IND vs SA: ଚତୁର୍ଥ ମ୍ୟାଚ ଜିତି ସିରିଜ ୨-୨ ରେ ବରାବର କଲା ଟିମ ଇଣ୍ଡିଆ! ବ୍ୟାଟିଂରେ କାର୍ତ୍ତିକ-ପାଣ୍ଡ୍ୟା, ବୋଲିଂରେ ଆଭେସଙ୍କ କମାଲ

ଚତୁର୍ଥ ମ୍ୟାଚ ଜିତି ସିରିଜ ୨-୨ ରେ ବରାବର କରିଛି ଟିମ ଇଣ୍ଡିଆ। ସିରିଜର ପ୍ରଥମ ଦୁଇଟି ମ୍ୟାଚ ସାଉଥ ଆଫ୍ରିକା ଜିତିଥିବା ବେଳେ ୩ୟ ଏବଂ ଚତୁର୍ଥ ମ୍ୟାଚରେ ଭାରତ ଜିତି ସିରିଜକୁ ୨-୨ ରେ ବରାବର କରିଛି। ଶେଷ ଟି-୨୦ ମ୍ୟାଚ ରବିବାରକୁ ଖେଳାଯିବାର ଅଛି। ତେବେ ଭାରତର ଓପ୍ନର ଏତେ ବଡ଼ ପାରି ଖେଳିନଥିବା ବେଳେ ଅୟର ୪ ଓ ପନ୍ତ ୧୭ ରେ ଆଉଟ ହୋଇଯାଇଥିଲେ। ହେଲେ ପାରି ସମ୍ବାଳିଥିଲେ ଅନୁଭବୀ ଦିନେସ କାର୍ତ୍ତିକ ଏବଂ ଜବରଦସ୍ତ ଫର୍ମରେ ଥିବା ହାର୍ଦିକ ପାଣ୍ଡ୍ୟା। ଦୁହେଁ ଭାରତକୁ ୧୬୯ ରନ ଯାଏ ନେବାରେ ସାହାଯ୍ୟ କରିଥିଲେ। ଅକ୍ସର ପଟେଲ ଶେଷ ବଲରେ ଚୌକା ଲଗାଇଥିଲେ। ସେ ୪ ବଲରେ ୮ ରନ କରି ନଟ ଆଉଟ ଥିଲେ।

Google

ଆଗ ବ୍ୟାଟିଂ କରି ଟିମ ଇଣ୍ଡିଆ ନିର୍ଧାରିତ ୨୦ ଓଭରରେ ୧୬୯ ରନ କରିଥିଲା। ଦଳକୁ ୧୫୦ ସ୍କୋର ପାରରେ ପଂହଁଚାଇବାରେ ସାହାଯ୍ୟ କରିଥିଲେ ଦୁଇ ଫିନିସର ଦିନେସ କାର୍ତ୍ତିକ ଏବଂ ହାର୍ଦିକ ପାଣ୍ଡ୍ୟା। ପାଣ୍ଡ୍ୟା ୩୧ ବଲରେ ୪୬ କରିଥିଲେ। ଦିନେସ କାର୍ତ୍ତିକ ୨୭ ବଲରେ ୫୫ କରିଥିଲେ।

ସାଉଥ ଆଫ୍ରିକା ଲକ୍ଷ୍ୟର ପିଛା କରି ୮୭ ରନର ଅଲଆଉଟ ହୋଇଯାଇଥିଲା। ତେମ୍ବା ବଭୁମା ରିଟାୟାର ହର୍ଟ ହୋଇଥିଲେ। ସେ ୮ କରିଥିବା ବେଳେ ଡି କକ ୧୪ କରି ରନ ଆଉଟ ହୋଇଥିଲେ। ରସି ଭାନ ଡର ହୁସେନ ୨୦, କ୍ଳାସେନ ୮, ମିଲର ୯ କରିଥିଲେ।

Google

ତେବେ ଟିମ ଇଣ୍ଡିଆର ବୋଲର ଏହି ମ୍ୟାଚରର ଆକର୍ଷଣୀୟ ବୋଲିଂ କରିଥିଲେ। ଆଭେସ ଖାନ ୪ ଓଭରରେ ୪ ୱିକେଟ ଅକ୍ତିଆର କରିଥିବା ବେଳେ ଚାହଲ ୨ଟି, ହର୍ଷଲ ୧ଟି, ଅକ୍ସର ଗୋଟିଏ ୱିକେଟ ଅକ୍ଟୋବର କରିଥିଲେ। ତେବେ ଶେଷ ଟି-୨୦ ମ୍ୟାଚ ରବିବାରକୁ ଖେଳାଯିବାର ଅଛି। ତେବେ ଆପଣଙ୍କ ଅନୁମାନ କଣ ରବିବାରକୁ କିଏ ହାସଲ କରିବ ବିଜୟ?

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *