IND vs SA: ଟିମ ଇଣ୍ଡିଆର ତିନୋଟି ଭୁଲ ଯାହା କାରଣରୁ ଇତିହାସ ରଚିବାର ମୌକା ହାତରୁ ଖସିଲା, ପଢନ୍ତୁ ପୁରା ଖବର

ବ୍ୟୁରୋ ରିପୋର୍ଟ: ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ଭାରତ ଦକ୍ଷିଣ ଆଫ୍ରିକାରେ ଇତିହାସ ରଚିବାରୁ ବଞ୍ଚିଗଲା। ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ଦକ୍ଷିଣ ଆଫ୍ରିକାରେ ପ୍ରଥମ ଟେଷ୍ଟ ଜିତି ସିରିଜ ଜିତିବାର ମୌକା ଟିମ ଇଣ୍ଡିଆ ହରାଇଦେଇଛି। ସିରିଜର ଅନ୍ତିମ ଓ ନିର୍ଣ୍ଣାୟକ ମ୍ୟାଚ କେପଟାଉନରେ ଖେଳାଯାଉଥିଲା ଯେଉଁ ମ୍ୟାଚକୁ ଟିମ ଇଣ୍ଡିଆ ହାରିଯାଇଛି ଯାହାଦ୍ୱାରା ଦକ୍ଷିଣ ଆଫ୍ରିକା ସିରିଜକୁ ୨-୧ରେ ହାରିଯାଇଛି।

Google

ଏହି ସିରିଜରେ ଭାରତୀୟ ଅନୁଭବୀ ବ୍ୟାଟ୍ସମ୍ୟାନ କିଛିସମୟ ଖାସ କରିପାରିନଥିଲେ। ପୂର୍ଵ ଭାରତୀୟ ଟେଷ୍ଟ ଉପଅଧିନାୟକ ରାହାଣେ କେପଟାଉନରେ ଖେଳାଯାଇଥିବା ତୃତୀୟ ଟେଷ୍ଟରେ ଦୁଇଟି ଯାକ ପାରି ମିଶି ୧୦ ରନ କରିଥିଲେ। ପୂଜାରା ଏହି ଟେଷ୍ଟରେ ପ୍ରଥମ ପାରିରେ ୪୩ରନ କରିଥିଲେ କିନ୍ତୁ ଦ୍ୱିତୀୟ ପାରିରେ ଅସଫଳ ରହିଥିଲେ। ଦ୍ୱିତୀୟ ପାରିରେ ସେ ମାତ୍ର ୯ ରନ କରିଥିଲେ। ଏହା ଛଡା ଭାରତୀୟ ବ୍ୟାଟ୍ସମ୍ୟାନ ଦ୍ୱିତୀୟ ପାରିରେ ମାତ୍ର ୧୯୮ ରନ କରିପାରିଥିଲେ।

ଭାରତ ଏହି ମୁଖ୍ୟ ମ୍ୟାଚରେ ଖରାପ ଫିଲଡିଙ୍ଗ ମଧ୍ୟ କରିଥିଲା। ଶୁକ୍ରବାରକୁ ପାରିର ୪୦ ତମ ଓଭରରେ ବୁମରାଙ୍କ ବଲରେ ପିଟରସନଙ୍କର ସାଧାରଣ କ୍ୟାଚ ପୂଜାରା ପ୍ରଥମ ସ୍ଲିପରେ ଛାଡିଦେଇଥିଲେ ଯାହାର ଫଳ ଭାରତକୁ ଭୋଗିବାକୁ ପଡିଥିଲେ। ଯେବେ କ୍ୟାଚ ଖସିଲା ଦକ୍ଷିଣ ଆଫ୍ରିକାକୁ ଆହୁରି ୮୬ ରନର ଆବଶ୍ୟକତା ଥିଲା ଓ ପିଟରସନ ୫୯ ରନ କରିଥିଲେ। ସେ ୮୨ ରନ କରିଥିଲେ ଓ ଟିମକୁ ଜିତାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।

Google

ଭାରତୀୟ ଟିମର ବୋଲିଙ୍ଗ ଖାସ ନଥିଲା,ଜୋହାନବର୍ଗରେ ଚତ୍ରୁର୍ଥ ପାରିରେ ଦକ୍ଷିଣ ଆଫ୍ରିକାକୁ ୨୦୦ ଭିତରେ ରଖିବା ଭାରତୀୟ ବୋଲରଙ୍କ ପାଖରେ ଚ୍ୟାଲେଞ୍ଜ ଥିଲା କିନ୍ତୁ ଏଥିରେ ଭାରତୀୟ ବୋଲର ସଫଳ ହୋଇନଥିଲେ। ଏହା ପରେ କେପଟାଉନରେ ଦକ୍ଷିଣ ଆଫ୍ରିକାକୁ୨୧୨ ପୂର୍ଵ ଅଟକାଇବାର ଥିଲା କିନ୍ତୁ ଦକ୍ଷିଣ ଆଫ୍ରିକା ମାତ୍ର ୩ ଟି ୱିକେଟ ହରାଇ ଲକ୍ଷକୁ ହାସଲ କରିନେଇଥିଲା। ଆର ଅଶ୍ୱିନୀ ଏହି ଟେଷ୍ଟରେ ଦୁଇଟି ପାରିରେ ଗୋଟେ ମଧ୍ୟ ୱିକେଟ ନେଇଥିଲେ। ପ୍ରଥମ ପାରିରେ ୫ ଟି ୱିକେଟ ନେଇଥିବା ବୁମରା ଦ୍ୱିତୀୟ ପାରିରେ ମାତ୍ର ୧ ଟି ୱିକେଟ ନେଇଛନ୍ତି। ଉମେଶ ଯାଦବ ମଧ୍ୟ କିଛି ଖାସ ପ୍ରଦର୍ଶନ କରିପାରିନଥିଲେ।

ଚୂଡାନ୍ତ ଏକାଦଶ ବାଛିବାରେ ମଧ୍ୟ ଜଣେ ଅନୁଭବି ବୋଲରଙ୍କୁ ଅଣଦେଖା କରାଯାଇଥିଲା। ୧୦୫ ଟେଷ୍ଟ ମ୍ୟାଚର ଅନୁଭବ ଥିବା ଇସାନ୍ତ ଶର୍ମାଙ୍କୁ ତିନୋଟି ଟେଷ୍ଟ ମ୍ୟାଚରେ ମୌକା ମିଳିଲା ନାହିଁ। ମହମ୍ମଦ ସିରାଜ ଆଘାତ ପରେ ଆଶା କରାଯାଉଥିଲାକି ଇସାନ୍ତଙ୍କୁ ତୃତୀୟ ଟେଷ୍ଟରେ ମୌକା ମିଳିବ କିନ୍ତୁ ତାଙ୍କ ଜାଗାରେ ଉମେଶ ଯାଦବଙ୍କୁ ମୌକା ମିଳିଥିଲା।

ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *