SA vs IND: ଫେଲ ମାରିଲା ଟିମ ଇଣ୍ଡିଆ! ସାଉଥ ଆଫ୍ରିକାରେ ରଚିପାରିଲାନି ଇତିହାସ, ସାଉଥ ଆଫ୍ରିକା ୨-୧ ରେ କବ୍ଜା କଲା ସିରିଜ

ବ୍ୟରୋ ରିପୋର୍ଟ: ୧-୧ ରେ ସିରିଜ ବରାବର ଥିଲା ଏବଂ ନିର୍ଣ୍ଣାୟକ ଟେଷ୍ଟ ଖେଳାଯାଉଥିଲା। ହେଲେ ଏହି ଶେଷ ଟେଷ୍ଟରେ ସାଉଥ ଆଫ୍ରିକା ବାଜି ମାରିନେଇଛି। ଶେଷ ମ୍ୟାଚ ଜିତି ୨-୧ ରେ ସିରିଜ କବ୍ଜା କରିନେଇଛି। ଏହା ଅନୁମାନ ଥିଲା କି ଟିମ ଇଣ୍ଡିଆ ସାଉଥ ଆଫ୍ରିକା ମାଟିରେ ସିରିଜ ଜିତି ଇତିହାସ ରଚିବ ହେଲେ ଏହା ସମ୍ଭବ ହୋଇନାହିଁ।

Google

ପ୍ରଥମ ଟେଷ୍ଟ ଟିମ ଇଣ୍ଡିଆ ଜିତିଥିବା ବେଳେ ଦ୍ୱିତୀୟ ଟେଷ୍ଟ ସାଉଥ ଆଫ୍ରିକା ଜିତିଥିଲା। ଏବଂ ଶେଷ ଟେଷ୍ଟ ବି ସାଉଥ ଆଫ୍ରିକା ଜିତି ସିରିଜ ନିଜ ନାମରେ ନାମିତ କରିଦେଇଛି। ୩ ୱିକେଟ ହରାଇ ସାଉଥ ଆଫ୍ରିକା ଲକ୍ଷ୍ୟ ହାସଲ କରିନେଇଥିଲେ। କିଗନ ପିଟରସନ ସୁନ୍ଦର ବ୍ୟାଟିଂ କରି ୮୨ ରନର ଆକର୍ଷଣୀୟ ପାରି ଖେଳିଥିଲେ।

୨୧୨ ରନର ଟାର୍ଗେଟକୁ ପିଛା କରୁଥିବା ସାଉଥ ଆଫ୍ରିକା ଦଳ ପ୍ରଥମ ୱିକେଟ ୨୩ ରନରେ ହରାଇଥିଲା। ମାକ୍ରମଙ୍କୁ ଆଉଟ କରି ସାମୀ ନିଜ ଦଳକୁ ପ୍ରଥମ ସଫଳତା ଆଣିଦେଇଥିଲା। ମାକ୍ରମ ୧୬ ରନ କରି ଆଉଟ ହୋଇଥିଲେ। ତାଙ୍କ ଛଡା ଏଲଗାର ୩୦ କରି ଆଉଟ ହୋଇଯାଇଥିଲେ। ରସି ଭାନ ଏବଂ ପିଟରସନ ସୁନ୍ଦର ପାର୍ଟନର୍ସିପ କରିଥିଲେ।

 

୪୧ ରନ ଡ଼ସେନ କରିଥିବା ବେଳେ ତେମ୍ଭା ବଭୁମା ୩୨ ରନ କରି ନଟ ଆଉଟ ଥିଲେ। ଦ୍ୱିତୀୟ ପାରିରେ ଟିମ ଇଣ୍ଡିଆର ବୋଲର ସାମୀ, ବୁମରା ଏବଂ ସାରଦୁଲ ଗୋଟିଏ ଲେଖାଁଏ ୱିକେଟ ଅକ୍ତିଆର କରିଥିଲେ।

କ୍ୟାପଟେନ କୋହଲିଙ୍କ ସୁନ୍ଦର ପାରି ବଳରେ ଟିମ ଇଣ୍ଡିଆ ପ୍ରଥମ ପାରିରେ ୨୨୩ ରନ କରିଥିଲା। ଦକ୍ଷିଣ ଆଫ୍ରିକା ନିଜର ପ୍ରଥମ ପାରିରେ ୨୧୦ ରନ କରିବାରେ ସକ୍ଷମ ହୋଇଥିଲେ। ହେଲେ ଶେଷ ପାରିରେ ଚମତ୍କାର ବ୍ୟାଟିଂ କରି ସାଉଥ ଆଫ୍ରିକା ବିଜୟ ନିଜ ନାମରେ କରିନେଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *