-୨୦ ବିଶ୍ୱକପ! ଏବେବି ଭାରତ ଦାବିଦାର, ସୋସିଆଲ ମିଡିଆରେ ଭାଇରଲ ଖବର

ଭାରତୀୟ ଟିମ ଟି-୨୦ ବିଶ୍ୱକପ ଆରମ୍ଭ ହେବା ପୂର୍ବରୁ ବିରୋଧୀ ଟିମ ଉପରେ ଚାପ ପକାଇସାରିଛି। ପ୍ରଥମ ଅଭ୍ୟାସ ମ୍ୟାଚରେ ଇଂଲଣ୍ଡକୁ ୭ ୱିକେଟରେ ଓ ଦ୍ୱିତୀୟ ଅଭ୍ୟାସ ମ୍ୟାଚରେ ଅଷ୍ଟ୍ରେଲିଆକୁ ୯ ୱିକେଟରେ ହରାଇଥିଲା। ମାତ୍ର ୨୪ ଅକ୍ଟୋବର ଦିନ ଭାରତ ପାକିସ୍ତାନ ବିପକ୍ଷରେ ହାରି ଯାଇଥିଲା। ହେଲେ ଏହାର ମାନେ ଏହା ନୁହେଁ କି ଭାରତ କମବ୍ୟାକ କରିବନି। ଭାରତୀୟ ଦଳ ଏବେ ବି ମଜଭୁତ ଅଛି। ପାକିସ୍ତାନ ବିପକ୍ଷରେ ଜଲଦି ୨ଟି ୱିକେଟ ପଡିବା ପରେ ମଧ୍ୟ ଦଳ ଏକ ସମ୍ମାନଜନକ ସ୍କୋରରେ ପଂହଁଚିଥିଲା। କ୍ୟାପଟେନ ଜୋହଲି ଏବଂ ଋଷଭ ପନ୍ତ ଚମତ୍କାର ବ୍ୟାଟିଂ କରିଥିଲେ। ଭାରତର ସବୁ ଖେଳାଳି ଏବେ ଭଲ ଫର୍ମରେ ଅଛନ୍ତି ଓ କହିରଖିବୁ ପୂର୍ଵ ଦୁଇ ମାସରୁ ସବୁ ଖେଳାଳି ୟୁଏଇରେ ଥିବାରୁ ଏହି ପରିସ୍ଥିତିକୁ ଭଲ ସେ ଜାଣିଛନ୍ତି। ଭାରତର ଆଗାମୀ ମ୍ୟାଚ ନ୍ୟୁଜିଲାଣ୍ଡ ବିପକ୍ଷରେ ଅକ୍ଟୋବର ୩୧ ରେ ହେବାର ଅଛି।

Google

୧-ବିରାଟ କୋହଲି(ଅଧିନାୟକ): ଭାରତୀୟ କ୍ୟାପଟେନ ବିରାଟ କୋହଲି ସବୁଠୁ ଅଧିକ ଟି-୨୦ ଇଣ୍ଟରନେସନାଲ ରନ କରିଛନ୍ତି। ସେ ଏବେ ପର୍ଯ୍ୟନ୍ତ ୩୧୫୯ ରନ କରିଛନ୍ତି ଓ ୨୮ଟି ଅର୍ଦ୍ଧଶତକ ଲଗାଇ ଛନ୍ତି। କୋହଲି ଆଇପିଏଲ ୨୦୨୧ରେ ୪୦୫ ଓ ଏବେ ପର୍ଯ୍ୟନ୍ତ ଟି-୨୦ ବିଶ୍ୱକପରେ ୭୭୭ ରନ ବନାଇବାର ଜଣା ଯାଇଛନ୍ତି।

Google

୨-ରୋହିତ ଶର୍ମା(ଉପ ଅଧିନାୟକ): ରୋହିତ ଶର୍ମା ଅଷ୍ଟ୍ରେଲିଆ ବିରୁଦ୍ଧରେ ଅଭ୍ୟାସ ମ୍ୟାଚରେ ୪୧ ବଲରେ ୬୦ ରନ କରି ନିଜ ଫର୍ମ ଜାରି କରିଛନ୍ତି। ସେ ଏବେ ପର୍ଯ୍ୟନ୍ତ ଟି-୨୦ ଇଣ୍ଟର ନେସନାଲରେ ୨୮୬୪ ରନ କରିଛନ୍ତି। ଟି-୨୦ ବିଶ୍ୱକପରେ ସେ ଏବେ ପର୍ଯ୍ୟନ୍ତ ୬୫୦ ରୁ ଅଧିକ ରନ କରିସାରିଛନ୍ତି।

Google

 

୩-କେଏଲ ରାହୁଲ: କେଏଲ ରାହୁଲ ଟି-୨୦ରେ ବର୍ତ୍ତମାନ ଦୁନିଆର ସବୁଠୁ ଖତରନାକ ବ୍ୟାଟ୍ସମ୍ୟାନ ଅଟନ୍ତି। ଅଭ୍ୟାସ ମ୍ୟାଚରେ ମଧ୍ୟ ସେ ଏହା ପ୍ରମାଣ କରିଦେଖାଇଛନ୍ତି। ସେ ଆଇପିଏଲ ୨୦୨୧ରେ ମଧ୍ୟ ସୁନ୍ଦର ପ୍ରଦର୍ଶନ କରି ୧୩ ମ୍ୟାଚରେ ୬୦୦ ରୁ ଅଧିକ ରନ କରିଥିଲେ।

୪-ଇସାନ କିସନ: ଏହି ୱିକେଟକିପର ବ୍ୟାଟ୍ସମ୍ୟାନ ପୂର୍ଵ ୩ ଟି ମ୍ୟାଚରେ କ୍ରମସହ ୫୦,୮୪,୭୦ ରନ କରିଛନ୍ତି ଓ ଭଲ ଫର୍ମରେ ଅଛନ୍ତି। ଯଦି ତାଙ୍କୁ ଚୂଡାନ୍ତ ଏକାଦଶରେ ମୌକା ମିଳିବ ସେ କମାଲ କରିପାରନ୍ତି।

Google

 

୫-ସୂର୍ଯ୍ୟକୁମାର ଯାଦବ: ସୂର୍ଯ୍ୟକୁମାର ମଧ୍ୟକ୍ରମର ଜଣେ ଭଲ ବ୍ୟାଟ୍ସମ୍ୟାନ ଅଟନ୍ତି। ଆଇପିଏଲ ୨୦୨୧ର ଦ୍ୱିତୀୟ ଭାଗର ଆରମ୍ଭ କିଛି ମ୍ୟାଚ ସେ ଖରାପ ଖେଳିଥିଲେ ଓ ପରେ ଫର୍ମକୁ ଆସିଥିଲେ। ସେ ଏବେ ପର୍ଯ୍ୟନ୍ତ ତିନୋଟି ଟି-୨୦ ଇଣ୍ଟର ନେସନାଲ ମ୍ୟାଚ ଖେଳିଛନ୍ତି ଯେଉଁଥିରୁ ୨ ଟିରେ ଅର୍ଦ୍ଧଶତକ ମାରିଛନ୍ତି।

୬-ରିଷଭ ପନ୍ତ: ଏହି ଯୁବ ୱିକେଟକିପର ବ୍ୟାଟ୍ସମ୍ୟାନ ଭାରତ ପାଇଁ ତିନୋଟି ଯାକ ଫର୍ମାଟ ଖେଳିଥାଏ। ଏହି ଆଇପିଏଲ ୨୦୨୧ରେ ପନ୍ତ ୧୬ ଟି ମ୍ୟାଚରେ ୪୦୦ ରୁ ଅଧିକ ରନ କରିଥିଲେ।

Google

୭-ହାର୍ଦିକ ପାଣ୍ଡ୍ୟା: ଏହି ସମୟରେ ହାର୍ଦିକଙ୍କୁ ନେଇ ହିଁ ସବୁଠୁ ଅଧିକ ଚର୍ଚା ହେଉଛି। ସେ ବୋଲିଙ୍ଗ ପାଇଁ ସମ୍ପୂର୍ଣ ପ୍ରସ୍ତୁତ ନଥିଲେ ମଧ୍ୟ ବ୍ୟାଟିଙ୍ଗରେ ଫିନିସରର ରୋଲ ସେ ଭଲସେ ନିଭାଇ ପାରିବେ।

୮-ରବିନ୍ଦ୍ର ଜାଡେଜା: ଜାଡେଜା ବର୍ତ୍ତମାନ ଭାରତୀୟ ଟିମର ଜଣେ ମୁଖ୍ୟ ଖେଳାଳି ଅଟନ୍ତି ଯାହାଙ୍କ ଠୁ ପୁରାଆଶା ଅଛିକି ସେ ବ୍ୟାଟିଙ୍ଗ ଓ ବୋଲିଙ୍ଗ ଦୁଇଟା ଯାକରେ କମାଲ କରିବେ। ଅଳ୍ପ ଦିନ ତଳେ ଆଇପିଏଲ ୨୦୨୧ରେ ସେ ବ୍ୟାଟିଙ୍ଗ , ବୋଲିଙ୍ଗ ଓ ଭଲ ଫିଲଡିଙ୍ଗ କରି ନିଜ ଟିମ ଚେନ୍ନାଇକୁ ଚତ୍ରୁର୍ଥ ଥର ଚମ୍ପିୟାନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

Google

୯-ଆର ଅଶ୍ୱିନୀ: ଅଶ୍ୱିନୀ ବିଶ୍ୱର ଜଣେ ମହାନ ଅଫ ସ୍ପିନର ଅଟନ୍ତି। ଅନେକ ସମୟ ପରେ ତାଙ୍କୁ ଟି-୨୦ଟିମରେ ଜାଗା ମିଳିଛି ଓ ସେ ମଧ୍ୟ ଦୁଇଟି ଅଭ୍ୟାସ ମ୍ୟାଚରେ ଭଲ ବୋଲିଙ୍ଗ କରିଛନ୍ତି।ସେ ଟି-୨୦ ଇଣ୍ଟର ନେସନାଲରେ ୫୦ ରୁ ଅଧିକ ୱିକେଟ ନେଇସାରିଛନ୍ତି।

୧୦-ଭୁବନେଶ୍ୱର କୁମାର: ଏହି ପ୍ରେସର ଭାରତର ଜଣେ ଅନୁଭବୀ ବୋଲର ଅଟନ୍ତି। ସେ ପୂର୍ଵ କିଛି ମ୍ୟାଚ ପର୍ଯ୍ୟନ୍ତ ଭଲ ଫର୍ମରେ ନଥିଲେ କିନ୍ତୁ ପୂର୍ଵ ଅଭ୍ୟାସ ମ୍ୟାଚରେ ସେ ଭଲ ପ୍ରଦର୍ଶନ କରିଛନ୍ତି। ସେ ଟି-୨୦ ଇଣ୍ଟର ନେସନାଲରେ ୫୦ ରୁ ଅଧିକ ୱିକେଟ ନେଇସାରିଛନ୍ତି।

Google

୧୧-ଯଶପ୍ରୀତ ବୁମରା: ବିଶ୍ୱର ବର୍ତ୍ତମାନ ସବୁଠୁ ସଫଳ ବୋଲର ବୁମରାଙ୍କୁ କହିଲେ କୌଣସି ଭୁଲ ହେବ ନାହଁ। ସେ ପ୍ରଥମ ଅଭ୍ୟାସ ମ୍ୟାଚରେ ସୁନ୍ଦର ପ୍ରଦର୍ଶନ କରିଥିଲେ। ଆଇପିଏଲ ୨୦୨୧ରେ ମଧ୍ୟସେ ୧୪ ମ୍ୟାଚରେ ୨୧ ୱିକେଟ ଅକ୍ତିଆର କରିବାରେ ସଫଳ ରହିଥିଲେ।

୧୨-ମହମ୍ମଦ ସାମୀ: ମହମ୍ମଦ ସାମୀ ମଧ୍ୟ ପ୍ରଥମ ଅଭ୍ୟାସ ମ୍ୟାଚରେ ୩ ଟି ୱିକେଟ ନେଇଥିଲେ। ସେ ଆଇପିଏଲ ୨୦୨୧ରେ ମଧ୍ୟ ୧୪ ମ୍ୟାଚରେ ୧୯ ୱିକେଟ ଅକ୍ତିଆର କରିଥିଲେ। ସେ ଟିମ ପାଇଁ ଏହି ଟି-୨୦ ବିଶ୍ୱକପରେ ମୁଖ୍ୟ ଭୂମିକା ଗ୍ରହଣ କରିପାରନ୍ତି।

Google

୧୩-ବରୁଣ ଚକ୍ରବର୍ତ୍ତୀ: ଏହି ମିଷ୍ଟ୍ରି ସ୍ପିନର ପୂର୍ଵ କିଛି ସମୟରୁ ନିଜ ଚତୁର ବୋଲିଙ୍ଗ ଦ୍ଵାରା ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି ଯାହା ଦ୍ୱାରା ତାଙ୍କୁ ଏହି ବିଶ୍ୱ କପରେ ମୌକା ମିଳିଛି। ଆଇପିଏଲ ୨୦୨୧ରେ ସେ ୧୭ ମ୍ୟାଚରେ ୧୮ ୱିକେଟ ଅକ୍ତିଆର କରିଥିଲେ।

୧୪-ସାରଦୁଲ ଠାକୁର: ସାରଦୁଲ ଏବେ ନିଜ କ୍ୟାରିୟରରେ ଭଲ ଫର୍ମରେ ଅଛନ୍ତି। ସେ ଆଇପିଏଲ ୨୦୨୧ରେ ୧୬ ଟି ମ୍ୟାଚରେ ୨୧ ୱିକେଟ ନିଜ ନାମରେ ନାମିତ କରିଥିଲେ। ସେ ଆବଶ୍ୟକତା ସମୟରେ ୱିକେଟ ନେଇ ନିଜ ଟିମ ଚେନ୍ନାଇକୁ ଚମ୍ପିୟାନ କରିବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

Google

୧୫-ରାହୁଲ ଚାହାର: ରାହୁଲ ଚାହାର ପୂର୍ଵ କିଛି ସମୟରୁ ଭଲ ଫର୍ମରେ ନାହାନ୍ତି କାରଣ ଆଇପିଏଲ ୨୦୨୧ରେ ସେ ଭଲ ପ୍ରଦର୍ଶନ କରିପାରିନଥିଲେ। କିନ୍ତୁ ଦୁଇଟି ଯାକ ଅଭ୍ୟାସ ମ୍ୟାଚରେ ସେ ଭଲ ପ୍ରଦର୍ଶନ କରିଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *