IND vs SA: ଟିମ ଇଣ୍ଡିଆ ପାଇଁ ଆଜି ଜିତିବା ଜରୁରୀ, ଜାରି ହେଲା ସମ୍ଭାବ୍ୟ ପ୍ଲେଇଁ ଇଲେଭେନ

ବ୍ୟୁରୋ ରିପୋର୍ଟ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ୫ ଟି ମ୍ୟାଚର ଟି-୨୦ ସିରିଜ ଆଜି ୧୪ ଜୁନକୁ ବିଶାଖାପାଟଣାରେ ଖେଳାଯିବାର ଅଛି। ପ୍ରଥମ ଦୁଇଟି ମ୍ୟାଚରେ ଭାରତୀୟ ଟିମ ହାରିଯାଇଛି। ଏହି ମ୍ୟାଚ ହାରିଯିବା ଦ୍ଵାରା ଟିମ ଇଣ୍ଡିଆ ସିରିଜ ମଧ୍ୟ ହାରିଯିବ ତେଣୁ ରିଷଭ ପନ୍ତଙ୍କ ଅଧିନାୟକତ୍ୱ ଟିମ ଇଣ୍ଡିଆ ଏହି ମ୍ୟାଚ ଜିତି ସିରିଜରେ ରହିବା ପାଇଁ ଚାହିଁବ।

Google
ଋତୁରାଜଙ୍କ ଫର୍ମ ଚିନ୍ତାର ବିଷୟ:

ଟିମ ଇଣ୍ଡିଆ ତିନୋଟି ଜିନିଷରେ ସଂଘର୍ଷ କରୁଛି ଏହାକୁ ତୃତୀୟ ମ୍ୟାଚରେ ଟିମ ଇଣ୍ଡିଆ ଦୂର କରିବା ପାଇଁ ଚାହିଁବ। ପ୍ରଥମ ଥର ଟିମ ଇଣ୍ଡିଆ ଖରାପ ବୋଲିଙ୍ଗ ଯୋଗୁ ହାରିଲା ଓ ଦ୍ୱିତୀୟ ମ୍ୟାଚରେ ଖରାପ ବ୍ୟାଟିଙ୍ଗ ଯୋଗୁ ହାରିଲା। ଟିମ ଇଣ୍ଡିଆ ପାୱାର ପ୍ଲେରେ ଏବେ ପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରିନାହିଁ ନାହିଁ। ଇସାନ ଭଲ ପ୍ରଦର୍ଶନ କରିଛନ୍ତି ସତ କିନ୍ତୁ ଅନ୍ୟ ଓପନର ଋତୁରାଜ ଗାୟକୱାଡ଼ ୨୪ ରନ କରିଛନ୍ତି।

ଶ୍ରେୟସ ଅୟର ଭଲ ଆରମ୍ଭ କରିଥିଲେ ସତ କିନ୍ତୁ ଠିକ ସମୟରେ ୱିକେଟ ହରାଇଦେଇଛନ୍ତି, ଯାହା ଦ୍ୱାରା ଆଗାମି ବ୍ୟାଟ୍ସମ୍ୟାନଙ୍କ ଉପରେ ପ୍ରେସର ଦେଖାଗଲା। ହାର୍ଦିକ ପାଣ୍ଡ୍ୟା ପ୍ରଥମ ମ୍ୟାଚରେ ଭଲ ଖେଳିଥିଲେ କିନ୍ତୁ କଟକରେ ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚରେ ସେ ଅସଫଳ ରହିଛନ୍ତି। ପାଣ୍ଡ୍ୟା ବୋଲିଙ୍ଗରେ ମଧ୍ୟ ବହୁତ ରନ ଦେଇଛନ୍ତି।

Google
ପନ୍ତଙ୍କ ଅଧିନାୟକତ୍ୱ ଉପରେ ପ୍ରଶ୍ନ:

କେ ଏଲ ରାହୁଲଙ୍କ ଆଘାତ ପରେ ରିଷଭ ପନ୍ତଙ୍କୁ ଅଧିନାୟକ କରାଯାଇଛି କିନ୍ତୁ ସେ ଏବେ ପର୍ଯ୍ୟନ୍ତ ୨୯ ଓ ୫ ରନ କରିଛନ୍ତି। ତାଙ୍କ ଅଧିନାୟକତ୍ୱ ଉପରେ ମଧ୍ୟ ପ୍ରଶ୍ନ ଉଠୁଛି କାରଣ ଦ୍ୱିତୀୟ ମ୍ୟାଚରେ ଦିନେସ କାର୍ତ୍ତିକ ଅକ୍ସର ପଟେଲଙ୍କ ପରେ ବ୍ୟାଟିଙ୍ଗ ପାଇଁ ଆସିଥିଲେ।

ଅର୍ସଦୀପ ଓ ଉମରାନଙ୍କୁ ମିଳିବ ମୌକା!:

ଭୁବନେଶ୍ୱର କୁମାରଙ୍କୁ ଛାଡିଦେଲେ ବାକି କୌଣସି ବୋଲର ଭଲ ପ୍ରଦର୍ଶନ କରିପାରିନହାନ୍ତି। ତେଣୁ ଆବେଶ ଖାନଙ୍କ ଜାଗାରେ ଅର୍ସଦୀପ ସିଂହ ବା ଉମରାନ ମଲ୍ଲିକଙ୍କୁ ମୌକା ମିଳିପାରେ। ଦୁଇ ସ୍ପିନର ଚହଲ ଓ ଅକ୍ସର ମଧ୍ୟ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି ତେଣୁ ରବି ବିସ୍ନୋଇଙ୍କୁ ମୌକା ମିଳିପାରେ।

Google
ଦୁଇ ଟିମର ସମ୍ଭାବିତ ଚୂଡାନ୍ତ ଏକାଦଶ:

ଭାରତ: ଇସାନ କିସାନ, ଋତୁରାଜ ଗାୟକୱାଡ଼, ଶ୍ରେୟସ ଅୟର ,ରିଷଭ ପନ୍ତ (ଅଧିନାୟକ),ହାର୍ଦିକ ପାଣ୍ଡ୍ୟା, ଦିନେସ କାର୍ତ୍ତିକ,ଅକ୍ସର ପଟେଲ, ହର୍ଷଲ ପଟେଲ,ଭୁବନେଶ୍ୱର କୁମାର, ୟୁଜବେନ୍ଦ୍ର ଚାହଲ, ଅର୍ସଦୀପ ସିଂହ/ଉମରାନ ମଲ୍ଲିକ।

ଦକ୍ଷିଣ ଆଫ୍ରିକା: ତେମ୍ବା ବଭୁମା(ଅଧିନାୟକ),ରିଜା ହେଣ୍ଡରିକ୍ସ, ପ୍ରିଟୋରିୟସ,ରାଶି ଭାନ ଡର ହୁସେନ, ହେନରିକ କ୍ଳାସେନ,ଡାଭିଡ ମିଲର, ୱେନ ପାର୍ନେଲ,କାଗିସୋ ରବାଡ଼ା, କେଶବ ମହାରାଜ, ଏନରିକ ନୋର୍କୀଆ, ତବରେଜ ସାମସି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *