ବ୍ୟୁରୋ ରିପୋର୍ଟ: ୱେଷ୍ଟ ଇଣ୍ଡିଜ ବିପକ୍ଷରେ ଭାରତ ନିଜର ପ୍ରଥମ ବିଜୟ ହାସଲ କରି ନିଜର ସିରିଜ ଆରମ୍ଭ କରିଥିଲା। ଏଥିରେ ଅଧିନାୟକ ଶିଖର ଧାୱନଙ୍କ ସମେତ ଅନ୍ୟ ଖେଳାଳିମାନଙ୍କ ଉତ୍ତମ ଖେଳର ପ୍ରଦର୍ଶନ ଦେଖିବାକୁ ମିଳିଥିଲା। କିନ୍ତୁ ଏହି ମ୍ୟାଚରେ ସ୍ଲୋ ଓଭର ରେଟ ପାଇଁ ଜୋରିମାନା ଲାଗି ଯାଇଛି। ସମସ୍ତ ଖେଳାଳିଙ୍କ ଉପରେ ମ୍ୟାଚ ଫିସର ୨୦ ପ୍ରତିଶତ ଜୋରିମାନା ଲଗାଯାଇଥିଲା।

ପ୍ରଥମ ମ୍ୟାଚରେ ସ୍ଲୋ ଓଭର ରେଟ ପାଇଁ ସମସ୍ତ ଖେଳାଳିଙ୍କୁ ଜୋରିମାନା ଲଗା ଯାଇଛି। ଏଥିନେଇ ଶିଖର ଧାୱନ କ୍ଷମା ମଧ୍ୟ ମାଗିଥିଲେ। ପାଖାପାଖି ୧ ଲକ୍ଷ ୨୦ ହଜାର ରନର ଜୋରିମାନା ଲଗାଯାଇଛି।
ସୂଚନାଯୋଗ୍ୟ ଯେ, ଭାରତ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୩୦୯ ରନର ଟାର୍ଗେଟ ରଖିଥିଲା। ୱେଷ୍ଟ ଇଣ୍ଡିଜ ଦଳ ଏହାକୁ ଚେଜ କରିବାରେ ଅସମର୍ଥ ହୋଇଥିଲେ। କିନ୍ତୁ ସ୍ଲୋ ଓଭର ରେଟ ପାଇଁ ତାଙ୍କୁ ଜୋରିମାନା ଦେବାକୁ ପଡିଛି। ଦଳ ୫୦ ଓଭରରେ ମଧ୍ୟରେ ଯେତିକି ଓଭର ବୋଲିଂ କରିବା କଥା ତା ଠାରୁ କମ ଓଭର ବୋଲିଂ କରି ପାରିଛି।
IND vs WI: Captain Dhawan’s mistake was heavy on the Indian team, had to pay the fine https://t.co/dMPvj3FWUA
— KahaaniTak (@KahaaniTak) July 24, 2022
ଏହାକୁ ଗମ୍ଭୀରତାର ସହିତ ନେଇଛନ୍ତି ମ୍ୟାଚ ରେଫରି। ଭାରତୀୟ ଅଧିନାୟକ ଶିଖର ଧାୱନ ନିଜ ତରଫରୁ କ୍ଷମା ମଧ୍ୟ ମାଗିଛନ୍ତି। ଯଦି ସେ କ୍ଷମା ମାଗି ନଥାନ୍ତେ ,ତେବେ ତାଙ୍କୁ ବିରୋଧରେ କିଛି ଶୁଣାଣି କରା ଯାଇ ଥାଆନ୍ତା। ଖେଳର ନୂତନ ନିୟମ ଅନୁସାରେ ବୋଲିଂ କରୁଥିବା ଦଳ ନିର୍ଦ୍ଧାରିତ ଓଭର ଠାରୁ ଏକ ଓଭର କମରେ ଚାଲିଲେ ତାଙ୍କ ପ୍ରତି ଜୋରିମାନା ଲଗା ଯାଇଥାଏ।
ଯଦି ସେହି ଦଳର ଅଧିନାୟକ ନିଜର ଦୋଷ ସ୍ୱୀକାର ନ କରନ୍ତି, ତେବେ ଏହାକୁ ନେଇ ଶୁଣାଣି ମଧ୍ୟ କରାଯାଇଥାଏ। ତେବେ ଏଥିପାଇଁ ଭାରତୀୟ ଖେଳାଳିମାନଙ୍କୁ ଜୋରିମାନା ଦେବାକୁ ପଡିଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।