ବ୍ୟୁରୋ ରିପୋର୍ଟ: ଭାରତୀୟ ଟିମ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ତୃତୀୟ ଏକଦିବସିୟରେ ହାରିଯାଇଛି। କେ ଏଲ ରାହୁଲଙ୍କ ଅଧିନାୟକତ୍ୱରେ ଭାରତୀୟ ଟିମ ବିନା ଏକଦିବସିୟ ଜିତି ଭାରତ ଫେରିବ। ତୃତୀୟ ଏକଦିବସିୟରେ ଦକ୍ଷିଣ ଆଫ୍ରିକା ଭାରତକୁ ୨୮୮ ରନର ଲକ୍ଷ୍ୟ ଦେଇଥିଲା କିନ୍ତୁ ଭାରତୀୟ ଟିମ ୨୮୩ ରନ ହିଁ କରି ଅଲଆଉଟ ହୋଇଯାଇଥିଲା। ଦକ୍ଷିଣ ଆଫ୍ରିକା ଟିମ ଟେଷ୍ଟ ସିରିଜ ୨-୧ରେ ଜିତିବା ପରେ ଏକଦିବସିୟ ସିରିଜ ୩-୦ରେ ଜିତିଯାଇଛି। ଆସନ୍ତୁ ଜାଣିବା କେପଟାଉନରେ ହାରିବାର ୫ ଟି କାରଣ।

କେ ଏଲ ରାହୁଲ ଏହି ଏକଦିବସିୟ ସିରିଜରେ ଅଧିନାୟକତ୍ୱ କରୁଥିଲେ। ରୋହତ ଶର୍ମା ଆଘାତ ହୋଇଯାଇଥିଲେ ତେଣୁ ରାହୁଲ ଅଧିନାୟକତ୍ୱ ସମ୍ଭାଳୁଥିଲେ। ବିରାଟ କୋହଲି ଅଧିନାୟକତ୍ୱ ଛାଡିବା ଦ୍ଵାରା ରାହୁଲଙ୍କ ଉପରେ ପ୍ରେସର ରହିଥିବ ଯାହା ଦ୍ୱାରା ତାଙ୍କ ବ୍ୟାଟିଙ୍ଗ ପ୍ରଭାବିତ ହେଲା। ସେ ସିରିଜରେ ପ୍ରଥମ ଏକଦିବସିୟରେ ୧୨ ଓ ତୃତୀୟ ଏକଦିବସିୟରେ ୯ ରନ କରିଥିଲେ। ଦ୍ୱିତୀୟ ଏକଦିବସିୟରେ ରାହୁଲ ୫୫ ରନ କରିଥିଲେ କିନ୍ତୁ ସେହି ମ୍ୟାଚରେ ମଧ୍ୟ ଭାରତ ଜିତିପାରିନଥିଲା।
ଅଧିନାୟକତ୍ୱ ଛାଡିବା ପରେ କୋହଲି ନିଜ ଭଲ ଫର୍ମରେ ନଜର ଆସିଲେ ନାହିଁ। ଗ୍ରାଉଣ୍ଡରେ ଆକ୍ରାମକ ରୂପରେ ଖେଳୁଥିବା କୋହଲି ତୃତୀୟ ଏକଦିବସିୟରେ ମଧ୍ୟ ସାନ୍ତ ସ୍ୱଭାଵରେ ଖେଳିଲେ। ସେ ୬୫ ରନର ଯୋଗଦାନ ଦେଲେ କିନ୍ତୁ ୮୪ ବଲ ଖେଳିଲେ ଓ ୫ ଟି ଚୌକା ମାରିଥିଲେ। ସେ ଦ୍ୱିତୀୟ ଏକଦିବସିୟରେ ଖାତା ଖୋଲିପାରିନଥିଲେ ଯେବେକି ପ୍ରଥମ ଏକଦିବସିୟରେ ୫୧ ରନ କରିଥିଲେ। ସେବେ ବିରାଟ ୬୩ ବଲ ଖେଳି ୩ ଟି ଚୌକା ମାରିଥିଲେ।

ଭାରତୀୟ ପ୍ରେସର ମଧ୍ୟ ଆଶାଜନକ ପ୍ରଦର୍ଶନ କରିପାରିଲେନି। ଭାରତ ତୃତୀୟ ଏକଦିବସିୟରେ ଦକ୍ଷିଣ ଆଫ୍ରିକାକୁ ଅଲଆଇଟ କରିଥିଲା କିନ୍ତୁ ସେବେ ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକା ୨୮୭ ରନ କରିସାରିଥିଲା। ଡି କକ ୧୨୪ ରନର ସୁନ୍ଦର ପାରି ଖେଳିଥିଲେ ଓ ଭାରତୀୟ ବୋଲିଙ୍ଗକୁ ଟାର୍ଗେଟ କରିଥିଲେ। ସେ ରାଶି ଭାନ ଡର ହୁସେନ(୫୨) ଙ୍କ ସହ ଚତ୍ରୁର୍ଥ ୱିକେଟ ପାଇଁ ଶତକୀୟ ପାର୍ଟନରସିପ କରିଥିଲେ। ଯଦି ଦକ୍ଷିଣ ଆଫ୍ରିକାର ତଳ କ୍ରମ ଅସଫଳ ହୋଇନଥାନ୍ତା ତେବେ ଭାରତ ସାମ୍ନାରେ ଆହୁରି ବଡ଼ ଲକ୍ଷ୍ୟ ହୋଇପାରିଥାନ୍ତା।
ୱିକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ତୃତୀୟ ଏକଦିବସିୟରେ ଖାତା ମଧ୍ୟ ଖୋଲିପାରିନଥିଲେ। ୫ମ ନମ୍ବରରେ ବ୍ୟାଟିଙ୍ଗ କରିବାକୁ ଓହ୍ଲାଇଥିବା। ପନ୍ତଙ୍କୁ ଫେହଲୁକବାୟୋ ପ୍ରଥମ ବଲରେ ହିଁ ଆଉଟ କରିଦେଇଥିଲେ। ପନ୍ତ ଦ୍ୱିତୀୟ ଏକଦିବସିୟରେ ୮୫ ରନର ପାରି ଖେଳିଥିଲେ କିନ୍ତୁ ପ୍ରଥମ ଏକଦିବସିୟରେ ମଧ୍ୟ ସେ ମାତ୍ର ୧୬ ରନ ହିଁ କରିଥିଲେ।

ଭାରତ ପାଇଁ କେପଟାଉନରେ ଶିଖର ଧାୱନ(୬୧) ଓ ବିରାଟ କୋହଲି(୬୫) ଦ୍ୱିତୀୟ ୱିକେଟ ପାଇଁ ୯୮ ରନର ପାର୍ଟନରସିପ କରିଥିଲେ। ଟିମର ସ୍କୋର ୧୧୬ ରନ ଥିଲା ବେଳେ ଧାୱନ ଆଉଟ ହୋଇଯାଇଥିଲେ। ଟିମ ଇଣ୍ଡିଆର ମଧ୍ୟକ୍ରମ ପୁଣିଥରେ ଅସଫଳ ହୋଇଥିଲା। ପନ୍ତ(୦) ଖାତା ଖୋଲିପାରିଲେନି, ଶ୍ରେୟସ ଅୟର(୨୬), ସୂର୍ଯ୍ୟକୁମାର ଯାଦବ (୩୯) ରନ କରିଥିଲେ। ଦୀପକ ଚାହାର (୫୪) ରନର ଅର୍ଦ୍ଧଶତକୀୟ ପାରି ଖେଳିକୁ ବିଜୟ ଆଡ଼କୁ ନେଇଥିଲେ କିନ୍ତୁ ଠିକ ସମୟରେ ସେ ମଧ୍ୟ ଆଉଟ ହୋଇଯାଇଥିଲେ।ସେ ନିଜ ପାରିରେ ୫ ଟି ଚୌକା ଓ ୨ ଟି ଛକା ମାରିଥିଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।