IND vs NZ: ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ବଡ଼ ଝଟକା! ରାହାଣେଙ୍କ ସମେତ ଏହି ଷ୍ଟାର ଅଲରାଉଣ୍ଡର ଦଳରୁ ବାହାର..

ମୁମ୍ବାଇର ୱାନଖଡେ ଷ୍ଟାଡିୟମରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ସିରିଜର ଦ୍ୱିତୀୟ ଟେଷ୍ଟ ମ୍ୟାଚ ଖେଳାଯିବାର ଅଛି। ଏହି ମ୍ୟାଚ ଆରମ୍ଭ ପୂର୍ବରୁ ଟିମ ଇଣ୍ଡିଆକୁ ବଡ଼ ଝଟକା ଲାଗିଛି ଓ ତିନି ଷ୍ଟାର ଖେଳାଳି ବାହାର ହୋଇଯାଇଛନ୍ତି। ପ୍ରଥମ ମ୍ୟାଚରେ ଭାରତର ଅଧିନାୟକତ୍ୱ କରୁଥୁବା ରାହାଣେ ଏହି ମ୍ୟାଚରୁ ବାହାର ହୋଇଯାଇଛନ୍ତି। ତାଙ୍କ ଛଡା ରବିନ୍ଦ୍ର ଜାଡେଜା ଓ ପ୍ରେସର ଇସାନ୍ତ ଶର୍ମା ମଧ୍ୟ ଆଘାତ କାରଣରୁ ଏହି ମ୍ୟାଚରେ ଖେଳିବେ ନାହିଁ।

Google

ଏହି ମ୍ୟାଚରେ ରେଗୁଲାର ଅଧିନାୟକ ବିରାଟ କୋହଲି ଟିମକୁ ଫେରିଛନ୍ତି ଯାହାଙ୍କୁ ଟି-୨୦ ବିଶ୍ୱକପ ପରେ ବିଶ୍ରାମ ଦିଆଯାଇଥିଲା। ଟଚ ପଡିବାରେ ଡେରି ହେଉଛି କାରଣ ବର୍ଷା କାରଣରୁ ପିଚର କ୍ଷତି ହୋଇଛି। ବିସିସିଆଇ ଶୁକ୍ରବାର ଦିନ ପ୍ରଥମ ଦିନ ଖେଳ ଆରମ୍ଭ ପୂର୍ବରୁ ଏକ ବୟାନରେ କହିଛନ୍ତି ରାହାଣେଙ୍କ ସହ ରବିନ୍ଦ୍ର ଜାଡେଜା ଓ ଇସାନ୍ତ ଶର୍ମା ମଧ୍ୟ ଆଘାତ ଅଛନ୍ତି।

ବିସିସିଆଇଦ୍ଵାରା ଜାରି ବୟାନ ଅନୁସାରେ ଇସାନ୍ତ ଶର୍ମା କାନପୁର ଟେଷ୍ଟର ଶେଷ ଦିନ ନିଜ ବାମ ହାତର ଛୋଟ ଆଙ୍ଗୁଠିରେ ଆଘାତ ପାଇଥିଲେ। ଏହି କାରଣରୁ ସେ ମୁମ୍ବାଇରେ ହେବାକୁ ଥିବା ଦ୍ୱିତୀୟ ଟେଷ୍ଟରୁ ବାହାର ହୋଇଯାଇଛନ୍ତି। ବିସିସିଆଇର ମେଡିକାଲ ଟିମ ତାଙ୍କ ଆଘାତ ଉପରେ ନିଜର ରଖିଛନ୍ତି। ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କୁ କାନପୁର ଟେଷ୍ଟରେ ଡାହାଣ ହାତରେ ଆଘାତ ଲାଗିଥିଲା। ସ୍କାନ କରିବା ପରେ ଜଣାପଡିଥିଲାକି ତାଙ୍କ କାନ୍ଧରେ ଆଘାତ ଅଛି। ଏବେ ଦ୍ୱିତୀୟ ଟେଷ୍ଟରେ ତାଙ୍କୁ ଆରାମ ଦିଆଯାଇଛି।

ଅଜିଙ୍କ୍ୟ ରାହାଣେ କାନପୁରରେ ଖେଳାଯାଉଥୁବା ପ୍ରଥମ ଟେଷ୍ଟର ଶେଷ ଦିନ ଫିଲ୍ଡଙ୍ଗି କରୁଥୁବା ସମୟରେ ହାମଷ୍ଟ୍ରିଙ୍ଗର ଶିକାର ହୋଇଥିଲେ। ଏବେ ସେ ପୁରା ଠିକ ହୋଇନାହାନ୍ତି ତେଣୁ ତାଙ୍କୁ ବିଶ୍ରାମ ଦିଆଯାଇଛି। ତାଙ୍କ ଆଘାତ ଉପରେ ବିସିସିଆଇର ମେଡିକାଲ ଟିମ ନଜର ରଖିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *