ଟିମ ଇଣ୍ଡିଆର ଜିମ୍ବାୱେ ବିପକ୍ଷରେ ଖେଳା ଯିବାକୁ ଥିବା ଅନ୍ତିମ ଦିନିକିଆ ମ୍ୟାଚ ଭାରତୀୟ ଦଳ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ରହିଛି। ଏହି ମ୍ୟାଚରେ ଭାରତୀୟ ଦଳ ପାଖରେ ବିଶ୍ୱ ରେକର୍ଡ ସୃଷ୍ଟି କରି ପାକିସ୍ତାନର ସହ ବରାବର କରିବାର ଏକ ସୁଯୋଗ ରହିଛି। ଭାରତ ଏବଂ ଜିମ୍ବାୱେ ମଧ୍ୟରେ ତିନୋଟି ମ୍ୟାଚ ବିଶିଷ୍ଟ ସିରିଜର ଦୁଇଟି ମ୍ୟାଚ ସାରି ଯାଇଛି। ଏହି ଉଭୟ ମ୍ୟାଚକୁ ଭାରତୀୟ ଦଳ ଦ୍ଵିତୀୟ ବ୍ୟାଟିଂ କରି ଜିତି ନେଇଛି। ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ ଜିମ୍ବାୱେ ବିପକ୍ଷରେ ୨୨ ତାରିଖରେ ହରାରେ ସ୍ପୋର୍ଟସ କ୍ଳବରେ ଖେଳାଯିବାର ଅଛି। ତେବେ ଏହି ମ୍ୟାଚକୁ ମଧ୍ୟ ଭାରତୀୟ ଦଳ ଜିତିବାକୁ ଚାହିଁବ।

ଟିମ ଇଣ୍ଡିଆ ଦିନିକିଆ ମ୍ୟାଚରେ ଜିମ୍ବାୱେ ବିପକ୍ଷ ରେକର୍ଡରେ ପାକିସ୍ତାନ ଠାରୁ କେବଳ ଗୋଟିଏ ଲେଭଲ ପଛରେ ଅଛି। ତେବେ ଅନ୍ତିମ ମ୍ୟାଚ ଜିତିଗଲେ ଭାରତୀୟ ଦଳ ପାକିସ୍ତାନର ସମକକ୍ଷ ହୋଇଯିବ। ପାକିସ୍ତାନ ଦିନିକିଆ ମ୍ୟାଚରେ ଜିମ୍ବାୱେ ବିପକ୍ଷରେ ମୋଟ ୫୪ ଟି ମ୍ୟାଚ ଜିତି ସବୁଠାରୁ ଅଧିକ ଦିନିକିଆ ମ୍ୟାଚ ଜିତିବାର ରେକର୍ଡ ହାସଲ କରିଛି। ଭାରତ ଜିମ୍ବାୱେ ବିପକ୍ଷରେ ମୋଟ ୫୩ ଟି ମ୍ୟାଚ ଜିତି ସାରିଛି। ତେବେ ଅନ୍ତିମ ମ୍ୟାଚ ଜିତି ଭାରତ ଏହାକୁ ୫୪ ଟି ମ୍ୟାଚରେ ପରିଣତ କରି ପାକିସ୍ତାନର ସମକକ୍ଷ ହେବାକୁ ଚାହିଁପାରେ।
ଟିମ ଇଣ୍ଡିଆ ଏହି ସିରିଜରେ ୨-୦ ରେ ଆଗୁଆ ରହିଛି ଯାହାଦ୍ୱାରା ଏହି ସିରଜରେ ଉପରେ ବଭାରତୀୟ ଦଳ କବ୍ଜା କରି ସାରିଛି। ପ୍ରଥମ ମ୍ୟାଚରେ ଭାରତୀୟ ଦଳ ୧୦ ୱିକେଟ ଜିତି ନେଇଥିଲା ବେଳେ ଦ୍ଵିତୀୟ ମ୍ୟାଚରେ ମଧ୍ୟ ମଧକ୍ରମର ଖେଳାଳିମାନଙ୍କର ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ଭାରତୀୟ ବୋଲରଙ୍କ ଚତୁର ବୋଲିଂ ପାଇଁ ଜିମ୍ବାୱେ ଦଳ ପୁଣି ଥରେ ୨୦୦ ରନ କରି ପାରିନଥିଲେ।

ଏସିଆ କପରେ ଉଭୟ ଦଳ ପରସ୍ପର ବିପକ୍ଷରେ ଖେଳି ନିଜର ଟୁର୍ଣ୍ଣାମେଂଟ ମ୍ୟାଚ ଆରମ୍ଭ କରିବାର ଅଛି। ଏହି ମ୍ୟାଚ ଅଗଷ୍ଟ ୨୮ ତାରିଖରେ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବାର ଅଛି। ଶ୍ରୀଲଙ୍କା ଦଳ ଦାୟିତ୍ୱରେ ଏହା ଅଗଷ୍ଟ ୨୭ ଠାରୁ ଆରମ୍ଭ ହେବାକୁ ଯାଉଛି। ଏହାର ଫାଇନାଲ ମ୍ୟାଚ ସେପ୍ଟେମ୍ବର ୧୧ ତାରିଖରେ ଖେଳାଯିବାର ଅଛି। ଏହି ଟୁର୍ଣ୍ଣାମେଂଟକୁ ଜିତିବା ନେଇ ଉଭୟ ଟିମଙ୍କ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳିପାରେ।
ତେବେ ଭାରତୀୟ ଦଳ ଜବରଦସ୍ତ ଫର୍ମରେ ଅଛି। ଏସିଆ କପ ଜିତିବାର ଦାବିଦାର ଅଟେ ଟିମ ଇଣ୍ଡିଆ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।