ବ୍ୟୁରୋ ରିପୋର୍ଟ: IPL 2022 ସରିବା ପରେ ସାଉଥ ଆଫ୍ରିକା ଟୁରରେ ଯିବ। ୫ଟି ଟି-୨୦ ସିରିଜ ଖେଳିବାର ଅଛି। ଭାରତୀୟ ଦଳ ଶୀଘ୍ର ଘୋଷଣା ହୋଇପାରେ। ବରିଷ୍ଠ ପ୍ଲେୟରଙ୍କୁ ଏହି ସିରିଜରେ ବିଶ୍ରାମ ଦିଆ ଯାଇପାରେ। ବିରାଟ କୋହଲି, କେ ଏଲ ରାହୁଲ ଏବଂ କ୍ୟାପଟେନ ରୋହିତ ଶର୍ମାଙ୍କୁ ରେଷ୍ଟ ଦିଆଯାଇପାରେ।

ତେବେ ଏହା ଛଡା ପନ୍ତ ଏବଂ ବୁମରାଙ୍କୁ ରେଷ୍ଟ ଦିଆଯାଇପାରେ। ଏହି ଖେଳାଳି ମାନେ ରେଗୁଲାର ଭାବରେ କ୍ରିକେଟ ଖେଳୁଛନ୍ତି। ଇଂଲଣ୍ଡ ଦୌଡ଼କୁ ଆଗରେ ରଖି ହୁଏତ BCCI ଏହି ଖେଳାଳିଙ୍କୁ ରେଷ୍ଟ ଦେଇପାରେ। ମଇ ୨୨ ରେ ଟି-୨୦ ସିରିଜ ପାଇଁ ଚୟନ ହୋଇପାରେ। କ୍ୟାପଟେନ ଭାବରେ ପାଣ୍ଡ୍ୟା କିମ୍ବା ଧାୱନ ବିବେଚିତ ହୋଇପାରନ୍ତି।
ତେବେ ଅପରପକ୍ଷରେ ରବୀନ୍ଦ୍ର ଜାଡେଜା ଏବଂ ସୂର୍ଯ୍ୟ କୁମାର ଯାଦବ ଏହି ଦୌଡ଼ରୁ ଆଘାତ ନିମନ୍ତେ ନ ସାମିଲ ହୋଇପାରନ୍ତି। ଦୀପକ ଚାହାର ମଧ୍ୟ ଉପଲବ୍ଧ ନ ରହିପାରେ।

ଦଳ ଗଠନ ହୋଇପାରେ କିଛି ଏମିତି: ଇଶାନ କିଷାନ, ଋତୁରାଜ ଗାଏକୱାଡ଼, ଶ୍ରେୟସ ଅୟର, ଶିଖର ଧାୱନ, ଦୀପକ ହୁଡ୍ଡା, ସଂଜୁ ସାମସନ, ହାର୍ଦିକ ପାଣ୍ଡ୍ୟା, ପ୍ରସିଦ୍ଧ କ୍ରିଷ୍ଣା, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ, ରବିଚନ୍ଦ୍ରନ ଅଶ୍ୱିନୀ, ଆଭେସ ଖାନ, କୁଲଦୀପ ଯାଦବ ଏବଂ ୟୁଜି ଚାହଲ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।