ମୟଙ୍କ ଅଗ୍ରୱାଲ ଟେଷ୍ଟ କ୍ୟାରିୟରର ଚତ୍ରୁର୍ଥ ଶତକ ମାରି ଟିମ ଇଣ୍ଡିଆ ଆରମ୍ଭ ଝଟକାରୁ ବଞ୍ଚାଇଛନ୍ତି। ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଭାରତ ୨୨୧ ରନରେ ୪ ଟି ୱିକେଟ ହରାଇଛି। ଉଚିତ ପାଗ ଖେଳ ପାଇଁ ନହେବା କାରଣରୁ ପ୍ରଥମ ସେସନ ଖେଳ ଖେଳାଯାଇପାରିଲାନି। ମୟଙ୍କ ଅଗ୍ରୱାଲ ୧୨୦ ରନ କରି ନଟଆଉଟ ଅଛନ୍ତି। ସେ ଏବେ ପର୍ଯ୍ୟନ୍ତ ତିନୋଟି ଅର୍ଦ୍ଧଶତକୀୟ ପାର୍ଟନରସିପ କରିସାରିଲେଣି। ଭାରତର ସବୁ ଯାକ ଚାରିଟି ଯାକ ୱିକେଟ ବାମହାତୀ ସ୍ପିନର ଏଜାଜ ପଟେଲ ନେଇଛନ୍ତି। ଦୁଇଟି ମ୍ୟାଚର ସିରିଜ ଏବେ ବରାବର ଅଟନ୍ତି। ତେଣୁ ଏବେ ଏହି ମ୍ୟାଚ ଦୁହିଁଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ।
ᴍᴏᴍᴇɴᴛ ᴏꜰ ᴛʜᴇ ᴅᴀʏ! 👏 👏
How special was that batting display from Mayank Agarwal on Day 1 at Wankhede! 👍 👍#TeamIndia #INDvNZ @Paytm pic.twitter.com/cbrGQUIwfa
— BCCI (@BCCI) December 3, 2021
ଅଧିନାୟକ ବିରାଟ କୋହଲି ଏହି ମ୍ୟାଚରୁ ଫେରିଛନ୍ତି। କୋହଲି ଟଚ ଜିତି ପ୍ରଥମେ ବ୍ୟାଟିଙ୍ଗ ନେଇଥିଲେ। ଓପନର ମୟଙ୍କ ଅଗ୍ରୱାଲ ଓ ଶୁଭମନ ଗିଲ ପ୍ରଥମ ୱିକେଟ ପାଇଁ ୮୦ ରନର ପାର୍ଟନରସିପ କରିଥିଲେ। ଗିଲ ୪୪ ରନ କରି ନର ଏଜାଜ ପଟେଲଙ୍କ ବଲରେ ଆଉଟ ହୋଇଗଲେ।ଗିଲ ପ୍ରଥମ ଟେଷ୍ଟରେ ସୁନ୍ଦର ଅର୍ଦ୍ଧଶତକ ମାରିଥିଲେ।
ପୂଜାରା ଓ କୋହଲି ଶୂନ୍ୟରେ ଆଉଟ ହେଲେ:
ଚେତେଶ୍ୱର ପୂଜାରା ଖରାପ ଫର୍ମ ଦେଇ ଗତିକରୁଛନ୍ତି। ସେ ଏହି ମ୍ୟାଚରେ ମଧ୍ୟ କିଛି ଖାସ କରି ନାହାନ୍ତି। ସେ ଏହି ମ୍ୟାଚରେ ଶୂନ୍ୟରେ ଏଜାଜ ପଟେଲଙ୍କ ବଲରେ ବୋଲ୍ଡ ହୋଇଯାଇଥିଲେ। ସେହି ଓଭରରେ ଏଯାଜ ବିରାଟ କୋହଲିଙ୍କୁ ମଧ୍ୟ ଶୂନ୍ୟରେ ଆଉଟ କରି ଭାରତକୁ ତୃତୀୟ ଝଟକା ଦେଇଥିଲେ। ରିପ୍ଲାଏରେ ଦେଖାଯାଇଥିଲାକି ବଲ କୋହଲିଙ୍କ ବ୍ୟାଟରେ ଲାଗିଥିଲା କିନ୍ତୁ ଥାର୍ଡ ଅମ୍ପାୟାର ତାଙ୍କୁ ଆଉଟ ଦେଇଥିଲେ।
💯 for @mayankcricket 👏👏
Live – https://t.co/KYV5Z1jAEM #INDvNZ @Paytm pic.twitter.com/0BcKYboHAj
— BCCI (@BCCI) December 3, 2021
ଅୟର ଓ ସାହାଙ୍କ ସହ ମିଶି ପାରିକୁ ସମ୍ଭାଳିଲେ:
ମୟଙ୍କ ଅଗ୍ରୱାଲ ଟିମର ସ୍କୋର ୮୦ ରନରେ ୩ ଟି ୱିକେଟ ଗଳିବା ପରେ ଟିମକୁ ସମ୍ଭାଳିଲେ। କିନ୍ତୁ ପୂର୍ଵ ମ୍ୟାଚରେ ସୁନ୍ଦର ଶତକ ମାରିଥିବା ଶ୍ରେୟସ ଅୟର ମାତ୍ର ୧୮ ରନ କରି ଏଯାଜଙ୍କର ଚତ୍ରୁର୍ଥ ଶିକାର ହୋଇଗଲେ। କିନ୍ତୁ ସେ ଚତ୍ରୁର୍ଥ ୱିକେଟ ପାଇଁ ମୟଙ୍କ ଅଗ୍ରୱାଲଙ୍କ ସହ ମିଶି ୮୦ ରନ କରିଥିଲେ।ଏହା ପରେ ମୟଙ୍କ ଓ ରିଧିମାନ ସାହା ଟିମଙ୍କୁ କୌଣସି ଝଟକା ଲାଗିବାକୁ ଦେଇନାହାନ୍ତି। ମୟଙ୍କ ୨୪୬ ବଲରେ ୧୨୦ ରନ କରି ଖେଳୁଛନ୍ତି। ସେ ୧୪ ଟି ଚୌକା ଓ ୪ ଟି ଛକା ମାରିଛନ୍ତି।
ରିଧିମାନ ସାହା ୨୫ ରନ କରି ଖେଳୁଛନ୍ତି ଓ ଏବେ ଦୁହିଁଙ୍କ ମଧ୍ୟରେ ୬୧ ରନର ନଟଆଉଟ ପାର୍ଟନରସିପ ହେଇଯାଇଛି। ସାହା ପ୍ରଥମ ଟେଷ୍ଟର ଦ୍ୱିତୀୟ ପାରିରେ ଅର୍ଦ୍ଧଶତକ ମାରିଛନ୍ତି। ଏହି ମ୍ୟାଚରେ ଭାରତୀୟ ଟିମରେ ତିନୋଟି ପରିବର୍ତ୍ତନ ହୋଇଛି। ରାହାଣେ, ଜାଡେଜା ଓ ଇସାନ୍ତ ଶର୍ମା ଆଘାତ କାରଣରୁ ଖେଳୁ ନାହଁନ୍ତି। ତାଙ୍କ ଜାଗାରେ କୋହଲି, ଜୟନ୍ତ ଯାଦବ ଓ ମହମ୍ମଦ ସିରାଜଙ୍କୁ ମୌକା ମିଳିଛି। ସେହି ପରି ନ୍ୟୁଜିଲ୍ୟାଣ୍ଡର ଅଧିନାୟକ କେନ ୱିଲିୟମସନ ଆଘାତ କାରଣରୁ ଏହି ମ୍ୟାଚ ଖେଳୁନାହାଁନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।