ବ୍ୟୁରୋ ରିପୋର୍ଟ: ଭାରତ ଇଂଲଣ୍ଡ ବିରୁଦ୍ଧରେ ତିନୋଟି ମ୍ୟାଚ ବିଶିଷ୍ଟ ଏକଦିବସିୟ ସିରିଜ ପରେ ଏବେ ୱେଷ୍ଟଇଣ୍ଡିଜ ଗ୍ରସ୍ତରେ ଅଛି। ଶୁକ୍ରବାରରୁ ଦୁଇ ଦେଶ ମଧ୍ୟରେ ତିନୋଟି ମ୍ୟାଚ ବିଶିଷ୍ଟ ଏକଦିବସିୟ ସିରିଜ ହେବ। ଏହି ସିରିଜରେ କାମ ପ୍ରେସର କମ କରିବା ପାଇଁ ଅଧିନାୟକ ରୋହିତଙ୍କ ସହ ଅନେକ ସିନିୟର ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି। କେ ଏଲ ରାହୁଲ ଏବେ ଅଭ୍ୟାସ କରୁଛନ୍ତି ତେଣୁ ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ସେହି ଖେଳାଳି ମାନଙ୍କ ପାଖରେ ନିଜକୁ ସାବ୍ୟସ୍ତ କରିବାର ମୌକା ଅଛି ଯିଏକି ଖେଳିବାକୁ ମୌକା ପାଇପାରିନାହଁନ୍ତି। କିନ୍ତୁ ଏବେ କୋଚ ରାହୁଲ ଡ୍ରାଭିଡ଼ ଓ ଅଧିନାୟକ ଶିଖର ଧାୱଙ୍କୁ ଏକଦିବସିୟ ସିରିଜ ପୂର୍ବରୁ ୪ଟି ପ୍ରଶ୍ନର ଉତ୍ତର ଖୋଜିବାକୁ ହେବ। ଆସନ୍ତୁ ସେହି ବିଷୟରେ ଜାଣିବା।

୧-ଧାୱନଙ୍କ ସହ କିଏ କରିବ ଓପନିଙ୍ଗ:
ବର୍ତ୍ତମାନ ପ୍ରଥମ ପ୍ରଶ୍ନ ହେଉଛି ଶିଖର ଧାୱଙ୍କ ସହ ଓପନିଙ୍ଗ କିଏ କରିବ। ଇସାନ କିସନଙ୍କୁ ଭବିଷ୍ୟତ ପାଇଁ ଓପନିଙ୍ଗ ପାଇଁ ପ୍ରସ୍ତୁତ କରାଯାଉଛି ଓ ସେ ମଧ୍ୟ ନିଜକୁ ସାବ୍ୟସ୍ତ କରିଛନ୍ତି। ଇଂଲଣ୍ଡ ବିରୁଦ୍ଧରେ ଏକଦିବସିୟ ସିରିଜରେ ସେ ଖେଳିପାରିନଥିଲେ କାରଣ ରୋହିତଙ୍କ ସହ ଧାୱନ ଥିଲେ। ଏବେ ରୋହିତଙ୍କ ଅନୁପସ୍ଥିତରେ ଇସାନ ଓପନିଙ୍ଗ କରିପରନ୍ତି। କିନ୍ତୁ ଯଦି ଟିମ ମ୍ୟାନେଜମେଣ୍ଟ ଲେପଟ ରାଇଟ କମ୍ବୀନେସନ ଚାହିଁବ ତେବେ ଧାୱନଙ୍କ ସହ ଋତୁରାଜ ଗାୟକୱାଡ଼ ଓପମିଙ୍ଗ କରିପାରନ୍ତି କିନ୍ତୁ ସେ ଏବେ ପର୍ଯ୍ୟନ୍ତ ଏକଦିବସିୟ ମ୍ୟାଚ ଖେଳିନାହାଁନ୍ତି।

୨-ମିଡଲ ଅର୍ଡରେ କିଏ ଖେଳିପାରେ?:
ଦ୍ୱିତୀୟ ପ୍ରଶ୍ନ ଯାହା ଖୋଜିବାକୁ ହେବ ତାହା ହେଉଛି ମିଡଲ ଅର୍ଡରରେ କିଏ ଖେଳିବ। ସୂର୍ଯ୍ୟ କୁମାର ଖେଳିବ ପ୍ରାୟତଃ ନିଶ୍ଚିତ କିନ୍ତୁ ଦୁଇ ସ୍ଥାନ ପାଇଁ ଚାରି ଖେଳାଳି ଶ୍ରେୟସ ଅୟର, ଦୀପକ ହୁଡାଜ଼ ସଞ୍ଜୁ ସାମସନ ଓ ଶୁଭମନ ଗିଲ ଅଛନ୍ତି।
୩-ଭାରତ ପାଖରେ ଅଲରାଉଣ୍ଡର ପାଇଁ କେତେ ବିକଳ୍ପ ଅଛି?:
ଦୀପକ ହୁଡ୍ଡା ଏହି ବର୍ଷ ଆରମ୍ଭରେ ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ରୂପରେ ଡେବ୍ୟୁ କରିଥିଲେ। ସେ ଆକ୍ରମକ ପାରି ମଧ୍ୟ ତଳକ୍ରମ ବା ମଧ୍ୟ କ୍ରମରେ ଖେଳିପାରିବେ। ସେ ସ୍ପିନ ବୋଲିଙ୍ଗ ମଧ୍ୟ କରିଥାନ୍ତି। ତେଣୁ ଅଲରାଉଣ୍ଡରେ ରବିନ୍ଦ୍ର ଜାଡେଜା ଖେଳିବା ସମ୍ଭାବନା ଅଧିକ। ଅନ୍ୟ ଜଣେ ପାଇଁ ହୁଡ୍ଡାଙ୍କ ସହ ଅକ୍ସର ପଟେଲ ରେଶରେ ଅଛନ୍ତି। ସେ ମଧ୍ୟ ସୁନ୍ଦର ସ୍ପିନ ସହିତ ଜବରଦସ୍ତ ବ୍ୟାଟିଙ୍ଗ କରିପାରିବେ।

୪- କିପରି ହେବ ଭାରତୀୟ ପେସ ବୋଲିଂ ଲାଇନ:
ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ଏକଦିବସିୟରେ ତଳକ୍ରମ ବ୍ୟାଟିଙ୍ଗକୁ ମଜଭୁତ କରିବା ପାଇଁ ଜାଡେଜା ୭ ନମ୍ବର ଓ ସାରଦୁଲ ଠାକୁର ୮ ନମ୍ବରରେ ଖେଳିପାରନ୍ତି। ସ୍ପିନ ପାଇ ଚାହଲ ପ୍ରଥମ ପ୍ରଥମ ଅଟନ୍ତି। ଦୁଇ ମୁଖ୍ୟ ପେସର ରୂପରେ ମହମ୍ମଦ ସିରାଜ ଖେଳିବା ନିଶ୍ଚିତ ପ୍ରାୟ, ଥିବା ଗୋଟେ ସ୍ଥାନ ପାଇଁ ରେସରେ ତିନିଜଣ ଆଭେଶ ଖାନ, ପ୍ରସିଦ୍ଧ କ୍ରିଷ୍ଣା ଓ ଅର୍ସଦୀପ ସିଂ ଅଛନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।