ଇଂଲଣ୍ଡର ଦମଦାର ବ୍ୟାଟ୍ସମାନ କେଭିନ ପିଟରସନ କଲେ କୋହଲିଙ୍କ ପ୍ରଶଂସା! ଅନୁଷ୍କାଙ୍କ ସହିତ ବିରାଟ ଦେଲେ କମେଣ୍ଟ, ଦେଖନ୍ତୁ ଫଟୋ

ବ୍ୟୁରୋ ରିପୋର୍ଟ: ଇଂଲଣ୍ଡର ପୂର୍ଵ ଅଧିନାୟକ କେଭିନ ପିଟରସନ ଖରାପ ଫର୍ମରେ ଚାଲୁଥିବା ବିରାଟ କୋହଲିଙ୍କ ସପୋର୍ଟରେ କହିଛନ୍ତି ତାଙ୍କୁ ଗର୍ବ କରିବା ଆବଶ୍ୟକ କି ସେ ଯାହା ହାସଲ କରିଛନ୍ତି,ଲୋକ ଏହାର କେବଳ ସ୍ୱପ୍ନ ଦେଖିପାରିବେ। ପୂର୍ଵ ଭାରତୀୟ ଅଧିନାୟକଙ୍କୁ ଲଗାତର ମହାନ ଖେଳାଳିଙ୍କ ସପୋର୍ଟ ମିଳୁଛି। ପିଟରସନଙ୍କ ପୂର୍ବରୁ କୋହଲିଙ୍କୁ ପାକିସ୍ତାନର ଅଧିନାୟକ ବାବର ଆଜମଙ୍କ ମଧ୍ୟ ସପୋର୍ଟ ମିଳିଥିଲା।

Google

ପିଟରସନ ଇଂଷ୍ଟାଗ୍ରାମରେ ଲେଖିଛନ୍ତି,”ବନ୍ଧୁ ତୁମ କ୍ୟାରିୟର ଏପରି ରହିଛି ବଡ଼ ବଡ଼ ଖେଳାଳି ମଧ୍ୟ ଭାବୁଥିବା ଆମେ ହୁଏତ ଏପରି କରିପାରିଥାନ୍ତୁ। ଗର୍ଵ ଅନୁଭବ କର ଓ ଜୀବନର ମଜା ନିଏ,ତମେ ଜଲ୍ଦି ଫେରିବ”।

ଟରସନ ଏହା ଛଡା ଟ୍ୱିଟରରେ ମଧ୍ୟ ବିରାଟ କୋହଲିଙ୍କ ପ୍ରଶଂସା କରିଛନ୍ତି। ସେ ଟ୍ୱିଟରରେ ଲେଖିଛନ୍ତି,”ତମେ କ୍ରିକେଟରେ ଯାହା କରିଛ ଲୋକ ଏହାର କେବଳ ସ୍ୱପ୍ନ ଦେଖିପାରିବେ,ତମେ ସର୍ବଶ୍ରେଷ୍ଠ ଖେଳାଳିଙ୍କ ମଧ୍ୟରୁ ଜଣେ”। ପିଟରସନଙ୍କ ପୋଷ୍ଟରେ ବିରାଟ କୋହଲି ଓ ଅନୁଷ୍କା ଶର୍ମା ହାର୍ଟ ୱାଲା ଇମୋଜି ସେୟାର କରିଛନ୍ତି।

Google

ବିରାଟ କୋହଲି ପୂର୍ଵ ପାଖାପାଖି ତିନି ବର୍ଷରୁ ଇଣ୍ଟରନେସନାଲ କ୍ରିକେଟରେ ଶତକ ଲଗାଇପାରିନାହଁନ୍ତି। ସେ ୨୦୨୨ରେ ମଧ୍ୟ ରନ ପାଇ ସଂଘର୍ଷ କରୁଛନ୍ତି। ତାଙ୍କୁ ସୋସିଆଲ ମିଡ଼ିଆରେ ପାକିସ୍ତାନର ଅଧିନାୟକ ବାବର ଆଜମ ମଧ୍ୟ ସପୋର୍ଟ କରିଥିଲେ। ଆଜମ ବିରାଟ କୋହଲିଙ୍କ ପାଇଁ ଏକ ଟ୍ୱିଟ କରି ଦୁହିଁଙ୍କର ଏକ ଫଟୋ ସେୟାର କରି ଲେଖିଥିଲେ ଏହି ସମୟ ମଧ୍ୟ କଟିଯିବ ମଜଭୁତ ରୁହ।

ବର୍ଷ ୨୦୨୨ରେ ଭାରତକୁ ଅଷ୍ଟ୍ରେଲିଆରେ ଅକ୍ଟୋବର-ନଭେମ୍ବରରେ ଟି-୨୦ ବିଶ୍ୱକପ ଖେଳିବାର ଅଛି। ଏହା ପରେ ବର୍ଷ ୨୦୨୩ରେ ଏକଦିବସିୟ ବିଶ୍ୱକପ ମଧ୍ୟ ଖେଳିବାର ଅଛି। କୋହଲିଙ୍କ ଖରାପ ଫର୍ମ ଓ ଯୁବ ଖେଳାଳିଙ୍କ ସୁନ୍ଦର ପ୍ରଦର୍ଶନ ଦ୍ଵାରା ସୀମିତ ଓଭର କ୍ରିକେଟରେ କୋହଲିଙ୍କ ଆଲୋଚନା କରାଯାଉଛି। ତାଙ୍କ ଖରାପ ଫର୍ମର ଆଲୋଚନା ପୂର୍ଵ ଭାରତୀୟ ଅଧିନାୟକ କପିଲ ଦେବ ମଧ୍ୟ କରିଥିଲେ।

Google

କୋହଲି ଇଂଲଣ୍ଡ ଗ୍ରସ୍ତରେ ଅସଫଳ ରହିଛନ୍ତି।ଭାରତୀୟ ଟିମର ପ୍ରଦର୍ଶନ ଠୁ ଅଧିକ ଚର୍ଚ୍ଚା କୋହଲିଙ୍କ ଫର୍ମକୁ ନେଇ କରାଯାଉଛି। କୋହଲି ଇଂଲଣ୍ଡ ବିରୁଦ୍ଧରେ ପ୍ରଥମ ଏକଦିବସିୟରେ ୧୧ ଓ ଦ୍ୱିତୀୟ ଏକଦିବସିୟରେ ମାତ୍ର ୧୬ ରନ କରି ଆଉଟ ହୋଇଥିଲେ। ଏବେ ମାଞ୍ଚେଷ୍ଟରରେ ହେବାକୁ ଥିବା ତୃତୀୟ ଏକଦିବସିୟରେ ଯିଏ ଜିତିବ ODI ସିରିଜ ସେ ଦଳ ଜିତିବ।

ତେବେ ODI ସିରିଜ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୧-୧ ରେ ରହିଛି ବାରାଵର, ଆଜି ଯିଏ ଜିତିବ ସେ ହେବ ODI ର ଚମ୍ପିୟନ ଟିମ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *