IND vs NZ ପ୍ରଥମ ଟେଷ୍ଟ: ଟମ ଲାଥମ ଓ ବିଲ ୟଂଙ୍ଗଙ୍କ ଆଗରେ ଭାରତୀୟ ବୋଲର ଅସଫଳ, ହାତରୁ ଯାଉଛି 1st ଟେଷ୍ଟ…

ନ୍ୟୁଜିଲ୍ୟାଣ୍ଡ ଭାରତ ବିରୁଦ୍ଧରେ ପ୍ରଥମ ଟେଷ୍ଟ ମ୍ୟାଚରେ ଦମଦାର ଆରମ୍ଭ କରିଛି। କାନପୁରରେ ଖେଳାଯାଉଥିବା ପ୍ରଥମ ଟେଷ୍ଟର ପ୍ରଥମ ପାରିରେ ଭାରତ ୩୪୫ ରନ କରିଥିଲା। ନ୍ୟୁଜିଲ୍ୟାଣ୍ଡ ପ୍ରଥମ ପାରିରେ ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ୫୭ ଓଭରରେ ୧୨୯ କରିଥିବା ବେଳେ କୌଣସି ୱିକେଟ ହରାଇନଥିଲା ଏବେ କା କଥା କହିବା ତ ନ୍ୟୁଜ ଲେଖା ହେଲା ବେଳେ ନ୍ୟୁଜିଲାଣ୍ଡ ସ୍କୋର ୧୯୭ ରନରେ ୨ଟି ୱିକେଟ ଯାଇଛି। ବିଲ ୟଂଙ୍ଗ ଓ ଟମ ଲାଥମ ସୁନ୍ଦର ଆରମ୍ଭ କରିଛନ୍ତି। ଏବେ ନ୍ୟୁଜିଲ୍ୟାଣ୍ଡ ଭାରତ ଠୁ ୨୧୬ ରନ ପଛରେ ଅଛି।

Google

ନ୍ୟୁଜିଲ୍ୟାଣ୍ଡର ପ୍ରେସର ଟିମ ସାଉଦି ୫ ଟି ୱିକେଟ ଅକ୍ତିଆର କରିଥିଲେ। ଭାରତ ତରଫରୁ ଟେଷ୍ଟରେ ଡେବ୍ୟୁ କରିଥିବା ଶ୍ରେୟସଅୟର ସୁନ୍ଦର ଶତକ ଲଗାଇଛନ୍ତି ଓ ସେ ଡେବ୍ୟୁ ଟେଷ୍ଟରେ ଶତକ ମାରିଥିବା ୧୬ ତମ ଖେଳାଳି ଅଟନ୍ତି। ଅୟର ୧୦୫ ରନ କରିଥିଲେ। ଭାରତୀୟ ତଳ କ୍ରମର ବ୍ୟାଟ୍ସମ୍ୟାନ କେବଳ ଅଶ୍ୱିନୀଙ୍କୁ ଛାଡି କେହି ଭଲ ଭାବରେ ତିଷ୍ଠି ନଥିଲେ। ଅଶ୍ୱିନୀ ୫୬ ବଲରେ ୩୮ ରନ କରିଥିଲେ। ଅଶ୍ୱିନୀ ଓ ଜାଡେଜାଙ୍କୁ ଟର୍ନ ମିଳିଲା ନାହିଁ।

ବିଲ ୟଂଙ୍ଗ ଓ ଲାଥମ ମିଶି ନ୍ୟୁଜିଲ୍ୟାଣ୍ଡକୁ ଭଲ ଆରମ୍ଭ କରିଛନ୍ତି ଓ ଦୁହେଁ ନିଜ ଅର୍ଦ୍ଧଶତକ ପୁରା କରିଛନ୍ତି। ବିଲ ୟଂଙ୍ଗ ୧୮୦ ବଲରର ୧୨ ଟି ଚୌକା ଦ୍ଵାରା ୭୫ ରନ କରିଥିବା ବେଳେ ଲାଥମ ୧୬୫ ବଲରେ ୪ ଟି ଚୌକା ଦ୍ଵାରା ୫୦ ରନ କରିଛନ୍ତି। ଭାରତ ତରଫରୁ ଇସାନ୍ତ ଶର୍ମା ୬ ଓଭରରେ ୧୦ ରନ ଦେଇଛନ୍ତି।

ଏହା ପୂର୍ବରୁ ଅୟର ୭୫ ରନକୁ ଆଗକୁ ନେଇ ୧୭୧ ବଲରେ ୧୦୫ ରନ କରିଥିଲେ। ସେ ଟେଷ୍ଟରେ ଡେଭ୍ୟୁ ମ୍ୟାଚରେ ଶତକ ମାରିଥିବା ୧୬ ତମ ଭାରତୀୟ ଅଟନ୍ତି। ତାଙ୍କ ପୂର୍ବରୁ ଲାଳା ଅମରନାଥ, ଗୁଣ୍ଡପା ବିଶ୍ୱନାଥ,ସୌରଭ ଗାଙ୍ଗୁଲି ଓ ରୋହିତ ଶର୍ମାଙ୍କ ପରି ମହାନା ଖେଳାଳି ଏପରି କରିଛନ୍ତି। ଭାରତର ଦ୍ୱିତୀୟ ଦିନ ଆରମ୍ଭ ସିଜନରେ ୮୧ ରନରେ ୪ ଟି ୱିକେଟ ଗଳିପଡ଼ିଲା। ଟିମ ସାଉଦି ୬୯ ରନ ଦେଇ ୫ ଟି ୱିକେଟ ନେଇଛନ୍ତି।ସାଉଦି ୧୩ ଥର ଟେଷ୍ଟ କ୍ରିକେଟର ଗୋଟେ ପାରିରେ ୫ ଟି ୱିକେଟ ଅକ୍ତିଆର କରିଛନ୍ତି। ସେ ନୂଆ ବଲରେ ଜାଡେଜାଙ୍କୁ ଆଉଟ କଲେ ଯିଏକି ଫର୍ମରେ ଥିଲେ।

ଭାରତୀୟ ୱିକେଟ କିପର ବ୍ୟାଟ୍ସମ୍ୟାନ ରଋଦ୍ଧିମାନ ସାହା ୧୨ ବଲରେ ୧ ରନ କରି ଆଉଟ ହୋଇଥିଲେ। ଅୟର ନିଜ ପାରିରେ ୧୩ ଟି ଚୌକା ଓ ୨ ଟି ଛକା ମାରିଥିଲେ। ଦ୍ୱିତୀୟ ଟେଷ୍ଟରେ ଅଧିନାୟକ ବିରାଟ କୋହଲି ଖେଳିବେ। ଅଶ୍ୱିନୀ ମଧ୍ୟ ନିଜ ପାରିରେ ୫ ଟି ଚୌକା ଲଗାଇ ଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published.