ବ୍ୟୁରୋ ରିପୋର୍ଟ: ଜିମ୍ବାୱେ ବିରୁଦ୍ଧରେ ଶନିବାରକୁ ଦ୍ୱିତୀୟ ଏକଦିବସିୟରେ ଭାରତୀୟ ଟିମ ଓହ୍ଲାଇବ ତ ଅଧିନାୟକ କେ ଏଲ ରାହୁଲ ଏହା ଆଶା କରିପାରନ୍ତି ତାଙ୍କୁ ବ୍ୟାଟିଙ୍ଗର ଜରୁରୀ ଆବଶ୍ୟକ ମିଳିପାରୁ। ଦୁଇ ଟିମଙ୍କ ପ୍ରଦର୍ଶନରେ ଏତେ ଅନ୍ତର ଅଛିକି ଏହି ସିରିଜ ଏକତରଫା ହୋଇଯାଇଛି।

ରାହୁଲ କରିପାରନ୍ତି ଆଗାମୀ ମ୍ୟାଚରେ ଓପନିଙ୍ଗ:
ଭାରତୀୟ ଟିମର ଲକ୍ଷ୍ୟ ହେବ ଟସ ଜିତି ପ୍ରଥମେ ବ୍ୟାଟିଙ୍ଗ କରିବା ଯାହା ଦ୍ୱାରା ବ୍ୟାଟ୍ସମ୍ୟାନକୁ ଖେଳିବା ପାଇଁ ସମୟ ମିଳିପାରିବ। ଉଚ୍ଚତାପୁର୍ଣ ପିଚ ଓ ପବନ ଥିବାରୁ ବ୍ୟାଟ୍ସମ୍ୟାନଙ୍କ ପାଇଁ ଖେଳିବା ସହଜ ହେବନାହିଁ। ଜିମ୍ବାୱେ ପାଖରେ ଜିମି ଏଣ୍ଡରସନ ଓ ଜୋସ ହେଜଲଉଡ଼ଙ୍କ ପରି ପ୍ରେସର ବୋଲର ନାହାଁନ୍ତି କିନ୍ତୁ ତଥାପି ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ପାଇଁ ଏକ ଚ୍ୟାଲେଞ୍ଜପୁର୍ଣ ରହିବ। ଦୀପକ ଚାହାର କହିଥିଲେ ଦ୍ୱିତୀୟ ସ୍ପେଲ ବୋଲରଙ୍କୁ ଖାସ ସାହାଯ୍ୟ ମିଳୁନାହିଁ। କିନ୍ତୁ ପ୍ରଥମ ଏକ ଘଣ୍ଟା ବ୍ୟାଟ୍ସମ୍ୟାନଙ୍କ ପାଇଁ ଚ୍ୟାଲେଞ୍ଜ ପୂର୍ଣ୍ଣ ରହୁଛି।
ଏସିଆକପ ପାଇଁ ପ୍ରସ୍ତୁତି ଅତ୍ୟନ୍ତ ଜରୁରୀ:
ଏସିଆକପରେ ସାହିନ ସାହା ଅଫରିଦିଙ୍କ ଭଲି ବୋଲରଙ୍କ ବଲକୁ ଖେଳିବା ପୂର୍ବରୁ ବ୍ୟାଟିଙ୍ଗ ଅଭ୍ୟାସ ଜରୁରୀ ଅଟେ। ପ୍ରଥମ ମ୍ୟାଚରେ ଧାୱନ ଓ ଗିଲଙ୍କ ଦ୍ଵାରା ଓପନିଙ୍ଗ କରାଇ ରାହୁଲ ଅଧିନାୟକତ୍ୱର ପରିଚୟ ଦେଇଛନ୍ତି।କିନ୍ତୁ ଏସିଆ କପ ପୂର୍ବରୁ ବ୍ୟାଟ୍ସମ୍ୟାନ ରାହୁଲଙ୍କୁ ମଧ୍ୟ ଫର୍ମରେ ଆସିବା ଜରୁରୀ। ରାହୁଲ ଜଣେ ଉଚ୍ଚକୋଟୀର ଖେଳାଳି ଅଟନ୍ତି। ସେ ଫର୍ମକୁ ଜଲଦି ଫେରିପାରନ୍ତି। ତେବେ ସେ IPL 2022 ରେ ବି ଦମଦାର ବ୍ୟାଟିଂ କରିଥିଲେ।

ଟିମରେ ହୋଇପାରେ ପରିବର୍ତ୍ତନ:
ଦୀପକ ହୁଡାଙ୍କୁ ଯଦି ବ୍ୟାଟିଙ୍ଗ କ୍ରମରେ ଉପରକୁ ପଠାଯାଅ ତେବେ ତାଙ୍କ ଆତ୍ମବିଶ୍ୱାସ ବଢିବ। ସଞ୍ଜୁ ସାମସନ ଯଦି ଚତ୍ରୁର୍ଥ ନମ୍ବରରେ ଖେଳିବେ ପାରିକୁ ସମ୍ଭାଳିପାରିବେ। କାର୍ଯ୍ୟବାହକ କୋଚ ଲକ୍ଷ୍ମଣଙ୍କ ଲକ୍ଷ୍ୟ ରହିବ ପ୍ରଥମେ ସିରିଜ ଜିତିବା ଓ ପରେ ଖେଳାଳିଙ୍କୁ ପରୀକ୍ଷା କରିବା। ଦୀପକ ଚାହାର ଲଗାତର ୭ ଓଭର ପକାଇଥିଲେ ଯାହା ଭଲ ସଙ୍କେତ ଅଟେକି ସେ ଏବେ ପୁରା ପ୍ରସ୍ତୁତ। ପ୍ରସିଦ୍ଧ କ୍ରିଷ୍ଣା ମଧ୍ୟ ବିବିଧତା ଆଣିବାକୁ ଚାହିଁବେ ଓ ମହମ୍ମଦ ସିରାଜ ଅଧିକ ୱିକେଟ ପାଇଁ ଆଶା ରଖିବେ।
ଜିମ୍ବାୱେ ସିରିଜ ପାଇଁ ଭାରତୀୟ ଟିମ:
କେଏଲ ରାହୁଲ, ଶିଖର ଧାୱନ, ଋତୁରାଜ ଗାୟକୱାଡ଼,ଶୁଭମନ ଗିଲ, ଦୀପକ ହୁଡ୍ଡା,ରାହୁଲ ତ୍ରିପାଠୀ, ଇସାନ କିସନ,ସଞ୍ଜୁ ସାମସନ, ସାରଦୁଲ ଠାକୁର,କୁଲଦୀପ ଯାଦବ, ଅକ୍ସର ଅଟେଲ, ଆଭେଶ ଖାନ, ପ୍ରସିଦ୍ଧ କ୍ରିଷ୍ଣା,ମହମ୍ମଦ ସିରାଜ, ଦୀପକ ଚାହାର, ସାହବାଜ ଅହମ୍ମଦ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।