ଭାରତ ଏବଂ ୱେଷ୍ଟ ଇଣ୍ଡିଜ ମଧ୍ୟରେ ୫ ଟି ଟି-୨୦ ମ୍ୟାଚ ବିଶିଷ୍ଟ ସିରିଜ ଶେଷ ହୋଇ ଯାଇଛି। ଯାହାକୁ କି ଭାରତ ୪-୧ ରେ ନିଜ ନାମରେ କରିଛନ୍ତି। ବିଶେଷ ରିପୋର୍ଟ ଅନୁଯାୟୀ ଭାରତୀୟ ଟିମର ମ୍ୟାଚ ସରିବା ପରେ ସେମାନେ ଫ୍ଲାଇଟ ସାହାଯ୍ୟରେ ଆଜି ରାତି ସୁଧା ଭାରତ ପହଂଚିଯାଇପାରନ୍ତି। ବିଶେଷ ରିପୋର୍ଟ ଅନୁସାରେ ଭାରତୀୟ ଦଳ ଆଜି ମାୟମିରୁ ବାହାରିବାର ଅଛି। ଏହି ଫ୍ଲାଇଟରେ ବସିବା ପରେ ଭାରତୀୟ ଦଳକୁ ୟୁଏଇରେ ମଧ୍ୟ ରହିବାକୁ ପଡିପାରେ।

ଏହି ଯାତାୟାତ ବିଷୟରେ ଭାରତର ଦ୍ରୁତ ଵୋଲର ଅର୍ସଦୀପ ନିଜର ଇଂଷ୍ଟାଗ୍ରାମ ରେ ଦର୍ଶାଇଛନ୍ତି।ଏହି ପୋଷ୍ଟରେ ଅର୍ସଦୀପ ସିଂ ନିଜର ଇଂଷ୍ଟାଗ୍ରାମରେ ଲେଖିଛନ୍ତି।ଭାରତୀୟ କ୍ରିକେଟ ଟିମର ଲଜିଷ୍ଟିକ ମ୍ୟାନେଜର ରିଷି ଉପାଧ୍ୟାୟ ମଧ୍ୟ ନିଜର ଇଂଷ୍ଟାଗ୍ରାମ ପୋଷ୍ଟରେ ଏହାର ବର୍ଣ୍ଣନା କରିଛନ୍ତି। ରିଷି ମଧ୍ୟ ନିଜର ଫେସବୁକରେ ଏକ ଫୋଟୋ ପୋଷ୍ଟ କରିଛନ୍ତି ଯେଉଁଥିରେ ସେ ଲେଖିଛନ୍ତି କି ମେୟାମି ଛାଡି ଯାଉଛନ୍ତି। ଗୋଟେ ଭଲ ଖବର ଶୁଣିବାକୁ ମିଳୁଛି ରାହୁଲ ଏବେ ପୁରା ସୁସ୍ଥ ଅଛନ୍ତି ଏବଂ ରାହୁଲ ଏହି ଏସିଆ କପର ଉପଅଧିନାୟକ ମଧ୍ୟ ଅଛନ୍ତି।

ଏସିଆ କପ ଜଲଦି ଆରମ୍ଭ ହେବାକୁ ଯାଉଛି। ସେ ବହୁତ ସମୟ ଧରି ଅନ୍ତର୍ଜାତୀୟ କ୍ରିକେଟ ଖେଳି ନାହାନ୍ତି। ରିପୋର୍ଟ ଅନୁସାରେ ଏହି କିଛି ଦିନ ମଧ୍ୟରେ ମୁମ୍ବାଇରେ ଥିବା ଥିବା ଟ୍ରେନିଂ ସେସନରେ ସେ ଯୋଗ ଦେବେ। ଆପଣମାନେ ସମସ୍ତେ ଜାଣିଥାଇପାରନ୍ତି କି ଇଂଲଣ୍ଡ ବିପକ୍ଷ ସିରିଜ ପରେ ବିରାଟ କୋହଲି ଏସିଆ କପ ପାଇଁ ପଡ଼ିଆରେ ଓହ୍ଲାଇବାକୁ ଯାଉଛନ୍ତି।

ତେବେ ଏସିଆ କପ ନିମ୍ନନ୍ତେ ଭାରତୀୟ ଦଳ କରିପାରେ କଡା ପରିଶ୍ରମ। ଦଳ ପାଖରେ ଯେଉଁ ଖେଳାଳି ସବୁ ଅଛନ୍ତି ସେମାନେ ପ୍ରାୟ ଜବରଦସ୍ତ ଫର୍ମରେ ଅଛନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।