IND vs SA: କଣ ଭାରତ ଭାଙ୍ଗିପାରିବ କେପଟାଉନର ଗଡ଼? ୩୦ ବର୍ଷର ଅପେକ୍ଷା ଜାରି, ପଢନ୍ତୁ ପୁରା ଖବର

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟେଷ୍ଟ ସିରିଜର ଶେଷ ମ୍ୟାଚ କେପଟାଉନରେ ଖେଳାଯିବାର ଅଛି। ସିରିଜର ପ୍ରଥମ ମ୍ୟାଚ ସେଂଚୁରିଆନରେ ଖେଳାଯାଇଥିଲା ଓ ସେହି ମ୍ୟାଚରେ ଭାରତ ୧୧୩ ରନରେ ଜିତିଥିଲା। ଏହା ପରେ ଜୋହାନବର୍ଗରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ସୁନ୍ଦର ପ୍ରଦର୍ଶନ କରି ୭ ୱିକେଟରେ ଜିତିଥିଲା। ଏବେ ଏହି ସିରିଜ ୧-୧ରେ ବରାବରିରେ ଅଛି। ଭାରତ ପାଖରେ ଦକ୍ଷିଣ ଆଫ୍ରିକାରେ ପ୍ରଥମ ଟେଷ୍ଟ ସିରିଜ ଜିତିବାର ଭଲ ମୌକା ଅଛି। ଭାରତୀୟ ଅଧିନାୟକ ବିରାଟ କୋହଲି ଓ କୋଚ ରାହୁଲ ଦ୍ରାଭିଡ କେପଟାଉନରେ ଇତିହାସ ସୃଷ୍ଟି କରିବାକୁ ଚାହିଁପାରନ୍ତି। କେପଟାଉନରେ ଭାରତ ଗୋଟେ ମଧ୍ୟ ଟେଷ୍ଟ ମ୍ୟାଚ ଜିତିପାରିନାହିଁ।

Google

ଟିମ ଇଣ୍ଡିଆ କେପଟାଉନରେ ୫ ଟି ଟେଷ୍ଟ ମ୍ୟାଚ ଖେଳିଛି ଓ ବିଜୟର ସ୍ୱାଦ ଚାଖିପାରିନାହିଁ। ଏହି ଗ୍ରାଉଣ୍ଡରେ ଭାରତ ୨ ଟି ଟେଷ୍ଟ ଡ୍ର କରିଥିବା ବେଳେ ତିନୋଟି ଟେଷ୍ଟରେ ପରାଜୟ ମିଳିଛି। ଭାରତୀୟ ଟିମ ଏହି ଗ୍ରାଉଣ୍ଡରେ ଶେଷ ମ୍ୟାଚ ବର୍ଷ ୨୦୧୮ରେ ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ଖେଳିଥିଲା ଓ ସେହି ମ୍ୟାଚରେ ୭୨ ରନରେ ହାରିଥିଲା।

କେପଟାଉନରେ ଭାରତ ପ୍ରଥମ ଟେଷ୍ଟ ୧୯୯୩ରେ ଖେଳିଥିଲା। ସେହି ମ୍ୟାଚରେ ଜବାଗଲ ଶ୍ରୀନାଥଙ୍କ ଘାତନ ବୋଲିଙ୍ଗ ଓ ସଚିନ ଟେନ୍ଦୁଲକରଙ୍କ ସୁନ୍ଦର ବ୍ୟାଟିଙ୍ଗ ଦ୍ଵାରା ଭାରତ ସେହି ମ୍ୟାଚ ଡ୍ର କରାଇବାରେ ସଫଳ ରହିଥିଲା। ଦ୍ୱିତୀୟ ଥର ଭାରତ ସେଠାରେ ୧୯୯୭ରେ ସଚିନ ତେନ୍ଦୁଲକରଙ୍କ ଅଧିନାୟକତ୍ୱରେ ମ୍ୟାଚ ଖେଳିଥିଲା। ସେହି ମ୍ୟାଚରେ ଭାରତ ସଚିନ ତେନ୍ଦୁଲକରଙ୍କ ୧୬୯ ରନ ଓ ମହମ୍ମଦ ଆଜହରୁଦିନଙ୍କ ୧୧୩ ରନର ପାରି ପରେ ମଧ୍ୟ ୨୮୨ ରନରେ ହାରିଯାଇଥିଲା। ଟିମ ଇଣ୍ଡିଆର ହେର୍ଡ କୋଚ ରାହୁଲ ଦ୍ରାଭିଡ ଅଧିନାୟକ ରୂପରେ ଏହି ଗ୍ରାଉଣ୍ଡରେ ହାରିଛନ୍ତି। ଏହି ମ୍ୟାଚ ୨୦୦୭ରେ ହୋଇଥିଲା ଯେବେ ଦକ୍ଷିଣ ଆଫ୍ରିକା ୨୧୧ ରନର ଲକ୍ଷ୍ୟର ପିଛା କରି ମ୍ୟାଚ ୫ ୱିକେଟରେ ଜିତିଥିଲା।

Google

ମହେନ୍ଦ୍ର ସିଂହ ଧୋନିଙ୍କ ଅଧିନାୟକତ୍ୱରେ ଏହି ଗ୍ରାଉଣ୍ଡରେ ଭାରତ ୨୦୧୧ରେ ମ୍ୟାଚ ଡ୍ର କରାଇବାରେ ସଫଳ ହୋଇଥିଲା। ସଚିନ ଟେନ୍ଦୁଲକର ସେହି ମ୍ୟାଚରେ ୧୪୬ ରନର ପାରି ଖେଳିଥିଲେ। ତାଙ୍କ ଛଡା ଗୌତମ ଗମ୍ଭୀର ପ୍ରଥମ ପାରିରେ ୯୩ ଓ ଦ୍ୱିତୀୟ ପାରିରେ ୬୪ ରନ କରିଥିଲେ। କେପଟାଉନରେ ଭାରତୀୟ ଟିମ ଶେଷ ଥର ବର୍ଷ ୨୦୧୮ରେ ଖେଳିଥିଲା ଓ ସେହି ମ୍ୟାଚରେ ଭାରତୀୟ ଟିମ ବହୁତ ଖରାପ ପ୍ରଦର୍ଶନ କରିଥିଲା। ସେହି ମ୍ୟାଚରେ ଭାରତ ପ୍ରଥମ ପାରିରେ ୨୦୦୯ ଓ ଦ୍ୱିତୀୟ ପାରିରେ ୧୩୫ ରନ କରିଥିଲା। ହାର୍ଦିକ ପ୍ରଥମ ପାରିରେ ୯୩ ରନ କରିଥିଲେ। କୋହଲି, ପୂଜାରା ଓ ରାହାଣେ ଅସଫଳ ରହିଥିଲେ।

ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *