IND vs SA: କୋହଲିଙ୍କ ସୁନ୍ଦର ପାରି ପରେ ମଧ୍ୟ ଟିମ ଇଣ୍ଡିଆ ଉପରେ ରବାଡ଼ା ଭାରି!ଏତିକି ରନରେ ଅଟକିଗଲା ଟିମ ଇଣ୍ଡିଆ

ଟିମ ଇଣ୍ଡିଆ ତୃତୀୟ ପାରିରେ ବିରାଟ କୋହଲିଙ୍କ ସୁନ୍ଦର।ପାରି ପରେ ମଧ୍ୟ ବଡ଼ ସ୍କୋର କରିପାରିଲାନି। ମଙ୍ଗଳବାରକୁ ପ୍ରଥମ ପାରିରେ ଟିମ ଇଣ୍ଡିଆ ମାତ୍ର ୨୨୩ ରନ କରିପାରିଲା। ଅଧିନାୟକ କୋହଲି ୭୯ ରନ କରିଥିଲେ କିନ୍ତୁ ତାଙ୍କୁ ଟିମର ବାକି ଖେଳାଳିଙ୍କ ସପୋର୍ଟ ମିଳିଲାନି। ସେଥିପାଇଁ ସେଶତକ ମାରିପାରିଲେନି। ସେ ଇଣ୍ଟରନେସନାଲ କ୍ୟାରିଅରରେ ବର୍ଷ ୨୦୧୯ ରୁ ଶତକ ମାରିପାରି ନାହାନ୍ତି କିନ୍ତୁ ୨୦୨୨ର ଆରମ୍ଭରେ ସେ ସୁନ୍ଦର ପାରିରୁ ଆରମ୍ଭ କରିଛନ୍ତି। କଗିସୋ ରବାଡ଼ା ସବୁଠୁ ଅଧିକ ୪ ଟି ୱିକେଟ ନେଇଥିଲେ। ତିନୋଟି ମ୍ୟାଚ ବିଶିଷ୍ଟ ସିରିଜ ଏବେ ୧-୧ରେ ବରାବରିରେ ଅଛି। ଏହି ମ୍ୟାଚ ଜିତିବା ଵାଲା ଟିମ ସିରିଜରେ କବ୍ଜା କରିବ।

Google

ବିରାଟ କୋହଲି ଟସ୍ ଜିତି ବ୍ୟାଟିଙ୍ଗର ଫଇସଲା କରିଥିଲେ। ପ୍ରେସର କଗିସୋ ରବାଡ଼ା ଓ ଡୁଆନେ ଓଲିବରଙ୍କ ଯୋଡି ପ୍ରଥମ ଘଣ୍ଟାଏରେ ମୟଙ୍କ ଅଗ୍ରୱାଲ(୧୫) ଓ କେଏଲ ରାହୁଲ (୧୨) ଙ୍କୁ ଆଉଟ କରିଦେଇଥିଲେ। ନିଜର ୫୦ ତମ ମ୍ୟାଚ ଖେଳୁଥିବା ରବାଡ଼ା ଲଗାତର ଅଫ ଷ୍ଟକୁ ଟାର୍ଗେଟ କରିଥିଲେ। ଯେବେକି ଓଲିବର ଅଧିକ ଉଚ୍ଚତା ମିଳୁଥିବା ପିଚରେ ପ୍ରେସ ବୋଲିଙ୍ଗ କରିଚାଲିଲେ। ଭଲ ଫର୍ମରେ ଥିବା ରାହୁଲ ପୂର୍ଵ କିଛି ସମୟରୁ ସୁନ୍ଦର ଭାବେ ବଲ ଛାଡୁଛନ୍ତି କିନ୍ତୁ ସେ ଅଫ ଷ୍ଟମ୍ପରେ ଯାଉଥୁବା ବଲକୁ ଖେଳିବାକୁ ଚେଷ୍ଟା କଲେ ଯାହା ଦ୍ୱାରା ବଲ ହାଲକା ବ୍ୟାଟରେ ବାଜି ୱିକେଟ କିପର ହାତକୁ କ୍ୟାଚ ଗଲା।

ପୂଜାରା ଅର୍ଦ୍ଧଶତକୀୟ ପାର୍ଟନରସିପ କରିଥିଲେ:ପୂଜାରା ୪୩ ରନର ମହତ୍ତ୍ୱପୂର୍ଣ୍ଣ ପାରି ଖେଳିବା ସହ ବିରାଟ କୋହଲିଙ୍କ ସହ ଅର୍ଦ୍ଧଶତକୀୟ ପାର୍ଟନରସିପ କରିଥିଲେ। ପୂଜାରାଙ୍କୁ ମାର୍କୋ ଯେନସନ ଆଉଟ କରିଥିଲେ। ରାହାଣେ ପୁଣି ବ୍ୟାଟିଙ୍ଗରେ ଅସଫଳ ରହିଲେ। ସେ ୯ ରନ କରି ରବାଡ଼ାଙ୍କ ଶିକାର ହୋଇଥିଲେ । ପନ୍ତ ୨୭ ରନର ମହତ୍ତ୍ୱପୂର୍ଣ୍ଣ ପାରି ଖେଳି କୋହଲିଙ୍କ ସହ ଅର୍ଦ୍ଧଶତକୀୟ ପାର୍ଟନରସିପ କରି ଟିମକୁ ସମ୍ଭାଳିବାକୁ ଚେଷ୍ଟା କରିଥିଲେ। ଟିମର ସ୍କୋର ଗୋଟେ ସମୟରେ ୪ ଟି ୱିକେରେ ୧୬୭ ଥିଲା। ଟିମ ଶେଷ ୬ ଟି ୱିକେଟ ୫୬ ରନରେ ହରାଇଦେଇଛି।

ଦକ୍ଷିଣ ଆଫ୍ରିକା ପାଇଁ କଗିସୋ ରବାଡ଼ାଙ୍କ ଛଡା ମାର୍କୋ ଯେନସନଙ୍କୁ ୩ ଟି ୱିକେଟ ମିଳିଲା। ସାରଦୁଲ ଠାକୁର ରବାଡ଼ାଙ୍କ ବଲରେ ଛକା ମାରିଲେ କିନ୍ତୁ ୧୨ ରନ କରି ଆଉଟ ହୋଇଗଲେ। ଟିମ ୭୭.୩ ଓଭରରେ ୨୨୩ ରନର୍ସ ଅଲଆଉଟ ହୋଇଯାଇଥିଲା।

ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *