ବ୍ୟୁରୋ ରିପୋର୍ଟ: ୟସ ଢୁଲଙ୍କ ଅଧିନାୟକତ୍ୱରେ ଭାରତ ବିଶ୍ୱକପ ଜିତିଯାଇଛି। ଭାରତ ଫାଇନାଲରେ ଇଂଲଣ୍ଡକୁ ୪ ୱିକେଟରେ ହରାଇଛି। ଟିମ ଇଣ୍ଡିଆ ସବୁଠୁ ଅଧିକ ୫ଥର ବିଶ୍ୱକପ ଜିତିଲା। ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଙ୍ଗ କରି ୧୮୯ ରନରେ ଅଲଆଉଟ ହୋଇଯାଇଥିଲେ। ବୋଲର ରାଜ ବାବା ୫ ଟି ୱିକେଟ ଅକ୍ତିଆର କରିଥିଲେ। ରବି କୁମାର ମଧ୍ୟ ୪ ଟି ୱିକେଟ ନେଇଥିଲେ। ଜବାବରେ ଭାରତ ଟାର୍ଗେଟର ପିଛା କରିବାକୁ ଓହ୍ଲାଇ ୪୭.୪ ଓଭରରେ ୬ ୱିକେଟ ହରାଇ ଲକ୍ଷ୍ୟକୁ ହାସଲ କରିନେଲା। ୱିକେଟ କିପର ବ୍ୟାଟ୍ସମ୍ୟାନ ଦିନେସ ବାନା ଲଗାତର ଦୁଇଟି ଛକା ମାରି ଟିମକୁ ଜିତାଇଲେ। ଇଂଲଣ୍ଡର ୨୪ ବର୍ଷ ପରେ ବିଶ୍ୱକପ ଜିତିବାର ସ୍ୱପ୍ନ ପୁରାହୋଇପାରିନଥିଲା। ଏହା ସହିତ ଯସ ଢୁଲ କୋହଲିଙ୍କ ବରାବରୀ କରିନେଇଛନ୍ତି। ଦୁଇ ଖେଳାଳି ଦିଲ୍ଲୀର ଅଟନ୍ତି ଓ ଦୁହେଁ ନିଜ ଅଧିନାୟକତ୍ୱରେ ଅଣ୍ଡର-୧୯ ବିଶ୍ୱକପ ଜିତିଛନ୍ତି।ଫାଇନାଲ ମ୍ୟାଚ ଏହିପରି ଭାରତ ଜିତିଲା।

ଇଂଲଣ୍ଡ ଟସ୍ ଜିତି ଆଗ ବ୍ୟାଟିଙ୍ଗ କରି ଭାରତ ଉପରେ ପ୍ରେସର ପକାଇବା ପାଇଁ ଚାହୁଁଥିଲା କିନ୍ତୁ ପ୍ରଥମ ୧୦ ଓଭରରେ ଦୁଇଟି ୱିକେଟ ହରାଇଦେଲା। ବାମହାତୀ ପ୍ରେସର ବୋଲର ରବି କୁମାର ୨ ଟି ଯାକ ୱିକେଟ ନେଇଥିଲେ।ଅଧିନାୟକ ଟମ ପ୍ରିଷ୍ଟ ଶୂନ୍ୟରେ ଆଉଟ ହୋଇଗଲେ। ଏହିଠାରୁ ଇଂଲଣ୍ଡ ଟିମସନ୍ତୁଳନ ହରାଇଦେଲା।
୧୧-୨୦ ଓଭର ମଧ୍ୟରେ ଇଂଲଣ୍ଡର ବ୍ୟାଟ୍ସମ୍ୟାନ କିଛି ଖାସ କରିପାରିଲେନି ଓ ୪ ଟି ୱିକେଟ ହରାଇଦେଲେ। ଏହା ପରେ ଟିମ ବଡ଼ ସ୍କୋରରେ ପହଁଚିବା କଷ୍ଟକର ହୋଇଯାଇଥିଲା। ଚାରିରି ୱିକେଟ ରାଜ ବାବା ନେଇଥିଲେ। ଇଂଲଣ୍ଡର ସ୍କୋର ୨୦ ଓଭରରେ ୬ ଟି ୱିକେଟରେ ୭୦ ରନ ଥିଲା।
Good Morning, India 👋
You are #U19CWC champions 🏆 pic.twitter.com/8FcTdyUCtJ
— ICC (@ICC) February 6, 2022
ଜେମ୍ସ ରିୟୁ ୯୫ ରନ ଓ ଜେମ୍ସ ସିଲ୍ସ ୩୪ ରନର ନଟଆଉଟ ପାରି ଖେଳି ଟିମକୁ ସମ୍ଭାଳିଥିଲେ। ଦୁହେଁ ୮ମ ୱିକେଟ ପାଇଁ ୯୩ ରନର ପାର୍ଟନରସିପ କରିଥିଲେ। ଗୋଟେ ସମୟରେ ସ୍କୋର ୭ ୱିକେଟରେ ୧୮୪ ରନ ଥିଲା। ୭ ଓଭର ଖେଳ ବାକି ଥିଲା ,ଲାଗୁଥିଲାକି ଇଂଲଣ୍ଡ ୨୩୦ ପର୍ଯ୍ୟନ୍ତ ପହଁଚିଯିବ।
ରବିକୁମାର ୪୪ ତମ ଓଭରରେ ଇଂଲଣ୍ଡର ଦୁଇ ୱିକେଟ ନେଇଗଲେ। ଏହା ପରେ ରାଜ ବାବା ଶେଷ ୱିକେଟ ନେଇ ନିଜର ୫ ମ ୱିକେଟ ପୁରାକଲେ। ଇଂଲଣ୍ଡର ପୁରା ଟିମ ୪୪.୫ ଓଭରରେ ୧୮୯ ରନରେ ଅଲଆଉଟ ହୋଇଗଲା। ଭାରତୀୟ ବୋଲର ଅତିରିକ୍ତ ରୂପରେ କେବଳ ୬ ରନ ଦେଇଥିଲେ। ଭାରତ ୭ ଜଣ ବୋଲରଙ୍କ ଦ୍ଵାରା ବୋଲିଙ୍ଗ କରିଥିଲା। ୪ ବୋଲରଙ୍କ ଇକୋନୋମି୪ ଓ ୪ ରୁ କମ ଥିଲା। ରାଜ ବାବା ୩୧ ରନ ଦେଇ ୫ ୱିକେଟ ନେଇଥିଲେ ଓ ରବି କୁମାର ୩୪ ରନ ଦେଇ ୪ ୱିକେଟ ଅକ୍ତିଆର କରିବାରେ ସଫଳ ରହିଥିଲେ।
Jalwa hai hamaara yahaan.
Many congratulations @BCCI on becoming champions for the 5th time.
Fantastic contributions from everyone and a deserved title. Enjoy the moment boys #U19CWC pic.twitter.com/E0zqirfIPA— Virender Sehwag (@virendersehwag) February 6, 2022
ଟାର୍ଗେଟର ପିଛା କରିବାକୁ ଓହ୍ଲାଇ ଭାରତୀୟ ଟିମର ଆରମ୍ଭ ମଧ୍ୟ ଭଲ ରହିନଥିଲା। ପାରିର ଦ୍ୱିତୀୟ ହିଁ ବଲରେ ଅଂଗାକ୍ରିସ ରଘୁବଂଶୀ ଶୂନ୍ୟରେ ଆଉଟ ହୋଇଗଲେ। ଏହି ମ୍ୟାଚ ପୂର୍ବରୁ ସେ ଗୋଟେ ଶତକ ଓ ଗୋଟେ ଅର୍ଦ୍ଧଶତକ ସହ ୨୭୮ ରନ ସହ ଭାରତ ପଟୁ ସବୁଠୁ ଅଧିକ ରନ କରିଥିଲେ।
ହରନୁର ସିଂହ ଓ ଉପ ଅଧିନାୟକ ଶେଖ ରସିଦ ଧୀରେ ଧୀରେ ପାରିକୁ ଆଗକୁ ବଢ଼ାଉଥିଲା। ୧୫ ଓଭର ପରେ ଭାରତର ସ୍କୋର ଗୋଟେ ୱିକେଟରେ ୪୦ ରନ ଥିଲା। ୫୦ ରନ ୧୯ ତମ ଓଭରରେ ପୁରା ହେଲା। କିନ୍ତୁ୪୯ ରନର ସ୍କୋରରେ ହରନୁର ୨୧ ରନ କରି ଆଉଟ ହୋଇଯାଇଥିଲେ। ପୁଣି ଥରେ ଇଂଲଣ୍ଡ ଟିମର ଜିତିବାର ଆଶା ବଢ଼ିଲା।
That #U19CWC winning feeling 💙 pic.twitter.com/wKk7BibxXh
— ICC (@ICC) February 5, 2022
ଶେଖ ରସିଦ ରସିଦ ସୁନ୍ଦର ଅର୍ଦ୍ଧଶତକ ମାରିଥିଲେ। ସେ ଅଧିନାୟକ ୟସ ଢୁଲଙ୍କ ସହ ମିଶି ଭାରତୀୟ ସ୍କୋରକୁ ୯୫ ପର୍ଯ୍ୟନ୍ତ ପହଁଞ୍ଚାଇଥିଲେ। ୯୭ ରନ ପର୍ଯ୍ୟନ୍ତ ଦୁହେଁ ଆଉଟ ହୋଇଗଲେ। ଏହା ପରେ ନିଶାନ୍ତ ସିଂଧୁ ଓ ରାଜ ବାବା ୬୭ ରନର ପାର୍ଟନରସିପ କରି ବିଜୟ ପକା କରିଥିଲେ।ବାବା ୫୪ ବଲରେ ୩୫ ରନ କରି ଆଉଟ ହୋଇଗଲେ।
ସିଂଧୁ ୫୪ ବଲରେ ୫୦ ରନ କରି ନଟଆଉଟ ରହିଲେ। ସେ ନିଜ ପାରିରେ ୫ ଟି ଚୌକା ଓ ଗୋଟେ ଛକା ମାରିଥିଲେ। ୱିକେଟକିପର ବ୍ୟାଟ୍ସମ୍ୟାନ ଦିନେସ ବାନା ପୁଣି ଥରେ ଆକ୍ରାମକ ପାରି ଖେଳିଲେ। ସେ ୫ ବଲରେ ୧୩ ରନ କରି ନଟଆଉଟ ରହିଲେ। ସେ ଦୁଇଟି ଛକା ମାରିଥିଲେ,ସେ ୪୮ ତମ ଓଭରରେ ଜେମ୍ସ ସିଲ୍ସଙ୍କୁ ଲଗାତର ଦୁଇଟି ବଲରେ ଦୁଇଟି ଛକା ମାରି ବିଜୟକୁ ସୁନିଶ୍ଚିତ କରିଥିଲେ।
The five who led India to under-19 World Cup triumphs 👇 #U19CWC pic.twitter.com/7aDAcOpo9u
— ESPNcricinfo (@ESPNcricinfo) February 5, 2022
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।