ତେବେ ଭାରତୀୟ ଟେଷ୍ଟ ଦଳରୁ ପୁଜାରା ଓ ରହାଣେ ବାଦ ପଡ଼ି ସାରିବା ପରେ ବର୍ତ୍ତମାନ ସେମାନଙ୍କ ସ୍ଥାନରେ କିଏ ଖେଳିବେ ବୋଲି ନେଇ ଏହି ପ୍ରଶ୍ନର ଅନେକ ଅର୍ଥ ବାହାର କରାଯାଉଛି। ତେବେ ଏହା ଅନୁମାନ କରାଯାଉଛି କି ସେମାନଙ୍କ ସ୍ଥାନରେ ଗିଲ ଓ ହାନୁମା ବିହାରୀ ଭାରତୀୟ ଦଳରେ ଖେଳି ପାରନ୍ତି। ଏହା ସହିତ ଶ୍ରେୟଶ ଆୟର ମଧ୍ୟ ଦଳରେ ରହିବେ। ତେବେ ଏହି ସମସ୍ତ କଥାକୁ ନଜରରେ ରଖିଲେ ମଧ୍ୟ କିଛି ସ୍ପଷ୍ଟ ଭାବରେ ଜଣା ପଡି ନାହିଁ।

ତେବେ ଆସନ୍ତା ଚାରି ତାରିଖରେ ଶ୍ରୀଲଙ୍କା ବିପକ୍ଷରେ ଭାରତୀୟ ଟେଷ୍ଟ ଦଳରେ କିଏ କିଏ ଖେଳିବାକୁ ଯାଉଛନ୍ତି ଏହା ଯାଏ ମଧ୍ୟ ସ୍ପଷ୍ଟ ହୋଇ ପାରି ନାହିଁ। ଏହା ସହିତ ଗିଲ ସମ୍ପୂର୍ଣ୍ଣ ଭାବରେ ଫିଟ ହୋଇ ଭାରତୀୟ ଦଳକୁ ଫେରିବା ପାଇଁ ପ୍ରସ୍ତୁତ ହୋଇ ସାରିଛନ୍ତି। ତେବେ ତାଙ୍କର ଅନୁପସ୍ଥିତିରେ ମୟଙ୍କ ଅଗ୍ରୱାଲ ଭାରତୀୟ ଦଳ ପାଇଁ ବହୁତ ଭଲ ପ୍ରଦର୍ଶନ କରି ସାରିଛନ୍ତି। ଯାହା ଫଳରେ ତାଙ୍କୁ ରୋହିତଙ୍କ ସହିତ ଭାରତୀୟ ଦଳର ଓପନର ଭାବରେ ଦେଖା ଯାଇ ପାରେ।
ଏହା ସହିତ ଗିଲ ତୃତୀୟ ସ୍ଥାନରେ ଭାରତୀୟ ଦଳ ପାଇଁ ଖେଳି ପାରନ୍ତି। ଏହା ସହିତ ସେ ତୃତୀୟ ସ୍ଥାନରେ ଖେଳିବା ପାଇଁ ଭାରତୀୟ ଦଳର ଏକ ବହୁତ ଭଲ ଖେଳାଳି ବୋଲି ଅନେକ ଲୋକ କହି ସାରିଛନ୍ତି। ଏହା ସହିତ ରାହାଣେଙ୍କ ସ୍ଥାନରେ ପନ୍ତ ଖେଳି ପାରନ୍ତି। ଏହା ସହିତ ଷଷ୍ଠ ସ୍ଥାନରେ ହନୁମା ବିହାରୀ ଖେଳିବେ। ତେବେ ଭାରତୀୟ ଟେଷ୍ଟ ଦଳରେ କେଉଁ କେଉଁ ମାନଙ୍କୁ ସ୍ଥାନ ମିଳିଛି ସେମାନଙ୍କ ଉପରେ ଜାଣନ୍ତୁ।

ତେବେ ଭାରତୀୟ ଟେଷ୍ଟ ଦଳରେ ରୋହିତ ଶର୍ମା,ମୟଙ୍କ ଅଗ୍ରୱାଲ,ବିରାଟ କୋହଲି,ପ୍ରୀୟଙ୍କ ପଞ୍ଚାଲ,ସୁଭମାନ ଗିଲ,ରିଶବ ପନ୍ତ,ହନୁମା ବିହାରୀ, ଶ୍ରେୟସ ଆୟର,କେ ଏସ ଭରତ,ରବୀନ୍ଦ୍ର ଯାଡେଜା,କୁଲଦୀପ ଯାଦବ, ଜସପ୍ରିତ ବୁମରା,ଅଶ୍ଵିନୀ,ସୌରଭ କୁମାର,ମହମ୍ମଦ ସିରାଜ,ମହମ୍ମଦ ସାମି, ଉମେଶ ଯାଦବ। ତେବେ ଭାରତୀୟ ଏହି ଟେଷ୍ଟ ଦଳ ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବରେ ସନ୍ତୁଳିତ ଥିବା ନଜର ଆସୁଛି। ଏହା ସହିତ ଭାରତୀୟ ଦଳ ପାଇଁ ବର୍ତ୍ତମାନ ଷଷ୍ଠ ସ୍ଥାନରେ ବ୍ୟାଟିଂ କରୁଥିବା ପନ୍ତ ପଞ୍ଚମ ସ୍ଥାନରେ ବ୍ୟାଟିଂ କରିବେ।
ଏହା ସହିତ ତାଙ୍କ ପରେ ବିହାରୀ ଭାରତୀୟ ଦଳରେ ବ୍ୟାଟିଂ କରିବେ ବୋଲି ଅନୁମାନ କରାଯାଉଛି। ତେବେ ଦଳରେ ରହାଣେ ଓ ପୁଜାରାଙ୍କ ପ୍ରଦର୍ଶନ ଉନ୍ନତ ନଥିବା କାରଣରୁ ତାଙ୍କୁ ଦଳରୁ ବାଦ ହେବାକୁ ପଡ଼ିଥିଲା। ତେବେ ସେ ପୁଣି କେବେ ଭାରତୀୟ ଦଳକୁ ଫେରିବେ ଏହା ଦେଖିବାକୁ ବାକି ରହିଲା। ତେବେ ଏହି ଭାରତୀୟ ଦଳରେ ଯୁବ ଖେଳାଳି ମାନେ ଅଧିକ ଦେଖା ହେଉଛନ୍ତି। ଏହା ସହିତ ଭାରତୀୟ ଦଳ ମଧ୍ୟ ବହୁତ ଦୃଢ ଦେଖା ଯାଉଛି। ଆଗାମୀ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ମ୍ୟାଚରେ ଏହି ଦଳ ଖେଳିବାକୁ ଯାଉଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।